ETV Bharat / sports

ପୁରୁଷ ଜୁନିୟର ହକି ବିଶ୍ବକପ: କାନାଡାକୁ ହରାଇ କ୍ବାଟରରେ ପହଞ୍ଚିଲା ଭାରତ

author img

By ETV Bharat Odisha Team

Published : Dec 10, 2023, 9:15 AM IST

FIH Junior Hockey World Cup: କ୍ବାଲାଲମ୍ପୂରରେ ଚାଲିଥିବା ପୁରୁଷ ଜୁନିୟର ହକି ବିଶ୍ବକପରେ କ୍ବାଟରରେ ପହଞ୍ଚିଲା ଭାରତ । ତୃତୀୟ ମ୍ୟାଚରେ କାନାଡାକୁ 10-1 ଗୋଲରେ ପରାଜିତ କରିଛି । ଅଧିକ ପଢନ୍ତୁ

FIH Junior Hockey World Cup
FIH Junior Hockey World Cup

କ୍ବାଲାଲୁମ୍ପୁର: ଏଫଆଇଏଚ ପୁରୁଷ ଜୁନିୟର ହକି ବିଶ୍ବକପରେ କ୍ବାଟର ଫାଇନାଲକୁ ପ୍ରବେଶ କରିଛି ଭାରତ । 10-1 ଗୋଲରେ କାନାଡାକୁ ହରାଇ ଭାରତ ନକ ଆଉଟ ପର୍ଯ୍ୟାୟରେ ପହଞ୍ଚିଛି । ପୁଲ ସିରେ ଭାରତ ତିନୋଟି ମ୍ୟାଚ ଖେଳି 2ଟି ବିଜୟୀ ହୋଇ 6 ପଏଣ୍ଟ ହାସଲ କରିଛି । ପୁଲ ସିରେ ଭାରତ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ସ୍ପେନ ତିନୋଟି ଯାକ ମ୍ୟାଚ ଜିତି 9 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଭାରତ ପୁଲ ସିରେ ଦକ୍ଷିଣ କୋରିଆ ଓ କାନାଡା ସହ ଖେଳି ବିଜୟୀ ହୋଇଥିବା ବେଳେ ସ୍ପେନ ଠାରୁ ପରାଜିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଜୁନିୟର ପୁରୁଷ ହକି ବିଶ୍ବକପ; ସ୍ପେନଠୁ ହାରିଲା ଭାରତ

ମାଲେସିଆର କ୍ବାଲାଲମ୍ପୂର ଜାରି ରହିଥିବା ଏଫଆଇଏଚ ପୁରୁଷ ଜୁନିୟର ହକି ବିଶ୍ବକପର 13 ତମ ସଂସ୍କରଣରେ ଗତକାଲି ( ଶନିବାର) ଭାରତ ଓ କାନାଡା ମଧ୍ୟରେ ମୁକାବିଲା ହୋଇଥିଲା । ଭାରତୀୟ ଖେଳାଳି ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଚାଲିଥିବା ବେଳେ କାନାଡା ଖେଳାଳି ମାତ୍ର ଗୋଟିଏ ଗୋଲ କରିବାକୁ ସକ୍ଷମ ହୋଇଥିଲେ । ଭାରତର ରଣନୀତି ଆଗରେ ଫେଲ ମାରିଥିଲା କାନାଡା । ଶେଷରେ 10-1ର ବ୍ୟବଧାନରେ ଭାରତ କାନାଡାକୁ ପରାଜିତ କରିବା ସହ କ୍ବାଟର ଫାଇନାଲରେ ପହଞ୍ଚିଥିଲା । ଆସନ୍ତା ମଙ୍ଗଳବାର କ୍ବାଟର ଫାଇାଲରେ ପୁଲ ଡିରେ ପ୍ରଥମ ସ୍ଥାନରେ ରହିଥିବା ନେଦରଲାଣ୍ଡକୁ ଭେଟିବ ।

ଏହା ମଧ୍ୟ ପଢନ୍ତୁ- କନିଷ୍ଠ ମହିଳା ହକି ବିଶ୍ବକପ; ବେଲଜିୟମଠୁ ହାରିଲା ଭାରତ

ପୁଲ ସିରେ ସ୍ପେନ ବିପକ୍ଷରେ ଦ୍ବିତୀୟ ମ୍ୟାଚ ଖେଳିଥିଲା ଭାରତ । ଏହି ମ୍ୟାଚ୍‌ ଭାରତ 1-4 ଗୋଲରେ ପରାଜିତ ହୋଇଥିଲା । କ୍ବାଟରରେ ପ୍ରବେଶ କରିବାକୁ ହେଲେ ଦଳକୁ ଅନ୍ତିମ ମ୍ୟାଚ୍‌ରେ କାନାଡ଼ା ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିବାକୁ ଥିଲା । ଦୃଢତାର ସହ ଖେଳି ଭାରତ କାନାଡାକୁ ହରାଇ କ୍ବାଟରରେ ପହଞ୍ଚିଛି । କାନାଡା ବିପକ୍ଷ ମ୍ୟାଚରେ ଭାରତ ପକ୍ଷରୁ ଓଡିଆ ପୁଅ ଅମନଦୀପ ଲାକ୍ରା 2ଟି ଗୋଲ ଦେଇଥିବା ବେଳେ ଆଦିତ୍ୟ ଅର୍ଜୁନ 2ଟି, ରୋହିତ 2ଟି, ବିଷ୍ଣୁକାନ୍ତ, ରାଜିନ୍ଦର, ସୌରଭ ଓ ଉତ୍ତମ ଗୋଟିଏ ଲେଖାଏଁ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ । ପୁଲ ସିରେ ଗତକାଲି ସ୍ପେନ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏଥିରେ 8-2 କୋଗଲରେ ଦକ୍ଷିଣ କୋରିଆକୁ ହରାଇଥିଲା ସ୍ପେନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.