ନୂଆଦିଲ୍ଲୀ: ଭାରତୀୟ କ୍ରୀଡାଜଗତ ପାଇଁ ଆଜିର ଦିନ ଏକ ଦୁଃଖର ଦିନ ହୋଇଛି । ଦେଶ ପାଇଁ ଦୁଇ ଥର ଅଲମ୍ପିକ୍ ପଦକ ଜିତିଥିବା ହକି କିମ୍ବଦନ୍ତୀ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ଚରଣଜିତ୍ ସିଂହଙ୍କ ପରଲୋକ ହୋଇଛି । ଗୁରୁବାର ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ତାଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।
-
On behalf of Hockey India, we mourn the loss of a great figure of Indian Hockey, Shri Charanjit Singh.
— Hockey India (@TheHockeyIndia) January 27, 2022 " class="align-text-top noRightClick twitterSection" data="
May his soul Rest in Peace🙏 pic.twitter.com/PTb38lHDS6
">On behalf of Hockey India, we mourn the loss of a great figure of Indian Hockey, Shri Charanjit Singh.
— Hockey India (@TheHockeyIndia) January 27, 2022
May his soul Rest in Peace🙏 pic.twitter.com/PTb38lHDS6On behalf of Hockey India, we mourn the loss of a great figure of Indian Hockey, Shri Charanjit Singh.
— Hockey India (@TheHockeyIndia) January 27, 2022
May his soul Rest in Peace🙏 pic.twitter.com/PTb38lHDS6
ଏହାମଧ୍ୟ ପଢନ୍ତୁ: ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଦଳକୁ ଫେରିଲେ କୂଳଦୀପ
ଅର୍ଜୁନ ଆୱାର୍ଡ ବିଜେତା ଭାରତର ଗୌରବମୟ ଦିନର ପ୍ରମୁଖ ଅଂଶ ରହିଥିଲେ । ୧୯୬୪ ଟୋକିଓ ଅଲମ୍ପିକ୍ସରେ ଚରଣଜିତ୍ ସିଂଙ୍କ ନେତୃତ୍ବରେ ଫାଇନାଲରେ ପାକିସ୍ତାନକୁ ହରାଇ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିଲା ଭାରତ । ଏଥିସହ ୧୯୬୦ ରୋମ୍ ଅଲମ୍ପିକ୍ସରେ ରୌପ୍ୟ ପଦକ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିଲେ । 1962 ଏସିଆନ ଗେମ୍ସରେ ରୌପ୍ୟ ବିଜେତା ଭାରତୀୟ ଟିମର ସଦସ୍ୟ ମଧ୍ୟ ରହିଥିଲେ ।
-
We mourn the passing away of legendary former Indian Hockey Team 🇮🇳 captain Charanjit Singh, who led @TheHockeyIndia to gold 🥇 at the 1964 @Olympics. #RIP 🙏
— Indian Football Team (@IndianFootball) January 27, 2022 " class="align-text-top noRightClick twitterSection" data="
📸: The Tribune pic.twitter.com/CALFUr0n8y
">We mourn the passing away of legendary former Indian Hockey Team 🇮🇳 captain Charanjit Singh, who led @TheHockeyIndia to gold 🥇 at the 1964 @Olympics. #RIP 🙏
— Indian Football Team (@IndianFootball) January 27, 2022
📸: The Tribune pic.twitter.com/CALFUr0n8yWe mourn the passing away of legendary former Indian Hockey Team 🇮🇳 captain Charanjit Singh, who led @TheHockeyIndia to gold 🥇 at the 1964 @Olympics. #RIP 🙏
— Indian Football Team (@IndianFootball) January 27, 2022
📸: The Tribune pic.twitter.com/CALFUr0n8y
ନଭେମ୍ବର ୨୦, ୧୯୨୯ରେ ଜନ୍ମ ହୋଇଥିବା ଚରଣଜିତ୍ ଡେରାଡୁନର COL.Brown କେମ୍ବ୍ରିଜ ସ୍କୁଲ୍ ଓ ପଞ୍ଜାବ ବିଶ୍ବ ବିଦ୍ୟାଳୟର ପୂର୍ବତନ ଛାତ୍ର ରହିଥିଲେ । ଅନ୍ତର୍ଜାତୀୟ ହକିରେ ସଫଳତମ କ୍ୟାରିୟର ପରେ ସେ ସିମଲାରେ ହିମାଚଳ ପ୍ରଦେଶ ବିଶ୍ବବିଦ୍ୟାଳୟରେ ଶାରିରୀକ ଶିକ୍ଷା(Physical Education) ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । କିମ୍ବଦନ୍ତୀ ଅଲମ୍ପିକ୍ ଚମ୍ପିଆନ ଚରଣଜିତ୍ ସିଂହଙ୍କ ଦେହାନ୍ତରେ ହକି ଇଣ୍ଡିଆ ଗୁରୁବାର ଗଭୀର ଶୋକବ୍ୟକ୍ତ କରିଛି ।
IANS