ETV Bharat / sports

Canada Open 2023: ଏକକ ବର୍ଗରେ ଲକ୍ଷ୍ୟ ସେନ୍‌ ଚମ୍ପିଆନ

author img

By

Published : Jul 10, 2023, 9:09 AM IST

କାନାଡା ଓପନ 2023ର ଚମକିଲେ ଭାରତୀୟ ଷ୍ଟାର ସଟଲର ଲକ୍ଷ୍ୟ ସେନ । ଫାଇନାଲରେ ଚୀନର ଲି ସି ଫେଙ୍ଗ୍‌ଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି ଲକ୍ଷ୍ୟ ସେନ । ଅଧିକ ପଢନ୍ତୁ

ଲକ୍ଷ୍ୟ ସେନ ଚମ୍ପିଆନ
Canada Open 2023

କାଲଗାରି: ଜୁନ 4ରୁ 9 ତାରିଖ ଯାଏଁ କାନାଡାରେ ଚାଲିଥିବା କନାଡା ଓପନ ବିଶ୍ବ ଟୁର ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଭାରତୀୟ ସଟଲରଙ୍କ ଦମଦାର ପ୍ରଦର୍ଶନ । ଚୀନର ଲି ସି ଫେଙ୍ଗଙ୍କୁ ସିଧାସଳଖ 19-20, 22-20 ସେଟରେ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି ଲକ୍ଷ୍ୟ ସେନ । ପୁରୁଷ ବର୍ଷ ଫାଇନାଲରେ ଅଲ ଇଂଲଣ୍ଡ ଚମ୍ପିଆନ ଚୀନରେ ଲିସି ଫେଙ୍ଗଙ୍କୁ ପରାସ୍ତ କରି ରାଜ୍ୟଗୋଷ୍ଠୀ କ୍ରୀଡା ଚମ୍ପିଆନ ଲକ୍ଷ୍ୟ ସେନ କାନାଡା ଓପନ ଟାଇଟଲ ଜିତିଛନ୍ତି । ଏହା ତାଙ୍କର ଦ୍ବିତୀୟ BWF ବିଶ୍ବ ଟୁର ଟାଇଟଲ । ଏହି ବିଜୟ ସହ ଲକ୍ଷ୍ୟ ସେନ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାରେ 12 ନମ୍ବରରେ ପହଞ୍ଚିଛନ୍ତି । ପରବର୍ତ୍ତୀ ୟୁଏସ ଓପନରେ ଦମଦାର ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଲକ୍ଷ୍ୟ ସେନ ।

ଏହା ବି ପଢନ୍ତୁ...Canada Open: ସେମିରେ ସିନ୍ଧୁ-ଲକ୍ଷ୍ୟ, ପଦକ ପକ୍କା

ଭାରତୀୟ ସଟଲର ଲକ୍ଷ୍ୟ ସେନ ଦ୍ବିତୀୟ ସେଟରେ 16-20 ସେଟ ସହ 6 ପଏଣ୍ଟ ହାସଲ କରିଥିଲେ । ବିଶ୍ବ ମାନ୍ୟତାରେ 19 ନମ୍ବରରେ ଥିବା ଲକ୍ଷ୍ୟ ସେନ୍‌ ଭଲ ଆରମ୍ଭ କରି ପ୍ରଥମ ସେଟରେ ଆଗୁଆ ରହିଥିଲେ । ସି ଫେଙ୍ଗ ତାଙ୍କୁ ଚ୍ୟାଲେଞ୍ଜ କରିଥିଲେ ମାତ୍ର ଲକ୍ଷ୍ୟ ସେ କଡା ମୁକାବିଲା କରିଥିଲେ । ପ୍ରଥମ ସେଟକୁ 21-18ରେ ଜିତିଥିଲେ । ଦ୍ବିତୀୟ ସେଟରେ ସି ଫେଙ୍ଗ ଜବରଦସ୍ତ କମବ୍ୟାକ କରିଥିଲେ । ଲକ୍ଷ୍ୟ ଟିକେ ଧିମା ପଡି ଯାଇଥିଲେ ମାତ୍ର ଗେମ ଶେଷ ବେଳକୁ ଲକ୍ଷ୍ୟ ସେନ 19-20 ଓ 22-20 ସେଟରେ ବାଜି ମାରି ନେଇଥିଲେ ।

ପୁରୁଷ ଏକକ କ୍ବାର୍ଟରରେ ଲକ୍ଷ୍ୟ ସେନ ଜର୍ମାନୀ ସଟଲର ଜୁଲିଏନ କାରାଗିଙ୍କୁ 21-8, 17-21, 2-10 ଗେମରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିିଥିଲେ । ସେମିରେ ଚତୁର୍ଥ ସିଡ୍ ଜାପାନର କେଣ୍ଟା ନିଶିମୋଟାଙ୍କୁ 21-17, 21-14 ସେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ଲକ୍ଷ୍ୟ ସେନ । କାନାଡା ଓପନ ବିଶ୍ବ ଟୁର ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଲକ୍ଷ୍ୟ ଥାଇଲାଣ୍ଡର କୁନଲାଭୁତ ଭିତିଦସର୍ନଙ୍କୁ ହରାଇ କ୍ବାର୍ଟରରେ ପ୍ରବେଶ କରିଥିଲେ ।

ଏହା ବି ପଢନ୍ତୁ...Canada Para Badminton: ପ୍ରମୋଦଙ୍କୁ ରୌପ୍ୟ ପଦକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସେମିରେ ନିରାଶ ପିଭି ସିନ୍ଧୁ: ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ମହିଳା ଏକକ ବର୍ଗ ସେମିଫାଇନାଲରେ ଝୁଣ୍ଟି ପଡିଛନ୍ତି । ସିନ୍ଧୁ ଫାଇନାଲରେ ପ୍ରବେଶ କରିବା ସମ୍ଭାବନା ଅଧିକ ରହିଥିଲା ମାତ୍ର ସେ ସେମିଫାଇନାଲରେ ନିରାଶ ହୋଇଛନ୍ତି । ସେମିରେ ଜାପାନର ଫାଷ୍ଟ ସିଡ ଖେଳାଳି ଆକୋନେ ୟାମାଗୁଚିଙ୍କଠୁ ପୂର୍ବରୁ ପିଭି ସିନ୍ଧୁ 14-21, 15-21 ସେଟରେ ପରାସ୍ତ ହୋଇଛନ୍ତି । କ୍ବାର୍ଟରରେ ଫାଇନାଲରେ 21-13, 21-7 ସିଧାସଳଖ ସେଟରେ ଚୀନର ଗାଓ ଫାଙ୍ଗ ଜିଙ୍କୁ ପରାସ୍ତ କରିଥିଲେ । ଫାଙ୍ଗଙ୍କ ବିପକ୍ଷରେ ଏହା ସିନ୍ଧୁଙ୍କ ପ୍ରଥମ ବିଜୟ ଥିଲା । ପୂର୍ବରୁ ପ୍ରଥମ 3 ଥର ଭେଟରେ ଫାଙ୍ଗ ବିଜୟୀ ହୋଇଥିଲେ । ସେମିଫାଇନାଲରେ ସିନ୍ଧୁ ଜାପାନର ଫାଷ୍ଟ ସିଡ ଖେଳାଳି ଆକୋନେ ୟାମାଗୁଚିଙ୍କୁ ଭେଟିଥିଲେ । ୟାମାଗୁଚିଙ୍କ ବିପକ୍ଷରେ ସିନ୍ଧୁଙ୍କ ଭଲ ବିଜୟ ରେକର୍ଡ ରହିଥିଲା ମାତ୍ର ସେ ନିରାଶ ହୋଇଛନ୍ତି । ପ୍ରଥମ ରାଉଣ୍ଡରେ 21-16, 21-9 ସିଧାସଳଖ ଗେମରେ ଘରୋଇ ଖେଳାଳି ତାଲିଆ ଏନଜିଙ୍କୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ । 2 ରାଉଣ୍ଡରେ ୱାକ ଓଭର ପାଇଥିଲେ । ପ୍ରି କ୍ବାର୍ଟର ରାଉଣ୍ଡରେ ସେ ଜାପାନର ନାତସୁକି ନିଦାରାଇଙ୍କୁ ଭେଟିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.