ETV Bharat / sports

ଡୋପ ଟେଷ୍ଟରେ ଏକ୍ସପାରି ନଥିବା କିଟ୍‌ ବ୍ୟବହାର କରୁଛି NADA: ବଜରଙ୍ଗ ପୁନିଆ

author img

By ETV Bharat Odisha Team

Published : Dec 14, 2023, 9:01 AM IST

Updated : Dec 14, 2023, 11:24 AM IST

Bajrang Punia Allegation: ଆଣ୍ଟି ଡୋପିଂ ବଡି ଖେଳାଳିଙ୍କ ଡୋପିଂ ଟେଷ୍ଟରେ ଏକ୍ସପାରି ନଥିବା କିଟ୍‌ ବ୍ୟବହାର କରୁଛି । ଅଭିଯୋଗ ଆଣିଲେ ବଜରଙ୍ଗ ପୁନିଆ । ଅଧିକ ପଢ଼ନ୍ତୁ

ଡୋପ ଟେଷ୍ଟ
Wrestler Bajrang Punia

ଚଣ୍ଡିଗଡ: ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଖେଳାଳିଙ୍କ ଡୋପ ଟେଷ୍ଟ ସମୟରେ ଏକ୍ସପାରି ନଥିବା ସରଞ୍ଜାମ ବ୍ୟବହାର କରୁଛି ନାଡା । ତାଙ୍କର ଡୋପ ଟେଷ୍ଟ ସମୟରେ ଏକ୍ସପାରି ନଥିବା ସରଞ୍ଜାମ ବ୍ୟବହାର କରାଯାଇଥିବା ସେ କହିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ବଜରଙ୍ଗ ପୁନିଆ । ଏଥି ସହ ଅନ୍ୟ ଖେଳାଳି ମାନଙ୍କୁ ମଧ୍ୟ ସେ ସତର୍କ କରାଇ ଦେଇଛନ୍ତି । ଭିଡିଓରେ ସେ ଡୋପ୍‌ ଟେଷ୍ଟ ବେଳେ ବ୍ୟବହାର ହୋଇଥିବା ସିରିଞ୍ଜର ଏକ୍ସପାରି ଡେଟ୍‌ ଦେଖାଇଛନ୍ତି କୁସ୍ତି ଯୋଦ୍ଧା ।

  • यह हम सभी के देखने और विचार करने के लिए बहुत महत्वपूर्ण वीडियो है। यदि प्रक्रिया का पालन नहीं किया गया तो सिस्टम पर भरोसा कैसे किया जाए। कोई यह कैसे सुनिश्चित कर सकता है कि पूरी प्रक्रिया में कोई हेराफेरी नहीं हुई है। यह किसी के साथ भी हो सकता है, खासकर जूनियर एथलीटों के साथ।… pic.twitter.com/weMSNGPq0m

    — Bajrang Punia 🇮🇳 (@BajrangPunia) December 13, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-ଡୋପିଂ ଟେଷ୍ଟ ପାଇଁ ମନାକରି ଆମେରିକୀୟ ଅଲମ୍ପିକ ସ୍ପ୍ରିଣ୍ଟର ଷ୍ଟିଭେନ 18 ମାସ ବାସନ୍ଦ

ଭିଡିଓରେ ସେ କହିଛନ୍ତି, "ଏହି ଭିଡିଓ ଦେଖିବା ଓ ବିଚାର କରିବା ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଯଦି ପ୍ରକ୍ରିୟା ପାଳ କରାଯାଉ ନାହିଁ ତେବେ ସିଷ୍ଟମ ଉପରେ କିପରି ଭରସା କରାଯିବ । କିଏ ଏହାକୁ ସୁନିଶ୍ଚିନ୍ତ କରିପାରିବ ଡୋପ ଟେଷ୍ଟ ପୁରା ପ୍ରକ୍ରିୟାରେ କୌଣସି ହେରାଫେର ହୁଏ ନାହିଁ ? ଏହା କାହା ସହ ବି ହୋଇପାରେ । ବିଶେଷକରି ଜୁନିୟର ଆଥଲେଟ୍ସଙ୍କ ସହ । ଡୋପିଂ ଟେଷ୍ଟ ସହିତ ଜଡିତ ଆପଣଙ୍କର ଅଧିକାର ଏବଂ ପ୍ରକ୍ରିୟା ବିଷୟରେ ଦୟାକରି ଅବଗତ ହୁଅନ୍ତୁ । ଆମେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ ଯେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଆଥଲେଟ୍ସଙ୍କୁ ଏ ବିଷୟରେ ଅବଗତ ରହିବାକୁ ଅନୁରୋଧ କରନ୍ତୁ । ମୋର ଅନୁରୋଧ ଏହି ପ୍ରକ୍ରିୟା ସମୟରେ ଅତ୍ୟଧିକ ସତର୍କତା ଅବଲମ୍ବନ କରନ୍ତୁ ।"

ଏହା ମଧ୍ଯ ପଢନ୍ତୁ-ଋଷିଆ ଭାରୋତ୍ତୋଳକ ଡେମାନୋଭ ଡୋପିଂ ଟେଷ୍ଟରେ ଫେଲ, ଅନିର୍ଦ୍ଧିଷ୍ଟ କାଳ ପାଇଁ ନିଲମ୍ବିତ

ବଜରଙ୍ଗ ପୁନିୟା ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ନାଡା ଅଧିକାରୀଙ୍କୁ ସେ ଟାର୍ଗେଟ କରିବାକୁ ଚାହୁଁନାହାଁନ୍ତି, କିନ୍ତୁ ଅଧିକାରୀଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି ଯେ, ଏପରି କାର୍ଯ୍ୟରୁ ଜଣାପଡୁଛି ସେମାନେ ଅନ୍ୟମାନଙ୍କ ନିର୍ଦ୍ଦେଶରେ କିପରି କାର୍ଯ୍ୟ କରୁଛନ୍ତି । ମୁଁ ଆପଣଙ୍କ ଭୁଲକୁ ଦର୍ଶାଉନାହିଁ । କିଛି ବରିଷ୍ଠ ଅଧିକାରୀ ଜାଣିଶୁଣି ଆଥଲେଟ୍ସଙ୍କୁ ଡୋପ ଟେଷ୍ଟରେ ଫସାଇବାକୁ ଚାହୁଁଛନ୍ତି । ମୋ ସହିତ ଅନ୍ୟ ପ୍ରମୁଖ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗାଟ ଏବଂ ସାକ୍ସିଙ୍କ ଡୋପିଂ ଟେଷ୍ଟ ପଛରେ ବ୍ରିଜ ଭୂଷଣଙ୍କ ହାତ ଥିବା ଭିଡିଓରେ ଇଙ୍ଗିତ କରିଛନ୍ତି ।

Last Updated : Dec 14, 2023, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.