ETV Bharat / sports

BFI ତରୁଫରୁ ଲଭଲିନାଙ୍କୁ ମିଳିଲା ସହଯୋଗ

author img

By

Published : Jul 26, 2022, 4:24 PM IST

ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ (Boxing Federation of India) ଲଭଲିନା ବୋରଗୋହେନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବ ବୋଲି କହିଛି । ଲଭଲିନା ସୋସିଆଲ ମିଡିଆରେ ଅଭିଯୋଗ ଆଣି କହିଥିଲେ, ବର୍ମିଂହାମରେ ଖେଳାଯିବାକୁ ଥିବା କମନ ୱେଲଥ ଗେମ ପାଇଁ ତାଙ୍କର ଜଣେ ପ୍ରଶିକ୍ଷକଙ୍କୁ ଭାରତ ପଠାଇ ଦିଆଯାଇଥିବା ବେଳେ ଆଉ ଜଣେ ପ୍ରଶିକ୍ଷକଙ୍କୁ କମନ ୱେଲଥ ଗେମ ଭିଲେଜକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ । ଅଧିକ ପଢନ୍ତୁ

BFI ତରୁଫରୁ ଲଭଲିନାଙ୍କୁ ମିଳିଲା ସହଯୋଗ
BFI ତରୁଫରୁ ଲଭଲିନାଙ୍କୁ ମିଳିଲା ସହଯୋଗ

ହାଇଦ୍ରାବାଦ: ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ (Boxing Federation of India) ଲଭଲିନା ବୋରଗୋହେନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବ ବୋଲି କହିଛି । ଏହା ସହିତ ବିଏଫଆଇ, ଆଇଓଏ ସହିତ ଆଲୋଚନା କରି ତାଙ୍କ ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗଙ୍କୁ କମନ ୱେଲଥ ଗେମ ପାଇଁ ଅନୁମତି ଦେଇଛି । ଗତକାଲି (ସୋମବାର) ଟୋକିଓ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତା ଲଭଲିନା ବୋରଗୋହେନ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ।

  • We have urged the Indian Olympic Association to immediately arrange for the accreditation of the coach of Lovlina Borgohain. https://t.co/6GhD72cvY4

    — Dept of Sports MYAS (@IndiaSports) July 25, 2022 " class="align-text-top noRightClick twitterSection" data=" ">

We have urged the Indian Olympic Association to immediately arrange for the accreditation of the coach of Lovlina Borgohain. https://t.co/6GhD72cvY4

— Dept of Sports MYAS (@IndiaSports) July 25, 2022

ସୋସିଆଲ ମିଡିଆରେ ଖବର ଭାଇରାଲ ହେବା ପରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଏବାବଦରେ ଟ୍ବିଟ କରି କହିଛି, ଲଭଲିନା ବୋରଗୋହେନଙ୍କୁ ତାଙ୍କ ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗଙ୍କୁ ପ୍ରଶିକ୍ଷଣ ପାଇଁ ଅନୁମତି ଦେବାକୁ ଭାରତୀୟ ଅଲମ୍ପିକ ସଂଘକୁ ନିର୍ଦ୍ଦେଶ ଦିଆଯାଇଛି । ଏବାବଦରେ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ ଉତ୍ତର ରଖିଛି କମନ ୱେଲଥ ଗେମ୍ସ କେବଳ 33 ପ୍ରତିଶତ ସ୍ପର୍ଟ୍ସ ଷ୍ଟାଫଙ୍କୁ ଅନୁମତି ଦେଇଥାଏ । ଯାହା ବିଏଫଆଇ ମାମଲାରେ 12 ମୁକ୍କେବାଜି ତଥା ଆଠ ଜଣ ପୁରୁଷ ଏବଂ ଚାରିଜଣ ମହିଳାଙ୍କ ପାଇଁ ଚାରିଜଣ ସହାୟକ କର୍ମଚାରୀଙ୍କୁ ଅନୁମତି ଦିଆଯାଇଛି । ବିଏଫଆଇ ଏବଂ ଆଇଓଏ (Indian Olympic Association) ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଏହି ଘଟଣା ପରେ ବିଏଫଆଇ ଏବଂ ଆଇଓଏ 12 ମୁକ୍କେବାଜିଙ୍କ ପାଇଁ ଆଉ ଚାରି ଜଣ ସହଯୋଗୀ ଷ୍ଟାଫଙ୍କୁ ଅନୁମତି ଦିଆଯାଇଛି ।

ଲଭଲିନା ବୋରଗୋହେନ ସୋସିଆଲ ମିଡିଆରେ ଅଭିଯୋଗ ଆଣି କହିଥିଲେ ବର୍ମିଂହାମରେ ଖେଳାଯିବାକୁ ଥିବା କମନ ୱେଲଥ ଗେମ ପାଇଁ ତାଙ୍କ ପ୍ରଶିକ୍ଷକ ଜଣକୁ ଭାରତ ପଠାଇ ଦିଆଯାଇଥିବା ବେଳେ ଆଉ ଜଣେ ପ୍ରଶିକ୍ଷକଙ୍କୁ କମନ ୱେଲଥ ଗେମ ଭିଲେଜକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ । ପ୍ରତିଯୋଗିତାକୁ ଆଉ କମ ସମୟ ରହିଥିବା ବେଳେ ତାଙ୍କ ପ୍ରଶିକ୍ଷଣକୁ ବନ୍ଦ କରିଦିଆଯାଇଛି । ଏଥିରେ ବିଏଫଆଇ ତାଙ୍କୁ କୌଣସି ପ୍ରକାର ସହଯୋଗ କରୁ ନଥିବା ବେଳେ ତାଙ୍କ ସହିତ ପଲିଟିକ୍ସ କରୁଥିବା ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ।

ହାଇଦ୍ରାବାଦ: ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ (Boxing Federation of India) ଲଭଲିନା ବୋରଗୋହେନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବ ବୋଲି କହିଛି । ଏହା ସହିତ ବିଏଫଆଇ, ଆଇଓଏ ସହିତ ଆଲୋଚନା କରି ତାଙ୍କ ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗଙ୍କୁ କମନ ୱେଲଥ ଗେମ ପାଇଁ ଅନୁମତି ଦେଇଛି । ଗତକାଲି (ସୋମବାର) ଟୋକିଓ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତା ଲଭଲିନା ବୋରଗୋହେନ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ।

  • We have urged the Indian Olympic Association to immediately arrange for the accreditation of the coach of Lovlina Borgohain. https://t.co/6GhD72cvY4

    — Dept of Sports MYAS (@IndiaSports) July 25, 2022 " class="align-text-top noRightClick twitterSection" data=" ">

ସୋସିଆଲ ମିଡିଆରେ ଖବର ଭାଇରାଲ ହେବା ପରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଏବାବଦରେ ଟ୍ବିଟ କରି କହିଛି, ଲଭଲିନା ବୋରଗୋହେନଙ୍କୁ ତାଙ୍କ ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗଙ୍କୁ ପ୍ରଶିକ୍ଷଣ ପାଇଁ ଅନୁମତି ଦେବାକୁ ଭାରତୀୟ ଅଲମ୍ପିକ ସଂଘକୁ ନିର୍ଦ୍ଦେଶ ଦିଆଯାଇଛି । ଏବାବଦରେ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ ଉତ୍ତର ରଖିଛି କମନ ୱେଲଥ ଗେମ୍ସ କେବଳ 33 ପ୍ରତିଶତ ସ୍ପର୍ଟ୍ସ ଷ୍ଟାଫଙ୍କୁ ଅନୁମତି ଦେଇଥାଏ । ଯାହା ବିଏଫଆଇ ମାମଲାରେ 12 ମୁକ୍କେବାଜି ତଥା ଆଠ ଜଣ ପୁରୁଷ ଏବଂ ଚାରିଜଣ ମହିଳାଙ୍କ ପାଇଁ ଚାରିଜଣ ସହାୟକ କର୍ମଚାରୀଙ୍କୁ ଅନୁମତି ଦିଆଯାଇଛି । ବିଏଫଆଇ ଏବଂ ଆଇଓଏ (Indian Olympic Association) ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଏହି ଘଟଣା ପରେ ବିଏଫଆଇ ଏବଂ ଆଇଓଏ 12 ମୁକ୍କେବାଜିଙ୍କ ପାଇଁ ଆଉ ଚାରି ଜଣ ସହଯୋଗୀ ଷ୍ଟାଫଙ୍କୁ ଅନୁମତି ଦିଆଯାଇଛି ।

ଲଭଲିନା ବୋରଗୋହେନ ସୋସିଆଲ ମିଡିଆରେ ଅଭିଯୋଗ ଆଣି କହିଥିଲେ ବର୍ମିଂହାମରେ ଖେଳାଯିବାକୁ ଥିବା କମନ ୱେଲଥ ଗେମ ପାଇଁ ତାଙ୍କ ପ୍ରଶିକ୍ଷକ ଜଣକୁ ଭାରତ ପଠାଇ ଦିଆଯାଇଥିବା ବେଳେ ଆଉ ଜଣେ ପ୍ରଶିକ୍ଷକଙ୍କୁ କମନ ୱେଲଥ ଗେମ ଭିଲେଜକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ । ପ୍ରତିଯୋଗିତାକୁ ଆଉ କମ ସମୟ ରହିଥିବା ବେଳେ ତାଙ୍କ ପ୍ରଶିକ୍ଷଣକୁ ବନ୍ଦ କରିଦିଆଯାଇଛି । ଏଥିରେ ବିଏଫଆଇ ତାଙ୍କୁ କୌଣସି ପ୍ରକାର ସହଯୋଗ କରୁ ନଥିବା ବେଳେ ତାଙ୍କ ସହିତ ପଲିଟିକ୍ସ କରୁଥିବା ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.