ରାଞ୍ଚି: ଏଠାରେ ଚାଲିଥିବା 59ତମ ନ୍ୟାସନାଲ ଓପନ୍ ଆଥଲେଟିକ୍ସ ଚମ୍ପିଆନସିପରେ କମାଲ କରିଛନ୍ତି ଆଉ ଜଣେ ଓଡିଆ । କଟକ ବୟ ଅମୀୟ କୁମାର ମଲ୍ଲିକ ପୁରୁଷ 100 ମିଟରରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ଅମୀୟ କଟକ ବାସିନ୍ଦା ହୋଇଥିବା ବେଳେ ତାଙ୍କ ବାପା ଜଣେ ସରକାରୀ କର୍ମଚାରୀ ।
ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସେ ନିର୍ଦ୍ଧାରିତ ଦୂରତାକୁ 10.46 ସେକେଣ୍ଡରେ ଅତିକ୍ରମ କରିଛନ୍ତି । ଏହି ଇଭେଣ୍ଟରେ ମାଲେସିଆର ଜୋନାଥନ୍ ଅନାକ୍ ନ୍ୟେପା 10.47 ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ପଞ୍ଜାବର ଗୁରିନ୍ଦରବୀର ସିଂହ 10.48 ସେକେଣ୍ଡରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି ।
ତେବେ ମହିଳା ଇଭେଣ୍ଟରେ ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନିଜ ରେକର୍ଡକୁ ଭାଙ୍ଗି ପୁଣି ଏକ ନ୍ୟାସନାଲ ରେକର୍ଡ ସୃଷ୍ଟି କରିଛନ୍ତି । ମହିଳା 100ମିଟର ସେମିଫାଇନାଲ ଇଭେଣ୍ଟରେ 11.22 ସେକେଣ୍ଡରେ ଦୂରତା ଅତିକ୍ରମ କରି ନ୍ୟାସନାଲ ରେକର୍ଡ କରିଛନ୍ତି । ତେବେ ପୂର୍ବରୁ ଏହି ଇଭେଣ୍ଟରେ ଜାତୀୟ ରେକର୍ଡ 11.16 ସେକେଣ୍ଡ ଥିଲା ଯାହା କି ଦୂତୀଙ୍କ ନାମରେ ରହିଥିଲା । ସେହିପରି ଫାଇନାଲ ଇଭେଣ୍ଟରେ 11.25ସେକେଣ୍ଡରେ ଦୂରତା ଅତିକ୍ରମ କରି ସ୍ବର୍ଣ୍ଣ ପଦକ ହାତେଇଛନ୍ତି ।