ETV Bharat / sports

ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ: ନୀରଜଙ୍କ ନୂଆ ନ୍ୟାସନାଲ ରେକର୍ଡ

author img

By

Published : Mar 5, 2021, 9:23 PM IST

ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସରେ ଷ୍ଟାର ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା ନୂଆ ନ୍ୟାସନାଲ ରେକର୍ଡ କରିଛନ୍ତି । ଅଧିକ ପଢନ୍ତୁ...

Neeraj Chopra sets national record in javelin
ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ: ନୀରଜଙ୍କ ନୂଆ ନ୍ୟାସନାଲ ରେକର୍ଡ

ପଟିଆଲା: ନୂଆ ନ୍ୟାସନାଲ ରେକର୍ଡ ସହ ଷ୍ଟାର ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା 2021 ସିଜିନ ଆରମ୍ଭ କରିଛନ୍ତି । ପଟିଆଲାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ୍ସରେ ଜାରି ରହିଥିବା ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସରେ ଶୁକ୍ରବାର ନୀରଜ 88.07 ମିଟର ନୂଆ ରେକର୍ଡ କରିଛନ୍ତି ।

ନିଜର ପଞ୍ଚମ ପ୍ରୟାସରେ 23 ବର୍ଷୀୟ ପାନିପତ ଆଥଲେଟ ଏହି ରେକର୍ଡ ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । ଏଥିସହ ନିଜର ପୂର୍ବ ରେକର୍ଡ 88.06 ମିଟର ରେକର୍ଡକୁ ଭଙ୍ଗ କରିଛନ୍ତି । ଇଣ୍ଡୋନେସିଆରେ ଆୟୋଜିତ 2018 ଏସିଆନ ଗେମ୍ସ ପ୍ରତିଯୋଗୀତାରେ ଏହି ସଫଳତା ସହ ସ୍ବର୍ଣ୍ଣ ପଦକ ଜିତିଥିଲେ ନୀରଜ ।

ଜାନୁଆରୀ 2020ରେ ଶେଷ ଥର ପାଇଁ ଏକ ଘରୋଇ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଅଲମ୍ପିକ ଆଶାବାଦୀ ଥିବା ନୀରଜ 87. 86 ମିଟର ଥ୍ରୋ କରିଥିଲେ ଯାହା କି ଟୋକିଓ ଅଲମ୍ପିକ ଯୋଗ୍ୟତା ମାନ୍ୟତା 85 ମିଟର ଠାରୁ ଅଧିକ ।

ନୀରଜଙ୍କ ନାମରେ ବର୍ଷ 2016ରେ 86.48 ମିଟର ଥ୍ରୋ ସହ ଜୁନିୟର ବିଶ୍ବ ରେକର୍ଡ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.