ETV Bharat / sports

Hockey World Cup: ୱେଲ୍ସ ବିପକ୍ଷରେ ବିଜୟ ପରେ ଭାରତର ସେଲିବ୍ରେସନ - ୱେଲ୍ସ ବିପକ୍ଷରେ ବିଜୟ ପରେ ଭାରତର ସେଲିବ୍ରେସନ

ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ଅନ୍ତିମ ପୁଲ ମ୍ୟାଚରେ ୱେଲ୍ସ ବିପକ୍ଷରେ ବିଜୟ ପରେ ଭାରତୀୟ ଖେଳାଳି ସେଲିବ୍ରେସନ କରିଛନ୍ତି । ଅଧିକ ପଢନ୍ତୁ

team india celebration after defeat Wales
ହକି ବିଶ୍ବକପ 2023
author img

By

Published : Jan 20, 2023, 8:56 AM IST

ହକି ବିଶ୍ବକପ 2023

ଭୁବନେଶ୍ବର: ଇଣ୍ଡିଆ ଇଣ୍ଡିଆ ଚିଅରଅପରେ କମ୍ପିଥିଲା କଳିଙ୍ଗ । ଆଉ ହକିପ୍ରେମୀ ତାଙ୍କ ପସନ୍ଦର ଖେଳାଳିଙ୍କ ନାଁ ନେଇ ଉତ୍ସାହିତ କରୁଥିଲେ । ଭାରତ କିପରି ଗୋଲ ପରେ ଗୋଲ କରି ୱେଲ୍ସକୁ ପରାସ୍ତ କରିବ । ପ୍ରଥମ କ୍ବାର୍ଟର ଗୋଲ ଶୂନ୍ୟ ହୋଇଥିଲା ଆଉ ଦ୍ବିତୀୟ କ୍ବାର୍ଟରରୁ ଆରମ୍ଭ ହୋଇଯାଇଥିଲା ଭାରତର ଅସଲ ଖେଳ । ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ପୁଲ-ଡିରେ ଥିବା ଭାରତ ଓ ୱେଲ୍ସ ମଧ୍ୟରେ ଅନ୍ତିମ ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ ଭାରତ 4-2ରେ ୱେଲ୍ସକୁ ପରାସ୍ତ କରିଛି । ଆଉ ଏହା ପରେ ଭାରତର ସେଲିବ୍ରେସନ ଆରମ୍ଭ ହୋଇଥିଲା । ୱେଲ୍ସ ବିପକ୍ଷରେ ବିଜୟ ପରେ ଭାରତର ସେଲିବ୍ରେସନ ଦେଖିବାକୁ ମିଳିଥିଲା । ଡ୍ରେସିଂ ରୁମରେ ଭାରତୀୟ ଖେଳାଳି ବୋଲ ତାରାରା ସଙ୍ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଖେଳାଳିମାନେ ବହୁତ ଖୁସି ଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...Hockey World Cup: ଆଜି ୪ଟି ମ୍ୟାଚ, କ୍ବାଟର ଫାଇନାଲ ପାଇଁ ହେବ ଜୋରଦାର ଲଢେଇ

ଭାରତ ଓ ୱେଲ୍ସ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା । ଭାରତ ୱେଲ୍ସ ବିପକ୍ଷରେ ବଡ ମାର୍ଜିନରେ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଥିବାବେଳେ ୱେଲ୍ସ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଥିଲା । ପ୍ରଥମ କ୍ବାର୍ଟର ଗୋଲ ଶୂନ ରହିଥିଲା । ଏହାପରେ ଦ୍ବିତୀୟ କ୍ବାର୍ଟରରେ ଭାରତ ଆଟାକିଂ ଗେମ ଖେଳିବାକୁ ଲାଗିଥିଲା । ଭାରତର ଶମଶେର ସିଂ ପ୍ରଥମ ଗୋଲ କରି 1-0ରେ ଦଳକୁ ଆଗୁଆ ରଖିଥିଲେ । ଏହା ପରେ ଭାରତ ଆଉ ଏକ ଗୋଲ କରିଥିଲା ।

ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ବି ଗୋଲ ହାସଲ କରିବାରେ ବିଫଳ ହୋଇଥିଲା । ୱେଲ୍ସ ଟିମ କିଛି କମ ନଥିଲା । ଯାହା କେହି ଭାବି ନଥିଲେ ୱେଲ୍ସ ତାହା କରି ଦେଲା । କମବ୍ୟାକ କରି ଦୁଇଟି ଗୋଲ କରି ମ୍ୟାଚ ବରାବର କରିଥିଲା ୱେଲ୍ସ । ଭାରତ ପାଇଁ ଏକ ପ୍ରକାର ବିପଦ ସୃଷ୍ଟି ହୋଇଥିଲା । ସମୟ ସରି ସରି ଆସୁଥାଏ । ଭାରତ ଶୃଙ୍ଖଳାର ସହିତ ଆଉ ଦୁଇଟି ଗୋଲ ହାସଲ କରି ୱେଲ୍ସ ବିପକ୍ଷରେ ବିଜୟ ହାସଲ କରିଥିଲା । ଯେଉଁ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହୋଇନଥିଲା ମାତ୍ର ବିଜୟ ହାସଲ କରିଥିଲା । ଏହାପରେ ଦଳର ଖେଳାଳି ଡ୍ରେସିଂ ରୁମରେ ବିଜୟକୁ ସେଲିବ୍ରେଟ କରିଥିଲେ ।

ଏହା ବି ପଢନ୍ତୁ...Hockey World Cup 2023: ଭାରତର ରୋମାଞ୍ଚକର ବିଜୟ, ୪-୨ ଗୋଲରେ ୱେଲ୍ସ ପରାସ୍ତ

ଆଶ୍ଚର୍ଯ୍ୟର କଥା ଶକ୍ତିଶାଳୀ ସ୍ପେନ ଓ ଇଂଲଣ୍ଡଠୁ ଭାରତ ଗୋଲ ଖାଇ ନଥିଲା ମାତ୍ର ୱେଲ୍ସଠୁ ଭାରତ 2ଟି ଗୋଲ ଖାଇଥିଲା । କେଉଁଠି ନା କେଉଁଠି ଭାରତର ପ୍ରଦର୍ଶନରେ ତ୍ରୁଟି ରହିଥିଲା । ୱେଲ୍ସ ବିପକ୍ଷରେ ଭାରତ ଯଦି ବଡ ମାର୍ଜିନରେ ଜିତିଥାନ୍ତା ତେବେ ସିଧାସଳଖ କ୍ବାର୍ଟର ଫାଇନାଲକୁ ପ୍ରବେଶ କରିଥାନ୍ତା । ମାତ୍ର ତାହା ସମ୍ଭବ ହେଲା ନାହିଁ । କ୍ବାର୍ଟର ପାଇଁ ଭାରତକୁ ନ୍ୟୁଜିଲାଣ୍ଡ ସହ କ୍ରସଓଭର ଖେଳିବାକୁ ହେବ । ଆସନ୍ତା 22 ତାରିଖରେ ମ୍ୟାଚ ହେବ । ସେପଟେ ସ୍ପେନକୁ ହରାଇ ସିଧାସଳଖ କ୍ବାର୍ଟରରେ ପ୍ରବେଶ କରିଛି ଇଂଲଣ୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.