ନୂଆଦିଲ୍ଲୀ: ଚେକ ରିପବ୍ଲିକ ଠାରେ ଅନୁଷ୍ଠିତ ଟାବୋର ଆଥେଲେଟିକ ମିଟର 200 ମିଟର ରେସରେ ପୁଣି ଏକ ସ୍ବର୍ଣ୍ଣ ଜିତି ଭାରତ ପାଇଁ ଗୌ,ରବ ଆଣି ଦେଇଛନ୍ତି ଭାରତୀୟ ଆଥଲେଟ ହିମା ଦାସ । ଗତ 15 ଦିନ ମଧ୍ୟରେ ଏହା ହିମାଙ୍କ ଚତୁର୍ଥ ପଦକ ।
ମାତ୍ର 23.25 ସେକଣ୍ଡରେ ବିଜୟ ହାସଲ କରିଛନ୍ତି ହିମା । ଯଦିଓ ଦୌଡ ପାଇଁ ଏକ ନିର୍ଦ୍ଧିଷ୍ଟ ସୀମା ନିର୍ଦ୍ଧାରଣ କରାଯାଇଥିଲା ଯେଉଁଥିରେ ଚେକ ଗଣରାଜ୍ୟର ଅନେକ କ୍ଲବ ଗୁଡିକର ଖେଳାଳି ପ୍ରତିନିଧିତ୍ବ କରୁଥିଲେ । ତଥାପି ହିମା ବ୍ୟକ୍ତିଗତ ଭାବେ ନିଜର ଶ୍ରେଷ୍ଠ ପ୍ରଦର୍ଶନର ନିକଟବର୍ତ୍ତୀ ହୋଇଛନ୍ତି । ହିମାଙ୍କ ସହଦେଶୀୟ ଖେଳାଳି ଭି.କେ ବିଶ୍ମୟ 23.43 ସେକେଣ୍ଡ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଜୁଲାଇ 2 ତାରିଖରୁ ଏପର୍ଯ୍ୟନ୍ତ ଏହା 19 ବର୍ଷୀୟ ହିମାଙ୍କ ଚତୁର୍ଥ ପଦକ । ୟୁରୋପରେ ହୋଇଥିବା ପ୍ରତିଯୋଗୀତାରେ ପର୍ଥମ ସ୍ବର୍ଣ୍ଣ ଜିତିବା ପରେ ହିମା ନିଜ ପ୍ରଦର୍ଶନରେ ଆହୁରି ଉନ୍ନତି ପରିଲକ୍ଷିତ ହୋଇଛି । ଜୁଲାଇ 2 ତାରିଖରେ ପୋଲାଣ୍ଡ ଠାରେ ଖେଳାଯାଇଥିବା ପୋଜନାନ ଆଥେଲେଟିକ୍ସ ଗ୍ରାଣ୍ଡ ପିକ୍ସର 200 ମିଟର ରେସକୁ ହିମା 23.65 ସେକେଣ୍ଡରେ ପୁରା କରି ସ୍ବର୍ଣ୍ଣ ଜିତିଥିଲେ । ପୋଲାଣ୍ଡରେ ହିଁ ଖେଳାଯାଇଥିବା କୁଟନୋ ଆଥେଲେଟିକ ମିଟର 200 ମିଟର ରେସରେ ହିମା ନିଜର ଦ୍ୱିତୀୟ ସ୍ବର୍ଣ୍ଣ ଜିତିଥିଲେ । 7 ଜୁଲାଇରେ ହୋଇଥିବା ଏହି ରେସକୁ ହିମା 23.97 ସେକେଣ୍ଡରେ ପୁରା କରିଥିଲେ । 13 ଜୁଲାଇରେ କ୍ଲାଡନୋ ଆଥେଲେଟିକ ମିଟ ଯାହା ଜେଚ ରିପବଲିକରେ ଖେଳାଯାଇଥିଲା, ସେଥିର ମଧ୍ୟ ହିମା 23.43 ସେକେଣ୍ଡରେ ରେସ ପୁରା କରି ତୃତୀୟ ସ୍ବର୍ଣ୍ଣ ଜିତିଥିଲେ ।
ତେବେ ହିମାଙ୍କ ନିଜସ୍ୱ ଇଭେଣ୍ଟ ହେଉଛି 400 ମିଟର ଓ ସେ ଏପର୍ଯ୍ୟନ୍ତ ଉଭୟ କ୍ୱାର୍ଟରମାଇଲ ଓ 200 ମିଟର ଇଭେଣ୍ଟରେ ଚାମ୍ପିୟନସିପ ପାଇଁ ଉତିନ୍ନ ହୋଇନାହାଁନ୍ତି । ୱାର୍ଲଡ ଚାମ୍ପିୟନସିପ ପାଇଁ ଉନ୍ନିତ ହେବା ପାଇଁ 200 ମିଟରର ସମୟସୀମା ରହିଛି 23.2 ସେକେଣ୍ଡ ଓ 400 ମିଟର ପାଇଁ 51.80 ସେକେଣ୍ଡ ରଖାଯାଇଛି । ତେବେ ହିମାଙ୍କ ଏହି ବିଜୟ ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ଅଭିନେତା ସୁନୀଲ ସେଟ୍ଟୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ହିମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ