ETV Bharat / sports

ଜୁନିୟର ପୁରୁଷ ହକି ବିଶ୍ବକପ; ସ୍ପେନଠୁ ହାରିଲା ଭାରତ

author img

By ETV Bharat Odisha Team

Published : Dec 8, 2023, 9:27 AM IST

Updated : Dec 8, 2023, 11:45 AM IST

FIH Hockey Mens Junior World Cup: ଜୁନିୟର ପୁରୁଷ ହକି ବିଶ୍ବକପରେ ଦକ୍ଷିଣ କୋରିଆ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ, ଦ୍ବିତୀୟ ମ୍ୟାଚ୍‌ରେ ସ୍ପେନଠୁ ହାରିଛି । ଅଧିକ ପଢ଼ନ୍ତୁ

Hockey Junior World Cup
FIH Hockey Mens Junior World Cup

କ୍ବାଲାଲୁମ୍ପୁର(ମାଲେସିଆ): ଏଫଆଇଏଚ ପୁରୁଷ ଜୁନିୟର ହକି ବିଶ୍ବକପରେ ଭାରତ କୋରିଆ ବିପକ୍ଷରେ ବିଜୟ ଆରମ୍ଭ କରିଥିଲା । ମାତ୍ର ସ୍ପେନ ବିପକ୍ଷ ଦ୍ବିତୀୟ ପୁଲ ମ୍ୟାଚ୍‌ରେ ପରାସ୍ତ ହୋଇଛି । ଗୁରୁବାର ସ୍ପେନ୍‌ ବିପକ୍ଷରେ ଖେଳିଥିବା ଭାରତୀୟ ଜୁନିୟର ହକି ଦଳ । ଏହି ମ୍ୟାଚ୍‌ ଭାରତ 1-4 ଗୋଲରେ ପରାଜିତ ହୋଇଛି । କ୍ବାର୍ଟରରେ ପ୍ରବେଶ କରିବାକୁ ହେଲେ ଦଳକୁ ଅନ୍ତିମ ମ୍ୟାଚ୍‌ରେ କାନାଡ଼ା ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିବାକୁ ହେବ । ଆଜି କାନାଡ଼ା ବିପକ୍ଷରେ ଖେଳିବ ଭାରତ ।

ସ୍ପେନ୍‌ ବିପକ୍ଷରେ ଭାରତୀୟ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ପ୍ରଥମ ମିନିଟରେ ଗୋଲ୍‌ ସ୍କୋର୍‌ କରି ସ୍ପେନ୍‌ ଆଗୁଆ ରହିଥିଲା । ପୁଣି 18ମିନିଟରେ ଦଳ ଦ୍ବିତୀୟ ଗୋଲ ଦେଇଥିଲା । 33 ମିନିଟରେ ଭାରତ ଗୋଟିଏ ଗୋଲ ପରିଶୋଧ କରିଥିଲା । ଆଉ ଗୋଲ ପରିଶୋଧ କରିପାରିନଥିଲା । ସ୍ପେନ୍‌ 41 ଓ 60ମିନିଟରେ ଆଉ 2ଟି ଗୋଲ ଦେଇ 4-1ରେ ଆଗୁଆ ରହିଥିଲା । ଭାରତ କମବ୍ୟାକ କରିପାରିନଥିଲା । ଭାରତ ପକ୍ଷରୁ ରୋହିତ ଗୋଟିଏ ଗୋଲ କରିଥିଲେ । ସ୍ପେନ ପକ୍ଷରୁ ପୁଲ କାବ୍ରା ଓ ଅଣ୍ଡ୍ରାସେ ରଫି 2ଟି ଲେଖାଏଁ ଗୋଲ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ । ସେହିପରି ଅନ୍ୟ ଏକ ମ୍ୟାଚରେ ଦକ୍ଷିଣ କୋରିଆ 4-1ରେ କାନାଡାକୁ ପରାସ୍ତ କରିଛି ।

ଏହା ବି ପଢନ୍ତୁ...କନିଷ୍ଠ ପୁରୁଷ ହକି ବିଶ୍ବକପ; ଆଜି ଭାରତ-ସ୍ପେନ ମୁକାବିଲା

ପ୍ରକାଶ ଥାଉ କି, ଗତ 5 ତାରିଖରୁ ପୁରୁଷ ଏଫଆଇଏଚ ହକି ଜୁନିୟର ବିଶ୍ବକପର 13ତମ ସଂସ୍କରଣ ଆରମ୍ଭ ହୋଇଛି । ପୁସ ସିରେ ଥିବା ଭାରତ ଦକ୍ଷିଣ କୋରିଆ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିଥିଲା । ଏହି ମ୍ୟାଚରେ ଦକ୍ଷିଣ କୋରିଆକୁ 4-2 ଗୋଲରେ ପରାସ୍ତ କରି ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଥିଲା । ମାଲେସିଆର କ୍ବାଲାଲୁମ୍ପୁରରେ ଆରମ୍ଭ ହୋଇଥିବା ଜୁନିୟର ହକି ବିଶ୍ବକପରେ ମୋଟ 16ଟି ଦଳ ଭାଗ ନେଇଛନ୍ତି । ଆସନ୍ତା 16 ତାରିଖରେ ବିଶ୍ବକପ ଉଦଯାପିତ ହେବ । ପୁଲ ସିରେ ଭାରତ ସହିତ କାନାଡା, ସ୍ପେନ ଓ ଦକ୍ଷିଣ କୋରିଆ ରହିଛନ୍ତି । ଆଜି ଭାରତ ତାର ତୃତୀୟ ପୁଲ୍‌ ମ୍ୟାଚରେ କାନାଡାକୁ ଭେଟିବ । ପୁଲର ଶ୍ରେଷ୍ଠ 2ଟି ଦଳ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବେ । ଉତ୍ତମ ସିଂଙ୍କ ନେତୃତ୍ବରେ 18 ଜଣିଆ ଭାରତୀୟ ଦଳ ବିଶ୍ବକପ ଖେଳୁଛନ୍ତି ।

Last Updated : Dec 8, 2023, 11:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.