ETV Bharat / sports

FIH Pro League: 20 ଜଣିଆ ଭାରତୀୟ ପୁରୁଷ ହକି ଟିମରେ 2 ଓଡିଆ

ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଆଗାମୀ FIH ପ୍ରୋ-ଲିଗ୍‌ ପାଇଁ ହକି ଇଣ୍ଡିଆ ଗୁରୁବାର ୨୦ ଜଣିଆ ଭାରତୀୟ ପୁରୁଷ ହକି ଟିମ ଘୋଷଣା । ଘୋଷିତ ଟିମରେ ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କ ସମେତ ଦୁଇ ଓଡିଆ । ଅଧିକ ପଢନ୍ତୁ

author img

By

Published : Jan 27, 2022, 4:18 PM IST

FIH Pro League: Hockey India names 20-member men's team
FIH Pro League: 20 ଜଣିଆ ଭାରତୀୟ ପୁରୁଷ ହକି ଟିମରେ 2 ଓଡିଆ

ନୂଆଦିଲ୍ଲୀ: ହକି ଟିମ ଇଣ୍ଡିଆ ପାଇଁ ବର୍ଷ ୨୦୨୨ରେ ରହିଛି ବ୍ୟସ୍ତବହୁଳ ସୂଚୀ । ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଆଗାମୀ FIH ପ୍ରୋ-ଲିଗ୍‌(FIH Pro League) ପାଇଁ ହକି ଇଣ୍ଡିଆ ଗୁରୁବାର ୨୦ ଜଣିଆ ଭାରତୀୟ ପୁରୁଷ ହକି ଟିମ ଘୋଷଣା କରିଛି । ଏହି ସମ୍ମାନଜନକ ପ୍ରତିଯୋଗିତା ଫେବୃଆରୀ ୮ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଖେଳାଯିବ । ଘୋଷିତ ଟିମରେ ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କ ସମେତ ଦୁଇ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ଟିମରେ ୧୪ଜଣ ଅଲମ୍ପିଆନ ଓ ୨ଜଣ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିଛି ।

ଭାରତୀୟ ଟିମ ଫେବୃଆରୀ ୪ରେ ବେଙ୍ଗାଲୁରୁରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଉଡାଣ ଭରିବ । ଫେବୃଆରୀ ୮ରେ ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଓ ଫେବୃଆରୀ ୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ । ପରେ ଫ୍ରାନ୍ସ ବିପକ୍ଷରେ ଫେବୃଆରୀ ୧୨ ଓ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ଫେବୃଆରୀ ୧୩ରେ ଭେଟିବା ନେଇ ସୂଚୀ ରହିଛି ।

ଭାରତୀୟ ଟିମ: ଗୋଲ୍‌କିପର: ଶ୍ରୀଜେସ ପିଆର, କ୍ରୀଷନ ବାହାଦୂର ପାଠକ

ଡିଫେଣ୍ଡର୍ସ:ହରମନପ୍ରୀତ ସିଂହ(ଭାଇସ କ୍ୟାପଟେନ୍‌), ଅମିତ ରୋହିଦାସ, ସୁରେନ୍ଦର କୁମାର, ବରୁଣ କୁମାର, ଜରମନପ୍ରୀତ ସିଂହ, ଯୁଗରାଜ ସିଂହ; ମିଡଫିଲ୍ଡର୍ସ: ମନପ୍ରୀତ ସିଂହ(କ୍ୟାପଟେନ୍‌), ନିଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ଜସକରନ ସିଂହ, ସମସେର ସିଂହ, ବିବେକ ସାଗର ପ୍ରସାଦ; ଫରୱାର୍ଡସ: ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ, ଆକାଶଦୀପ ସିଂହ, ଶିଳାନାନ୍ଦ ଲାକ୍ରା, ଦୀଲପ୍ରିତ ସିଂହ, ଅଭିଶେକ; ଷ୍ଟାଣ୍ଡବାଏ: ସୁରଜ କାରକେରା, ମନଦୀପ ମୋର୍‌, ରାଜ କୁମାର ପାଲ୍‌, ସୁମିତ, ଗୁରସାହିବଜିତ ସିଂହ

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.