ETV Bharat / sports

ହକିକୁ ଆକ୍ଷେପ କରି ପୁଣି ବିବାଦରେ ଦୂତୀ: ସମାଲୋଚନା ପରେ ଡିଲିଟ୍‌ କଲେ ପୋଷ୍ଟ, ବର୍ଷିଲେ ଦିଲ୍ଲୀପ ତିର୍କୀ - ବିବାଦରେ ଦୂତୀ ଚାନ୍ଦ

ପୁଣି ବିବାଦରେ ଅଲମ୍ପିଆନ ଧାବିକା ଦୂତୀ ଚାନ୍ଦ । ଏଥର ନିଜର ପ୍ରଦର୍ଶନ, ପରିବାର କିମ୍ବା ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ ବରଂ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଭାରତୀୟ କ୍ରୀଡାର ପରିଚୟ 'ହକି'କୁ ଆକ୍ଷେପ କରି ନୂଆ ବିବାଦରେ ଫସିଛନ୍ତି ଦୂତୀ । ଅଧିକ ପଢନ୍ତୁ

Duti Chand in fresh controversy over her hockey remarks , deleted the post after criticism
ହକିକୁ ଆକ୍ଷେପ କରି ପୁଣି ବିବାଦରେ ଦୂତୀ, ସମାଲୋଚନା ପରେ ଡିଲିଟ୍‌ କଲେ ପୋଷ୍ଟ
author img

By

Published : Mar 25, 2022, 6:34 PM IST

Updated : Mar 25, 2022, 7:42 PM IST

ଭୁବନେଶ୍ବର: ପୁଣି ବିବାଦରେ ଅଲମ୍ପିଆନ ଧାବିକା ଦୂତୀ ଚାନ୍ଦ । ଏଥର ନିଜର ପ୍ରଦର୍ଶନ, ପରିବାର କିମ୍ବା ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ ବରଂ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଭାରତୀୟ କ୍ରୀଡାର ପରିଚୟ 'ହକି'କୁ ଆକ୍ଷେପ କରି ନୂଆ ବିବାଦରେ ଫସିଛନ୍ତି ଦୂତୀ । ଯଦିଓ ଦୂତୀଙ୍କୁ ନେଇ ବିବାଦ ନୂଆ କଥା ନୁହେଁ, ଏଥର କିନ୍ତୁ ସେ ସବୁସୀମା ପାର୍‌ କରିଛନ୍ତି । ଓଡିଶା ସରକାରଙ୍କ ଉପରେ ରାଜ୍ୟର ଖେଳାଳିଙ୍କ ସ୍ଥିତିନେଇ କ୍ଷୋଭ ପ୍ରକାଶ କରିବାକୁ ଯାଇ, ଜାତୀୟ ଖେଳ କୁହାଯାଉଥିବା 'ହକି' ପ୍ରତି ଅସମ୍ମାନ ଜନକ ଆକ୍ଷେପ କରିବାକୁ ପଛାଇନାହାନ୍ତି ।

ଦୂତୀ ଲେଖିଛନ୍ତି, "ଓଡିଶା ସରକାର ସାରା ରାଜ୍ୟରେ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କାର ଭିତ୍ତିଭୂମି ତିଆରି କରିବାରେ ବ୍ୟସ୍ତ କିନ୍ତୁ ଏପଟେ କ୍ରୀଡାବିତ୍‌ ମାନେ ଦିନକୁ ଦିନ ହଜିଗଲେଣି । ଖାଲି ଯାହା ଖେଳକୁ ନେଇ ଏଠି ସବୁ ରାଜନୀତି ଚାଲିଛି । ଆପଣ ଖାଲି ସେଇ ହକି ଇଣ୍ଡିଆ ଟିମ୍‌କୁ ଧରି ନାଚୁ ଥାନ୍ତୁ । ବାକି ଖେଳ ବିଭାଗ ସବୁ ଚୁଲିକୁ ଯାଉ । ହକି ଟିମ ଇଣ୍ଡିଆ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଅଛି କିନ୍ତୁ ଆଥଲେଟିକ୍ସ ପଇଁ କିଛି ନାହିଁ । ଏ ହକି ବାଡି କେତେ ଦିନ ଲାଷ୍ଟିଂ କରିବ । ପୁରୁଣା ହେଲେ ଆପେ ଆପେ ଫାଟିଯିବ । ସବୁ ପ୍ରହସନ ।"

Duti Chand in fresh controversy over her hockey remarks , deleted the post after criticism
ଦୂତୀଙ୍କ ପୋଷ୍ଟ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା

ଓଡିଶା ସରକାର ଭାରତୀୟ ଜାତୀୟ ହକି ଟିମ(ପୁରୁଷ ଓ ମହିଳା)ର ମୁଖ୍ୟ ପ୍ରାୟୋଜକ ରହିଛନ୍ତି । ୨୦୧୮ ସଂସ୍କରଣର ହକି ବିଶ୍ବକପ ସଫଳତାର ସହ ଆୟୋଜନ ପରେ ଓଡିଶାକୁ ୨୦୨୩ ସଂସ୍କରଣର ପୁରୁଷ ବିଶ୍ବକପ ଆୟୋଜନ ମାନ୍ୟତା ମଧ୍ୟ ମିଳିଛି । ଏପରିକି ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମ, ଭୁବନେଶ୍ବରରେ ସମ୍ମାନଜନକ FIH ଇଭେଣ୍ଟ ହକି ପ୍ରୋ-ଲିଗ୍‌ ମ୍ୟାଚ୍‌ ଖେଳାଯାଉଛି । ଓଡିଆ ପୁଅ ଅମିତ ରୋହି ଦାସଙ୍କୁ ମଧ୍ୟ ନିକଟରେ ଆର୍ଜେଣ୍ଟିନା ବିପକ୍ଷରେ FIH ପ୍ରୋ-ଲିଗ୍‌ ମ୍ୟାଚ୍‌ରେ ପୁରୁଷ ହକି ଟିମ ଇଣ୍ଡିଆର ନେତୃତ୍ବ ଭାର ମିଳିଥିଲା । ଟୋକିଓ ଅଲମ୍ପିକରେ ପୁରୁଷ ହକି ଟିମର ଐତିହାସିକ କାଂସ୍ୟ ପଦକ ବିଜୟ ଓ ମହିଳା ଟିମର ଚତୁର୍ଥ ସ୍ଥାନ ଅଧିକାର ପରେ ଓଡିଶା ସରକାରଙ୍କୁ ସମଗ୍ର ଦେଶରୁ ପ୍ରଶଂସା ମିଳିଥିଲା ।

ଭାରତୀୟ ଟିମର ପ୍ରାୟୋଜକ ରହିଥିବାରୁ ଓ ହକି ମ୍ୟାଚ୍‌ ଆୟୋଜନ ପାଇଁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ଓଡିଶାରେ ମହଜୁଦ ଥିବାରୁ ହକି ଇଣ୍ଡିଆ ପାଇଁ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜନ ପ୍ରଥମ ପସନ୍ଦ ପାଲଟୁଛି । ଏପରିକି ଦେଶର ହକି ଖେଳାଳିମାନେ ମଧ୍ୟ ଟିମର ଏହି ସଫଳତା ପଛରେ ମୁଖ୍ୟ ପ୍ରାୟୋଜକ ପାଲଟିଥିବା ଓଡିଶାର ବଡ ଭୂମିକା ଥିବା କହିଛନ୍ତି ।

ପୂର୍ବତନ ହକି ଟିମ ଇଣ୍ଡିଆ କ୍ୟାପେଟନ ଦିଲୀପ ତିର୍କୀଙ୍କ ଟ୍ବିଟ୍‌
  • As a sports person I strongly condemn this kind of statement from another sportsman who herself belongs to Odisha.Odisha Government has always given importance to all sports be it Hockey or be it athletics. pic.twitter.com/Qrpfgh4GEz

    — Dilip Kumar Tirkey (@DilipTirkey) March 25, 2022 " class="align-text-top noRightClick twitterSection" data=" ">

ତେବେ ଦୂତୀ ନିଜର ପୋଷ୍ଟରେ ପ୍ରଥମ ଧାଡିରେ ଉଲ୍ଲେଖ କରିଥିବା କ୍ଷୋଭଯୁକ୍ତ ଶବ୍ଦର ଯଥେଷ୍ଟ ଯଥାର୍ଥତା ରହିଛି । ରାଜ୍ୟ ସରକାର କେବଳ ହକି ପ୍ରତି ଆଗ୍ରହ ଦେଖାଇ ଅନ୍ୟ ଖେଳ ଓ ଖେଳାଳିଙ୍କୁ ଉପେକ୍ଷା କରିବାର ସଙ୍ଗୀନ ଅଭିଯୋଗ ରାଜ୍ୟର ଜଣେ ଆଗଧାଡିର ଖେଳାଳି ଆଣିବା ନିଶ୍ଚିତ ଚିନ୍ତାଜନକ । ରାଜ୍ୟ ସରକାର ଅନ୍ୟ ଖେଳ ପ୍ରତି ମଧ୍ୟ ସମାନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଦୂତୀଙ୍କ ଅଭିଯୋଗ ଅନୁଯାୟୀ, କେବଳ ହକି ଇଭେଣ୍ଟ ଆୟୋଜନ କିମ୍ବା କୋଟି କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମିର ତିଆରି କରିଦେଲେ ମଧ୍ୟ ରାଜ୍ୟର କ୍ରୀଡାବିତ୍‌ମାନଙ୍କର ମଙ୍ଗଳ ହେବନାହିଁ । ଅଧିକରୁ ଅଧିକ ଓଡିଆ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ସଫଳ ହେଲେ ହିଁ ସରକାରଙ୍କ କ୍ରୀଡା କ୍ଷେତ୍ରର ବିକାଶ ଉଦ୍ଦେଶ୍ୟ ସଫଳ ହେବ । ସର୍ବଭାରତୀୟ ସ୍ତରରେ କ୍ରୀଡାକ୍ଷେତ୍ରରେ ଓଡିଶାର ସମ୍ମାନ ବୃଦ୍ଧି ହେବ ।

ତେବେ ରାଜ୍ୟ ତଥା ଦେଶର ଜଣେ ଆଗଧାଡିର ଆଥଲେଟ୍‌ ହୋଇ ହକି ପ୍ରତି ସେ ବ୍ୟବହାର କରିଥିବା ଶବ୍ଦକୁ ସୋସିଆଲ ମିଡିଆରେ ଅରୁଚିକର ବୋଲି ଅନେକ ମତ ଦେଇଛନ୍ତି ଓ ନାପସନ୍ଦ କରିଛନ୍ତି । ଅନେକ ସୋସିଆଲ ମିଡିଆ ୟୁଜର, ବୁଦ୍ଧିଜୀବୀ ତଥା କ୍ରୀଡା ସାମ୍ବାଦିକ ପ୍ରତିକ୍ରିୟା ପ୍ରକାଶ କରିବା ପରେ ଓ ବିବାଦ ବଢିବା ପରେ ଦୂତୀ ନିଜର ପୋଷ୍ଟକୁ ହଟାଇଦେଇଥିବା ଜଣାପଡିଛି ।

ତେବେ ଦୂତୀଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟକୁ ନାପସନ୍ଦ କରିଛନ୍ତି ପୂର୍ବତନ ଭାରତୀୟ ହକି ଟିମ୍ ଅଧିନାୟକ ତଥା ଓଡିଶା ହକି ଆଡହକ୍‌ କମିଟି ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ । ସେ ଦୂତୀଙ୍କ ଏହି ପୋଷ୍ଟକୁ ନିନ୍ଦା କରିବା ସହିତ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଓଡିଶାର ଜଣେ ଜଣାଶୁଣା ଖେଳାଳିଙ୍କ ଏହି ପେଷ୍ଟ ଅଶୋଭନୀୟ ବୋଲି କହିଛନ୍ତି ଦିଲ୍ଲୀପ । ତେବେ ରାଜ୍ୟସରକାର ସବୁବେଳେ କ୍ରୀଡାକୁ ପ୍ରାଧାନ୍ୟ ଦେଇଛନ୍ତି । ହକି ହେଉ କିମ୍ବା ଆଥଲେଟିକ୍ସ ସରକାର ସର୍ବଦା ସବୁ କ୍ରୀଡାକୁ ସମାନ ଭାବେ ଦେଖିଛନ୍ତି ବୋଲି ଲେଖିଛନ୍ତି ଦିଲ୍ଲୀପ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 25, 2022, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.