ଭୁବନେଶ୍ବର: ଗିନିଜ ୱାର୍ଲ୍ଡ ରେକର୍ଡ କରିବାକୁ ଯାଉଛନ୍ତି ଓଡ଼ିଆ ପୁଅ କମଳା କାନ୍ତ ନାୟକ । ପ୍ରଥମ ଓଡ଼ିଆ ଫିଜିକାଲ ହ୍ୟାଣ୍ଡିକାଫ୍ଟ ଭାବେ ଗିନିଜ ୱାର୍ଲଡ ରେକର୍ଡ (Guinness world records) କରିବାକୁ ଯାଉଛନ୍ତି କମଳାକାନ୍ତ । ପୁରୀ ଜିଲ୍ଲାର 28 ବର୍ଷୀୟ କମଳାକାନ୍ତ 24 ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ଦୂରତା wheel ଚେୟାରରେ କଭର କରିବା ସହ ଗିନିଜ ୱାର୍ଲ୍ଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଏହାମଧ୍ୟ ପଢନ୍ତୁ: ଭାରତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କ ଅବସର ଘୋଷଣା
ସେ ଜାନୁଆରୀ 15 ତାରିଖରେ ରାଜମହଲଠାରୁ ଏହି ଯାତ୍ରା ଆରମ୍ଭ କରିବେ ବୋଲି ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି। ଏହି ଯାତ୍ରା ସେ wheel ଚେୟାରରେ କରିବେ ଏବଂ 24 ଘଣ୍ଟା ମଧ୍ୟରେ ପାଖାପାଖି 200 କିମି ଯାତ୍ରା କରିବେ । ପୂର୍ବରୁ ଅନେକ ରେକର୍ଡ ମଧ୍ୟ ହାସଲ କରି ସାରିଛନ୍ତି କମଳାକାନ୍ତ । କମଳାକାନ୍ତଙ୍କ ଏହି ସଫଳତା ପଛରେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ, ବେଟର ଲାଇଫ ଫାଉଣ୍ଡେସନର ହାତ ଥିବା ସେ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ