ETV Bharat / sports

କୋରୋନା ଭୟ: ବିଶ୍ୱକପ ତୀରନ୍ଦାଜରୁ ବାଦ ପଡ଼ିଲା ଭାରତୀୟ ରିକର୍ଭ ଦଳ

author img

By

Published : May 6, 2021, 8:47 PM IST

କୋରୋନା ମହାମାରୀ ଯୋଗୁଁ ବିଶ୍ବକପ ତୀରନ୍ଦାଜରୁ ବାଦ ପଡ଼ିଲା ଭାରତୀୟ ରିକର୍ଭ ଦଳ । ରିକର୍ଭ ତୀରନ୍ଦାଜ ଦଳରେ ମୋ 12 ଜଣ ରିକର୍ଭ ତୀରନ୍ଦାଜ କ୍ରୀଡ଼ାବିତ ସାମିଲ ରହିଛନ୍ତି । ଅଧିକ ପଢ଼ନ୍ତୁ...

କୋରୋନା ଭୟ: ବିଶ୍ୱକପ ତୀରନ୍ଦାଜରୁ ବାଦ ପଡ଼ିଲା ଭାରତୀୟ ରିକର୍ଭ ଦଳ
କୋରୋନା ଭୟ: ବିଶ୍ୱକପ ତୀରନ୍ଦାଜରୁ ବାଦ ପଡ଼ିଲା ଭାରତୀୟ ରିକର୍ଭ ଦଳ

ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ବିଶ୍ବକପ ତୀରନ୍ଦାଜରୁ ବାଦ ପଡ଼ିଲା ଭାରତୀୟ ରିକର୍ଭ ଦଳ । ରିକର୍ଭ ତୀରନ୍ଦାଜ ଦଳରେ ମୋ 12 ଜଣ ରିକର୍ଭ ତୀରନ୍ଦାଜ କ୍ରୀଡ଼ାବିତ ସାମିଲ ରହିଛନ୍ତି । ସ୍ବିଜରଲାଣ୍ଡର ଲ୍ୟୁସନ ବିଶ୍ବକପ ତୀରନ୍ଦାଜ ଦଳର ଦ୍ବିତୀୟ ଚରଣ ଆରମ୍ଭ ହେବ । ତେବେ ଭାରତରେ କୋରୋନା ଭାଇରସ ପ୍ରକୋପ ଉପର ମୁହାଁ ରହିଥିବାରୁ ସ୍ବିଜରଲାଣ୍ଡ ଦୂତାବାସ ପକ୍ଷରୁ ଭାରତୀୟ ଖେଳାଳିଙ୍କୁ ଭିସା ଆବେଦନକୁ ଅଗ୍ରାହ୍ୟ କରି ଦିଆଯାଇଛି ।

ତେବେ ଏହାପରେ ଭାରତ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଗୁହାରି କରିଛି ଭାରତୀୟ ତୀରନ୍ଦାଜ ମହାସଂଘ । ଏହାକୁ ନେଇ ଭାରତୀୟ ତୀରନ୍ଦାଜ ସଂଘର ମହାସଚିବ ପ୍ରମୋଦ ଚନ୍ଦୁରକର କହିଛନ୍ତି ଯେ, "ଭାରତରେ କୋରୋନା ମହାମାରୀ ପ୍ରକୋପ ରହିଥିବାରୁ ୟୁରୋପିଆନ ଦେଶ ଭାରତ ନାଗରିକଙ୍କୁ ଭିସା ଦେବାକୁ ମନା କରି ଦେଇଛନ୍ତି । ଯଦି ବିଶ୍ବକପ ପାଇଁ ଅନୁମତି ମିଳିଲା ତେବେ ଭାରତୀୟ ତୀରନ୍ଦାଜ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡରେ 10 ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟିନରେ ରହିବାକୁ ହେବ । ଏଭଳି ସ୍ଥିତିରେ ଏହି ବିଶ୍ବକପକୁ ଛାଡ଼ି ପ୍ୟାରିସରେ ହେବାକୁ ଥିବା ତୀରନ୍ଦାଜ ଚମ୍ପିଆନସିପ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ।"

ଭାରତୀୟ ପୁରୁଷ ରିକର୍ଭ ତୀରନ୍ଦାଜ ଦଳ 23 ଜୁଲାଇରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେପଟେ ଭାରତୀୟ ମହିଳା ରିକର୍ଭ ଦଳ ବର୍ତ୍ତମାନ ସୁଦ୍ଧା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ପାରିନାହିଁ । ଏକକ ବିଭାଗରେ ମହିଳା ଅଲମ୍ପିଆନ ଦୀପିକା କୁମାର ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ଏହାକୁ ନେଇ ଭାରତୀୟ ତୀରନ୍ଦାଜ ସଂଘ ମହାସଚିବ କହିଛନ୍ତି ଯେ, "ଭାରତୀୟ ତୀରନ୍ଦାଜ ଦଳ ଗ୍ବାଟେମାଲା ସିଟିରେ ସଦ୍ୟ ଶେଷ ହୋଇଥିବା ବିଶ୍ବକପର ପ୍ରଥମ ଚରଣରେ ଭଲ ପ୍ରଦର୍ଶନ କରିଥିଲା । ପୁଣେସ୍ଥିତ ଜାତୀୟ ଶିବିରରେ ଯୋଗ ଦେବାକୁ ଖେଳାଳିଙ୍କୁ 7 ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟିନରେ ରହିବାକୁ ପଡ଼ିଥିଲା । ଲ୍ୟୁସନ ବିଶ୍ବକପରେ ଭାଗ ନେଇ ପାରିଥିଲେ ଭାରତୀୟ ଦଳ କିଛି ସକରାତ୍ମକ ଉପଲବ୍ଧି ହାସଲ କରି ପାରିଥାନ୍ତା ।"

ଜୁନ 21ରୁ ଜୁନ 27 ଯାଏଁ ଖେଳା ଯିବାକୁ ପ୍ୟାରିସ ତୀରନ୍ଦାଜ ଚମ୍ପିଆନସିପ ଖେଳାଯିବ । ଟୋକିଓ ଅଲମ୍ପିକ୍ସରେ ଯୋଗ୍ୟତା ହାସଲ କରିବା ପାଇଁ ରିକର୍ଭ ତୀରନ୍ଦାଜ ଦଳର ଏହା ଶେଷ ସୁଯୋଗ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.