ETV Bharat / sports

ଟୋକିଓ ଅଲମ୍ପିକ୍ସରୁ ଓହରିଲା ଉତ୍ତର କୋରିଆ

author img

By

Published : Apr 6, 2021, 3:10 PM IST

Updated : Apr 6, 2021, 3:32 PM IST

ଟୋକିଓ ଅଲମ୍ପିକ୍ସ ଆରମ୍ଭ ନ ହେଉଣୁ ଏହା ଉପରେ କୋରୋନା ଭାଇରସ ପ୍ରଭାବ ଦେଖାଦେଇଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଅଲମ୍ପିକ୍ସରୁ ଓହରି ଯାଇଛି ଉତ୍ତର କୋରିଆ । ଅଧିକ ପଢ଼ନ୍ତୁ...

ଅଲିମ୍ପିକ୍ସ 2021ରୁ ଓହରିଲା ଉତ୍ତର କୋରିଆ
ଅଲିମ୍ପିକ୍ସ 2021ରୁ ଓହରିଲା ଉତ୍ତର କୋରିଆ

ସିୟୋଲ: ଟୋକିଓ ଅଲମ୍ପିକ୍ସ ଆରମ୍ଭ ନ ହେଉଣୁ ଏହା ଉପରେ କୋରୋନା ଭାଇରସ ପ୍ରଭାବ ଦେଖାଦେଇଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଅଲମ୍ପିକ୍ସରୁ ଓହରି ଯାଇଛି ଉତ୍ତର କୋରିଆ । ଜାପାନରେ କୋରୋନା ଭାଇରସର ପ୍ରକୋପକୁ ଦେଖି ଉତ୍ତର କୋରିଆ ଏହି ନିଷ୍ପତ୍ତି ନେଇଛି ।

ପୂର୍ବରୁ ଅଲମ୍ପିକ୍ସକୁ ନେଇ ଉତ୍ତର କୋରିଆରେ ମାର୍ଚ୍ଚ 25 ତାରିଖରେ ଉତ୍ତର କୋରିଆ ଅଲମ୍ପିକ୍ସ ସମିତିର ଏକ ବୈଠକ ହୋଇଥିଲା । ଏହି ବୈଠକରେ ଆଗାମୀ ଅଲମ୍ପିକ୍ସରେ ଉତ୍ତର କୋରିଆ ଭାଗ ନ ନେବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏଥିରେ ଉତ୍ତର କୋରିଆ ସରକାର ସମ୍ମତି ପ୍ରକାଶ କରିଛନ୍ତି । ମହାମାରୀ କୋରୋନା ଭାଇରସରୁ ଆଥେଲଟମାନଙ୍କୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

1984 ମସିହାରେ ଲସ ଆଞ୍ଜେଲସ ଅଲମ୍ପିକ୍ସ ଓ 1988 ମସିହାରେ ସିୟୋଲ ଅଲମ୍ପିକ୍ସ ବୟକଟ କରିଥିଲା ଉତ୍ତର କୋରିଆ । ଏହାପରେ ପୁନର୍ବାର ଅଲମ୍ପିକ୍ସରୁ ଓହରି ଯାଇଛି ଉତ୍ତର କୋରିଆ । ଜୁଲାଇ 23 ତାରିଖରେ ଜାପାନରେ ଅଲମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ 8 ତାରିଖ ଯାଏଁ ଏହା ଚାଲିବ । ଏହାପରେ ଅଗଷ୍ଟ 24 ତାରିଖରୁ ସେପ୍ଟେମ୍ବର 5 ତାରିଖ ଯାଏଁ ପାରା ଅଲମ୍ପିକ୍ସ ଆୟୋଜିତ ହେବ ।

ଉତ୍ତର କୋରିଆରେ ଏଯାଏଁ କୋରୋନା ଭାଇରସ ନ ଥିବା କଥା କହିଛି ସରକାର । ତେବେ କେତେକ ରିପୋର୍ଟ ମୁତାବକ କୋରୋନା ସଂକ୍ରମିତ ରହିଛନ୍ତି । ତେବେ ଏହାକୁ ଉତ୍ତର କୋରିଆ ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 6, 2021, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.