ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରାଙ୍କୁ ନୂଆ ଦାୟିତ୍ବ । ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ବାତ୍ରାଙ୍କୁ ଅଲମ୍ପିକ ଚ୍ୟାନେଲର ସଦସ୍ୟତା ମିଳିଛି ।
ନୂଆ ନିଯୁକ୍ତି ନେଇ ନରିନ୍ଦର ବାତ୍ରା ଆଇଏସି ସଭାପତି ଥୋମାସ ବାଚଙ୍କୁ ଏକ ଧନ୍ୟବାଦ ପତ୍ର ଲେଖିଛନ୍ତି । ଏଥିରେ କୃତଜ୍ଞତା ଜଣାଇବା ସହ, ନୂଆ ନିଯୁକ୍ତିକୁ ଖୁସିର ସହ ଗ୍ରହଣ କରିଛନ୍ତି ବୋଲି ଲେଖିଛନ୍ତି । ଏଥିସହିତ ନୂଆ ଦାୟିତ୍ବକୁ ସୁଚାପୁରୂପେ ନିଭାଇବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବେ ବୋଲି କହିଛନ୍ତି ।
ପୂର୍ବରୁ ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ସଦସ୍ୟ ରହିଛନ୍ତି ନରିନ୍ଦର ବାତ୍ରା ।