ETV Bharat / sports

Commonwealth Weightlifting: ଇତିହାସ ରଚିଲେ ଓଡିଆ ଝିଅ ଝିଲ୍ଲୀ ଦଳବେହେରା - କମନୱେଲ୍ଥ ଭାରୋତ୍ତଳନ ଚାମ୍ପିଅନସିପରେ ଝିଲ୍ଲୀ ଜିତିଲେ ରୌପ୍ୟ

ଓଡିଶାର ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜର ୨୨ ବର୍ଷୀୟା ଭାରୋତ୍ତୋଳକ ଝିଲ୍ଲୀ ଦଳବେହେରା(Jhilli Dalabehera), ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା କମନୱେଲ୍ଥ ଭାରୋତ୍ତଳନ ଚାମ୍ପିଅନସିପରେ ଜିତିଲେ ରୌପ୍ୟ ପଦକ । ବୁଧବାର ମହିଳା ୪୯ କିଲୋଗ୍ରାମ ସ୍ନାଚ୍‌, କ୍ଳିନ ଓ ଜର୍କ ଇଭେଣ୍ଟରେ ମୋଟ ୧୬୭ କିଲୋଗ୍ରାମ ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିତିଥିଲେ ଝିଲ୍ଲୀ । ଅଧିକ ପଢନ୍ତୁ

India's Jhilli Dalabehera wins silver in Commonwealth Weightlifting Championship
Commonwealth Weightlifting: ଇତିହାସ ରଚିଲେ ଓଡିଆ ଝିଅ ଝିଲ୍ଲୀ ଦଳବେହେରା
author img

By

Published : Dec 9, 2021, 3:50 PM IST

ତାସକେଣ୍ଟ୍‌(ଉଜବେକିସ୍ତାନ): ଇତିହାସ ରଚିଲେ ଓଡିଆ ଝିଅ ଝିଲ୍ଲୀ ଦଳବେହେରା । ଓଡିଶାର ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜର ୨୨ ବର୍ଷୀୟା ଭାରୋତ୍ତୋଳକ ଝିଲ୍ଲୀ, ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା କମନୱେଲ୍ଥ ଭାରୋତ୍ତଳନ ଚାମ୍ପିଅନସିପ(Commonwealth Weightlifting Championship)ରେ ଜିତିଲେ ରୌପ୍ୟ ପଦକ । ବୁଧବାର ମହିଳା ୪୯ କିଲୋଗ୍ରାମ ସ୍ନାଚ୍‌, କ୍ଳିନ ଓ ଜର୍କ ଇଭେଣ୍ଟରେ ମୋଟ ୧୬୭ କିଲୋଗ୍ରାମ ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିତିଥିଲେ ଝିଲ୍ଲୀ ।

ମହିଳା ୪୯ କିଲୋଗ୍ରାମ ବର୍ଗରେ ଦ୍ବିତୀୟ ସ୍ଥାନରେ ରହିବା ସହ ରୌପ୍ୟ ବିଜେତା ହୋଇଛନ୍ତି । ସମାନ ଓଜନ ବର୍ଗରେ ଟୋକିଓ ଅଲମ୍ପିକ୍‌ରେ ରୋପ୍ୟ ପଦକ ଜିତିଥିଲେ ମୀରାବାଇ ଚାନୁ । ବ୍ରେକ୍‌ରେ ଥିବାରୁ ଏହି ଇଭେଣ୍ଟରେ ମୀରାବାଇ ଅଂଶଗ୍ରହଣ କରିନାହାନ୍ତି ।

  • #Weightlifting Medal Update

    🇮🇳's #JhilliDalabehera 🏋️‍♀️ lifts a total of 167kg with 73kg in Snatch & 94kg in Clean & Jerk to win 3️⃣ medals in Women's 49kg (GOLD🥇in Snatch & SILVER🥈in Total and Clean & Jerk category) at ongoing Commonwealth Senior C'ships 2021

    Congrats 👏 pic.twitter.com/XaN8ssKomV

    — SAI Media (@Media_SAI) December 9, 2021 " class="align-text-top noRightClick twitterSection" data=" ">

ପୂର୍ବରୁ ଏସିଆନ ଚାମ୍ପିଅନ ଓ ୱାର୍ଲ୍ଡ ଜୁନିଅରରେ ବ୍ରୋଞ୍ଜ୍‌ ପଦକ ବିଜେତା ରହିସାରିଛନ୍ତି ଝିଲ୍ଲୀ । କମନୱେଲ୍ଥ ଦେଶ ଗୁଡିକ ମଧ୍ୟରେ ୧୬୮ (୭୨+୯୬) କିଲୋଗ୍ରାମ ଭାର ଉଠାଇଥିବା କେବଳ ନାଇଜେରିଆର ପିଟର ଷ୍ଟେଲା କିଙ୍ଗସଲେ()ଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଝିଲ୍ଲୀ ।

ଏହାମଧ୍ୟ ପଢନ୍ତୁ: Ind vs SA: ହଟିଲେ କୋହଲି, ODI ଅଧିନାୟକ ହେଲେ ରୋହିତ

କମନୱେଲ୍ଥ ଭାରୋତ୍ତୋଳନ ଚାମ୍ପିଅନସିପ, ଆସନ୍ତା ବର୍ଷ ଖେଳାଯିବାକୁ ଥିବା ବର୍ମିଂଘାମ କମନୱେଲ୍ଥ ଗେମ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ହୋଇଥିବାରୁ ଏହି ଟିକେଟ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି ଓଡିଆ ଝିଅ ଝିଲ୍ଲୀ ଦଳବେହେରା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.