ETV Bharat / sports

SAFF Championship: ନେପାଳକୁ ହରାଇ ସେମିଫାଇନାଲରେ ଭାରତ

author img

By

Published : Jun 25, 2023, 7:06 AM IST

ସାଫ ଚମ୍ପିଆନସିପ ବା ସାଉଥ ଏସିଆ ଫୁଟବଲ ଫେଡେରେସନର 14 ତମ ସଂସ୍କରଣରେ ଭାରତ ତା'ର ଦ୍ବିତୀୟ ମ୍ୟାଚରେ ନେପାଳକୁ 2-0 ଗୋଲରେ ପରାସ୍ତ କରିଛି । ଅଧିକ ପଢନ୍ତୁ

india beat nepal
SAFF Championship 2023

ବେଙ୍ଗାଲୁରୁ: ଫୁଲ ଫର୍ମରେ ଅଛି ଭାରତୀୟ ଫୁଟବଲ ଦଳ । ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଚମ୍ପିଆନ ହେବାପରେ ଭାରତ ସାଫ ଚମ୍ପିଆନସିପରରେ ତା'ର ଦମଦାର ପ୍ରଦର୍ଶନ କରିଛି । ଲଗାତାର ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଦଳ । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିବା ପରେ ଦ୍ବିତୀୟ ମ୍ୟାଚରେ ନେପାଳକୁ 2-0 ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଭାରତ ।

ଭାରତ ବନାମ ନେପାଳ: ସାଫ ଫୁଟବଲ ଚମ୍ପିଆନସିପ ପ୍ରତିଯୋଗିତାର 14ତମ ସଂସ୍କରଣରେ ଆୟୋଜକ ଭାରତ ଦ୍ବିତୀୟ ମୁକାବିଲାରେ ନେପାଳକୁ ଭେଟିଥିଲା । ଏହି ମ୍ୟାଚରେ ନେପାଳକୁ 2-0 ଗୋଲରେ ପରାସ୍ତ କରିଛି ଭାରତ । ଏହି ବିଜୟରେ ଅଧିନାୟକ ସୁନୀଲ ଛେତ୍ରୀ ଓ ଏମ ମହେଶ ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗ୍ରୁପ-ଏରେ ଭାରତ ଲଗାତାର ଦୁଇଟି ମ୍ୟାଚ ଜିତି 6 ପଏଣ୍ଟ ସହ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି । ନେପାଳ ବିପକ୍ଷ ମ୍ୟାଚରେ 15 ମିନିଟରେ ଭାରତ ଗୋଲ କରିବାର ସୁଯୋଗ ପାଇ ହାତଛଡା କରିଥିଲା । ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା । ଦ୍ବିତୀୟାର୍ଦ୍ଧରେ 61ତମ ମିନିଟରେ ଭାରତର ଏମ ମହେଶ ସିଂହଙ୍କ ଏକ ପାସକୁ ଗୋଲରେ ପରିଣତ କରିଥିଲେ ସୁନୀଲ ଛେତ୍ରୀ । ଏହାପରେ ଭାରତ 1-0 ଗୋଲରେ ଆଗୁଆ ରହିଥିଲା । ନେପାଳ ଗୋଲ ପରିଶୋଧ କରିବାକୁ ସୁଯୋଗ ଖୋଜୁଥିଲା । 70ତମ ମିନିଟରେ ଭାରତ ଆଉ ଏକ ଗୋଲ କରିଥିଲା । ଏମ ମହେଶ ସିଂହ ଏହି ଗୋଲ କରିଥିଲେ । ଶେଷରେ ଭାରତ ମ୍ୟାଚକୁ 2-0 ଗୋଲରେ ଜିତି ନେଇଥିଲା ।

ସୁନୀଲ ଛେତ୍ରୀଙ୍କ 91ତମ ଗୋଲ: ନେପାଳ ବିପକ୍ଷରେ ଗୋଟିଏ ଗୋଲ କରିଛନ୍ତି ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀ । ଏହାକୁ ମିଶାଇ ସେ ତାଙ୍କ କ୍ୟାରିଅରରେ ମୋଟ 139 ମ୍ୟାଚ ଖେଳି 91ଟି ଗୋଲ କରିବାରେ ସଫଳ ହୋଇଛନ୍ତି । ଇରାନର ଅଲ୍ଲୀ ଦେଇଙ୍କ ପରେ (148 ମ୍ୟାଚରେ 109 ଗୋଲ) ଛେତ୍ରୀ ଦ୍ବିତୀୟ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରର ସହ ତୃତୀୟ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରର ବିବେଚିତ ହୋଇଛନ୍ତି ।

ଏହା ବି ପଢନ୍ତୁ...Indian Team for West Indies Tour: ରୋହିତ-କୋହଲିଙ୍କର ବିକଳ୍ପ ନାହିଁ, ଟେଷ୍ଟରୁ ପୂଜାରାଙ୍କୁ ଛୁଟି

ଏହା ବି ପଢନ୍ତୁ...SAFF Championship: ଛେତ୍ରୀଙ୍କ ହ୍ୟାଟ୍ରିକରେ ଜିତିଲା ଭାରତ, ପାକିସ୍ତାନର ଶୋଚନୀୟ ପରାଜୟ

କୁଏତ ବନାମ ପାକିସ୍ତାନ: ସାଫ ଚମ୍ପିଆନସିପ ଗ୍ରୁ-ଏର ଅନ୍ୟ ଏକ ମ୍ୟାଚରେ କୁଏତ ଓ ପାକିସ୍ତାନ ପରସ୍ପରରକୁ ଭେଟିଥିଲେ । ଏଥିରେ ପାକିସ୍ତାନକୁ କୁଏତ 4-0 ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । କୁଏତ ତା'ର ପ୍ରଥମ ମ୍ୟାଚରେ ନେପାଳକୁ 3-1 ପରାସ୍ତ କରିଥିଲା । ପାକିସ୍ତାନ ତା'ର ପ୍ରଥମ ମ୍ୟାଚରେ ଭାରତଠୁ 4-0 ଗୋଲରେ ପରାସ୍ତ ହୋଇଥିଲା । କୁଏତ କ୍ରମାଗତ ଦ୍ବିତୀୟ ବିଜୟ ସହ 4 ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ପାକିସ୍ତାନ ଲଗାତାର 2ଟି ମ୍ୟାଚରେ ପରାସ୍ତ ହୋଇ ସେମିରୁ ବାଦ ପଡିଛି ।କୁଏତ ପକ୍ଷରୁ 17 ଓ 45 ମିନିଟରେ ଅଲ୍ଲୀ ଫାନିନି 2ଟି ଗୋଲ ଓ ଅଲ୍ଲୀ ଇଞ୍ଜି 10 ମିନିଟ ଓ ଅଲ୍ଲୀ ରସିଦ 96ତମ ମିନିଟରେ ଗୋଲ ସ୍କୋର କରିଥିଲେ । ପାକିସ୍ତାନ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲା । ଆସନ୍ତା 27 ତାରିଖରେ କୁଏତ ତା'ର ଶେଷ ମ୍ୟାଚରେ ଭାରତ ଓ ଅନ୍ୟ ଏକ ମ୍ୟାଚରେ ନେପାଳ ପାକିସ୍ତାନ ପରସ୍ପରକୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.