ETV Bharat / sports

Denmark Open: ଆଜି ସେମିଫାଇଲାରେ ସ୍ପେନ୍‌ର କାରୋଲିନାଙ୍କୁ ଭେଟିବେ ପିଭି ସିନ୍ଧୁ

author img

By ETV Bharat Odisha Team

Published : Oct 21, 2023, 12:22 PM IST

ଡେନମାର୍କ ଓପନର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲକୁ ଉତିର୍ଣ୍ଣ ହେଲେ ପିଭି ସିନ୍ଧୁ। ଆଜି ସ୍ପେନର କାରୋଲିନାଙ୍କୁ ଭେଟିବେ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଡେନମାର୍କ ଓପନ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପିଭି ସିନ୍ଧୁଙ୍କ ବିଜୟଧାରା ଜାରି । କ୍ବାଟରରୁ ସେମିଫାଇନାଲକୁ ପ୍ରବେଶ କଲେ ଭାରତର ଷ୍ଟାର ସଟଲର ପିଭି ସିନ୍ଧୁ । ମହିଳା ବର୍ଗ କ୍ବାଟର ମୁକାବିଲାରେ ସେ ଦୁଇଟି ସିଧା ସେଟ 21-19, 21-12ରେ ଥାଇଲାଣ୍ଡର ସୁପନିଦା କାଟେଥୋଙ୍ଗଙ୍କୁ ପରାସ୍ତ କରି ସେମିଫାଇଲାରେ ପ୍ରବେଶ କରିଛନ୍ତି । ଆଜି ସେ ସ୍ପେନ୍‌ର କାରୋଲିନା ମାରିନଙ୍କୁ ସେ ସେମିଫାଇନାଲରେ ଭେଟିବେ । କାରୋଲିନା ମାରିନ BWF ସୁପର 750 ଟୁର୍ଣ୍ଣାମେଣ୍ଟ୍‌ର ସେମିଫାଇନାଲରେ ଚୀନର ତାଇ ଟୁ ୟିଙ୍ଗ୍‌ଙ୍କୁ 19-21, 21-15, 21-18ରେ ପରାସ୍ତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Denmark Open: ଇଣ୍ଡୋନେସିଆନ୍‌ ସଟ୍‌ଲର୍‌ ଚିତପଟାଙ୍ଗ, କ୍ବାର୍ଟରରେ ପିଭି ସିନ୍ଧୁ

ପୂର୍ବରୁ ପିଭି ସିନ୍ଧୁଙ୍କୁ 10ଟି ମ୍ୟାଚରେ କାରୋଲିନା ମାରିନ ହରାଇଛନ୍ତି । ସେହିପରି ଭାରତୀୟ ସଟଲର ସିନ୍ଧୁ ମଧ୍ୟ 5ଟି ମ୍ୟାଚ୍‌ରେ କାରୋଲିନାଙ୍କୁ ହରାଇ ବିଜୟୀ ହୋଇଛନ୍ତି । ଚଳିତ ବର୍ଷ ଜାନୁଆରୀରେ ମାଲେସିଆ ଓପନ୍ ସମେତ ସିନ୍ଧୁଙ୍କ ବିପକ୍ଷରେ ଶେଷ 4ଟି ମ୍ୟାଚ୍‌ ଜିତିଛନ୍ତି କାରୋଲିନା ମାରିନ। ପ୍ରଥମ ସେଟରେ ପିଭି ସିନ୍ଧୁ ଓ ଥାଇଲାଣ୍ଡର ସୁପନିଦା କାଟେଥୋଙ୍ଗ ମଧ୍ୟରେ କଡା ଟକ୍କର ହୋଇଥିଲା । ସଅଳ ସିନ୍ଧୁ 2 ପଏଣ୍ଟ ହାସଲ କରିଥିଲେ । କିନ୍ତୁ ଏହାପରେ 5 ପଏଣ୍ଟ ହରାଇଥିଲେ । ଜବରଦସ୍ତ କୌଶଳ ସହ ପ୍ରଥମ ସେଟରେ 11-8 ଲିଡ ନେଇଥିଲେ। ଶେଷରେ 21 ମନିଟରେ 21-19ରେ ପ୍ରଥମ ସେଟକୁ ନିଜ ନାମରେ କରିଥିଲେ । ଏହାପରେ ଦ୍ବିତୀୟ ସେଟ ମଧ୍ୟ ସଂଘର୍ଷମୟ ହୋଇଥିଲା । ବ୍ରେକ୍‌ ସୁଦ୍ଧା ସିନ୍ଧୁ 11-9ରେ ଲିଡ୍‌ କରିଥିଲେ । ଶେଷରେ 46 ମନିନଟରେ 21-12ରେ ଦ୍ବିତୀୟ ସେଟକୁ ମଧ୍ୟ ନିଜ ନାମରେ କରିଥିଲେ ସିନ୍ଧୁ । ସୁପନିଦା କାଟେଥୋଙ୍ଗ ଓ ସିନ୍ଧୁ ଷଷ୍ଠ ଥର ପାଇଁ ମୁହାଁମୁହିଁ ହୋଇଥିଲେ।

ଏହା ମଧ୍ୟ ପଢନ୍ତୁ-Arctic Open 2023: ପିଭି ସିନ୍ଧୁଙ୍କ ଅଭିଯାନ ଶେଷ, ସେମିରେ ହାରିଲେ

ଅକ୍ଟୋବର 17 ତାରିଖରୁ ଓଡେନସେରେ ଡେନମାର୍କ ଓପନ ଆରମ୍ଭ ହୋଇଛି । ଏଥିରେ ବଜୟରୁ ଅଭିଯାନ ଆରମ୍ଭ କରିଥିଲେ ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ । ମହିଳା ଏକକ ରାଉଣ୍ଡ-32ରେ ଏକ ମୁକାବିଲାରେ ସିନ୍ଧୁ 21-14,18-21,21-10 ସେଟ୍‌ରେ ବିଶ୍ବ ମାନ୍ୟତାର 28ତମ ସ୍ଥାନରେ ଥିବା ସ୍କଟଲାଣ୍ଡର କିର୍ଷ୍ଟି ଗିଲମୋରଙ୍କୁ ପାରାସ୍ତ କରି ପ୍ରି-କ୍ବାର୍ଟରରେ ପ୍ରବେଶ କରିଥିଲେ । ପ୍ରି- କ୍ବାର୍ଟରରେ ଜର୍ଜିଆର ମାରିସ୍କୋ ତଜଙ୍ଗଙ୍କୁ ପରାସ୍ତ କରିଥିଲେ । ଏହାପରେ କ୍ବାଟର ମୁକାବିଲାରେ ସେ ଥାଇଲାଣ୍ଡର ସୁପନିଦା କାଟେଥୋଙ୍ଗଙ୍କୁ ପରାସ୍ତ କରିଥିଲେ । ଆଜି ସେମିଫାଇନାଲ ଖେଳିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.