ETV Bharat / sports

ଭାବନା ଜାଟଙ୍କ ଅଲମ୍ପିକ ଟିକେଟ ହାସଲ,ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର

author img

By

Published : Feb 16, 2020, 1:55 AM IST

20କି.ମି ଓ୍ବାକ ରେସିଙ୍ଗ ପ୍ରତିଯୋଗିତାରେ ରାଜସ୍ଥାନର ଭାବନା ଜାଟ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିବା ସହ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

bhawna jat
bhawna jat

ରାଞ୍ଚି: ଝାଡଖଣ୍ଡର ମୋରହାବାଦୀ ଗ୍ରାଉଣ୍ଡରେ ଆୟୋଜିତ 20କି.ମି ଓ୍ବାକ ରେସିଙ୍ଗ ପ୍ରତିଯୋଗିତାରେ ରାଜସ୍ଥାନର ଭାବନା ଜାଟ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । ଏଥିସହ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଇଟିଭି ଭାରତ ଏହି ପ୍ରତିଭାବାନ ଖେଳାଳିଙ୍କ ସହ ବିଶେଷ ସାକ୍ଷାତକାର କରିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଶନିବାର ରାଞ୍ଚିର ମୋରହାବାଦୀ ମୈଦାନରେ ଆୟୋଜିତ 7ମ ନ୍ୟାସନାଲ ଓପନ ଓ 3ୟ ଇଣ୍ଟରନ୍ୟାସନାଲ ରେସ୍‌ ଓ୍ବାକିଙ୍ଗ ଚମ୍ପିଆନସିପ୍‌ରେ ରାଜସ୍ଥାନର ଭାବନା ଜାଟ 1ଘଣ୍ଟା 29.54ମିନିଟ୍‌ରେ ରେସ୍‌ ସମାପ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଭାବନା 2018ରେ ବେବି ସୌମ୍ୟାଙ୍କ 1ଘଣ୍ଟା 31.29ମିନିଟ୍‌ର ରେକର୍ଡକୁ ଭାଙ୍ଗି ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି ।

ଭାବନା କହିଛନ୍ତି ଯେ, ଘରେ ମା’, ବାପା ଓ ବଡ ଭାଇ ମୋତେ ସମର୍ଥନ କରନ୍ତି । ସେଥିପାଇଁ ରାଜସ୍ତାନ ଗଳିରୁ ବାହାରି ଏହି ଖେଳରେ ଭଲ ପ୍ରଦର୍ଶନ କରିପାରିଛି । ଏଥିସହ ଆହୁରି ମଧ୍ୟ ସେ କହିଛନ୍ତି ଯେ,, ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ବହୁତ ଖୁସି ଅଛି । ଏହି କେସ ଓ୍ବାକିଙ୍ଗ ଚମ୍ପିଆନସିପ୍‌ରେ ପଦକ ହାସଲ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି ।

ଟୋକିଓ ଅଲମ୍ପିକକୁ ନେଇ ସେ କହିଛନ୍ତି, ଦେଶର ସମର୍ଥନ ମିଳୁଛି ଓ ଆଗାମୀ ଦିନରେ ପଦକ ନେଇ ଭାରତକୁ ଫେରିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.