ହାଇଦ୍ରାବାଦ: ପୂର୍ବତନ ଅଲମ୍ପିକ ଚାମ୍ପିଅନ(Ex-Olympic champion)ଙ୍କ ନାମରେ ସଙ୍ଗୀନ ଦୁଷ୍କର୍ମ ଅଭିଯୋଗ ପରେ ଗିରଫ ହେଲେ ଆଥଲେଟ୍ । ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଅଭିଯୋଗରେ ଜଣେ ଅଲମ୍ପିକ ସ୍ବର୍ଣ୍ଣ ବିଜେତାଙ୍କୁ ଗିରଫ ହେବାକୁ ପଡିଛି । ଘଟଣାଟି ଫ୍ରାନ୍ସର ରାଜଧାନୀ ପ୍ୟାରିସର୍ । ୨୦୧୨ ଅଲମ୍ପିକ୍ରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବା ଫ୍ରେଞ୍ଚ୍ ସୁଇମର ୟାନିକ ଅଗନେଲ ଗିରଫ । ପ୍ୟାରିସ୍ରୁ ୟାନିକଙ୍କୁ ଗିରଫ ପରେ ଇଷ୍ଟର୍ଣ୍ଣ ଫ୍ରାନ୍ସର ମୁଲହସରେ ପୋଲିସ ହେପାଜତରେ ରଖାଯାଇଛି ।
୨୯ ବର୍ଷୀୟ ଆଥଲେଟ୍ଙ୍କୁ ବର୍ତ୍ତମାନ ନାୟିକ ହେପାଜତରେ ରଖାଯାଇଥିବାବେଳେ ସହରର ପବ୍ଳିକ ପୋସିକ୍ୟୁଟେର ଏଡୱିଜ୍ ରୋକ୍ସ-ମୋରିଜଟ କହିଛନ୍ତି । ସୂଚନା ଅନୁଯାୟୀ, ଗତ ଗୁରୁବାର ଅଗନେଲଙ୍କୁ ଗିରଫ କରାଯାଇଛି ।
ଏହାମଧ୍ୟ ପଢନ୍ତୁ: ପାକିସ୍ତାନ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ୍ର ୩ କ୍ରିକେଟରଙ୍କୁ କୋରୋନା
ବର୍ଷ ୨୦୧୬ରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ଓ ଯୌନ ନିର୍ଯାତନା ନେଇ ଅଭିଯୋଗ ଦାଖଲ ହୋଇଥିଲା । ଫ୍ରେଞ୍ଚ୍ ମିଡିଆର ରିପୋର୍ଟ ଅନୁଯାୟୀ, ଦାଖଲ ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ନେଇ ତଦନ୍ତ ଚାଲୁଚାଲିଛି । ବର୍ଷ ୨୦୧୪ରୁ ୨୦୧୬ ମଧ୍ୟରେ ଅଗନେଲ ସୁଇମିଂ ଟ୍ରେନିଂ ଦେଉଥିଲେ ବୋଲି ସ୍ପଷ୍ଟ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ