ETV Bharat / sports

ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପ୍‌ 2026 ଆୟୋଜନ କରିବ ଭାରତ

2009ରେ ହାଇଦ୍ରାବାଦରେ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା ଭାରତ । ଅଧିକ ପଢନ୍ତୁ...

author img

By

Published : Jul 13, 2021, 6:19 PM IST

India to host 2026 badminton world championship
ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପ୍‌ 2026 ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ: ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ 2026 ଭାରତ ଆୟୋଜନ କରିବ । ବ୍ୟାଡମିଣ୍ଟନର ସର୍ବୋଚ୍ଚ ପରିଚାଳନା ସଂଘ, BWF ମଙ୍ଗଳବାର ଏନେଇ ଘୋଷଣା କରିଛି । ପୂର୍ବରୁ 2009ରେ ହାଇଦ୍ରାବାଦରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା ଭାରତ । ଫଳରେ ଦ୍ବିତୀୟ ଥର ପାଇଁ ଭାରତକୁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ଆୟୋଜକ ମାନ୍ୟତା ମିଳିଛି ।

2013 ସୁଦୀରମାନ କପ୍‌ର ଆୟୋଜକ ରହିଥିଲା ଭାରତ ମାତ୍ର ବ୍ୟାଡମିଣ୍ଟନ ବିଶ୍ବ ମହାସଂଘ ବିଶ୍ବ ମିକ୍ସଡ ଟିମ ଚମ୍ପିଆନସିପର ଆୟୋଜକ ମାନ୍ୟତା ଚାଇନାକୁ ଦେବାକୁ ନିଷ୍ପତ୍ତି ନେଇଛି । ଚଳିତ ବର୍ଷର ସୁଦୀରମାନ କପ ଏସିଆନ ଦେଶମାନଙ୍କରେ COVID-19 ସ୍ଥିତି ସଙ୍ଗୀନ ଥିବାରୁ ଚାଇନାରୁ ଫିନଲାଣ୍ଡର ଭାନ୍ତାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି କରିଛି BWF ।

ବର୍ତ୍ତମାନ ସୁଜହଉ(ଚାଇନା)ରେ 2023 ସଂସ୍କରଣର BWF ବିଶ୍ବ ମିକ୍ସଡ ଟିମ ଚମ୍ପିଆନସିପ ଖେଳାଯିବ । ପୂର୍ବରୁ 2023 ସଂସ୍କରଣର ଏହି ମେଗା ପ୍ରତିଯୋଗିତାର ଆୟୋଜକ ମାନ୍ୟତା ଭାରକୁ ମିଳିଥିଲା । ତେବେ ଭାରତ 2026 BWF ବିଶ୍ବ ଚମ୍ପିଆନସିପ ଆୟୋଜନ କରିବାକୁ ସହମତି ପ୍ରକାଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.