ହାଇଦ୍ରାବାଦ: ଚଳିତ ତୀରନ୍ଦାଜ ବିଶ୍ବ ଚମ୍ପିଆନସିପ୍ରେ ଦୁଇଟି ରୌପ୍ୟ ପଦକ ଜିତିଲା ଭାରତ । ଅଲମ୍ପିକ୍ ପରେ ପୁଣି ଏକ ମେଗା ଇଭେଣ୍ଟରେ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହେବାସହ ରୌପ୍ୟରେ ସନ୍ତୁଷ୍ଟ ହୋଇଛି ତୀରନ୍ଦାଜୀ ଟିମ ଇଣ୍ଡିଆ । ୟାଙ୍କଟନରେ ଖେଳାଯାଉଥିବା ତୀରନ୍ଦାଜ ଚମ୍ପିଆନସିପ୍ରେ ଭାରତୀୟ ମହିଳା ଓ ମିକ୍ସଡ କମ୍ପାଉଣ୍ଡ୍ ଟିମ ରୌପ୍ୟ ପଦକ ହାତେଇଛି ।
ଭାରତୀୟ ତୀରନ୍ଦାଜ ଟମର ସଦସ୍ୟ ଜ୍ୟୋତି, ମୁଶକାନ୍ କିରାର ଓ ପ୍ରିୟା ଗୁରଜର କଲୋମ୍ବିଆର ସାରା ଲୋପେଜ, ଅଲେଜାନ୍ଦ୍ରା ଉସକ୍ୟୁଆନୋ ଓ ନୋରା ଭଲଦେଜଙ୍କ ଠାରୁ ପରାସ୍ତ ହୋଇଥିଲେ । ଭାରତକୁ ୨୨୯-୨୨୪ ପଏଣ୍ଟରେ ଭାରତକୁ ହରାଇଥିଲା କଲୋମ୍ବିଆ ।
ଅନ୍ୟପଟେ ଅଭିଶେକ ବର୍ମା ଓ ଜ୍ୟୋତି ସୁରେଖା ଭେନମଙ୍କୁ ନେଇ ଭାରତୀୟ ମିକ୍ସଡ୍ ଯୋଡି ମଧ୍ୟ କଲୋମ୍ବିଆ ଯୋଡିଙ୍କ ଠାରୁ ପରାସ୍ତ ହେଆଇଥିଲେ ।
କଲୋମ୍ବିଆନ ଯୋଡି ବର୍ମା ଓ ଭେନସଙ୍କୁ ଫଇନାଲ ମୁକାବିଲାରେ ୧୪୫-୧୫୦ ପଏଣ୍ଟରେ ହରାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ