ETV Bharat / sports

ଅର୍ଜୁନ ଆୱାର୍ଡ ଟ୍ରଫି ଗ୍ରହଣ କଲେ ଦୂତୀ ଚାନ୍ଦ - Anurag Thakur

ଦିଲ୍ଲୀର ଅଶୋକା ହୋଟେଲ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମବାର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ 2020 ବର୍ଷର କ୍ରୀଡା ପୁରସ୍କାର ବିଜେତାଙ୍କୁ ଟ୍ରଫି ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

Journey of awardees doesn't end here, there is more to be achieved, says Anurag Thakur
ଅର୍ଜୁନ ଆୱାର୍ଡ ଟ୍ରଫି ଗ୍ରହଣ କଲେ ଦୂତୀ ଚାନ୍ଦ
author img

By

Published : Nov 1, 2021, 9:02 PM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରୀ ଅନୁରାଗ ଠାକୁର ଜାତୀୟ କ୍ରୀଡା ପୁରସ୍କାର ୨୦୨୦ ବିଜେତା ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭବିଷ୍ୟତରେ ଭାରତ ପାଇଁ ପଦକ ଜିତିପାରିବା ଭଳି ପ୍ରତିଭାବାନ ଆଥଲେଟ୍‌ସଙ୍କୁ ଦେଶ ସର୍ବଦା ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ଠାକୁର ।

ଦିଲ୍ଲୀର ଅଶୋକା ହୋଟେଲ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମବାର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଗତ ବର୍ଷର କ୍ରୀଡା ପୁରସ୍କାର ବିଜେତାଙ୍କୁ ଟ୍ରଫି ପ୍ରଦାନ କରାଯାଇଛି । ଓଡିଆ ଆଥଲେଟ୍‌ ଦୂତୀ ଚାନ୍ଦ ମଧ୍ୟ ନିଜର ଅର୍ଜୁନ ଆୱାର୍ଡ ଟ୍ରଫି ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କ୍ରୀଡା ସଚିବ ସୁଜାତା ଚର୍ତୁବେଦୀ, ଯୁବ ବ୍ୟାପାର ସଚିବ ଉଷା ଶର୍ମା ଓ ଅନ୍ୟ SAI ଅଧିକାରୀ ଉପସ୍ଥିତ ଥିଲେ । ଏହି ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବରେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପଦକ ବିଜେତାଙ୍କ ଯାତ୍ରା ଏହିଠାରେ ଶେଷ ନୁହେଁ ଆରମ୍ଭ ହେଲା, ଭବିଷ୍ୟତରେ ଆହୁରି ଅନେକ ସଫଳତାର ଅଧିକାରୀ ହେବାକୁ ସମୟ ରହିଛି ।

ପୂର୍ବରୁ ସମସ୍ତ ଜାତୀୟ କ୍ରୀଡା ପୁରସ୍କାର ୨୦୨୦ ବିଜେତା ଆର୍ଥିକ ପୁରସ୍କାର ରାଶି ଗ୍ରହଣ କରିସାରିଛନ୍ତି । COVID-19 ମହାମାରୀ ଯୋଗୁଁ ଗତବର୍ଷର କ୍ରୀଡା ପୁରସ୍କାର ଉତ୍ସବ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ୨୯ ଅଗଷ୍ଟ ୨୦୨୦ରେ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ୫ ରାଜୀବ ଗାନ୍ଧି ଖେଳରତ୍ନ ଓ ୨୭ ଅର୍ଜୁନ ଆୱାର୍ଡ ସମେତ ମୋଟ ୭୫ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.