ETV Bharat / sports

ବକ୍ସିଂ ଚମ୍ପିଆନସିପ୍‌ରେ ବ୍ରହ୍ମପୁର ପୁଅ ପ୍ରମୋଦଙ୍କୁ ସ୍ୱର୍ଣ୍ଣ - Pramod kumar

ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ସିନିୟର୍ ଇଣ୍ଟରନ୍ୟାସନାଲ୍ ବକ୍ସିଂ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକରେ ଚମକିଲେ ବ୍ରହ୍ମପୁରର ଦୁଇ ପ୍ରତିଯୋଗୀ । ଅଧିକ ପଢନ୍ତୁ...

_Berhampur's Pramod kumar wins gold medal in Boxing championship
ବକ୍ସିଂ ଚମ୍ପିଆନସିପ୍‌ରେ ବ୍ରହ୍ମପୁର ପୁଅ ପ୍ରମୋଦଙ୍କୁ ସ୍ୱର୍ଣ୍ଣ
author img

By

Published : Sep 28, 2021, 10:34 PM IST

Updated : Sep 28, 2021, 10:43 PM IST

ବ୍ରହ୍ମପୁର: ସିନିୟର୍ ଇଣ୍ଟରନ୍ୟାସନାଲ୍ ବକ୍ସିଂ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକରେ ଚମକିଲେ ବ୍ରହ୍ମପୁରର ଦୁଇ ପ୍ରତିଯୋଗୀ । ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ସହରର ପ୍ରମୋଦ କୁମାର ଆପଟ, ୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବକ୍ସିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

ବକ୍ସିଂ ଚମ୍ପିଆନସିପ୍‌ରେ ବ୍ରହ୍ମପୁର ପୁଅ ପ୍ରମୋଦଙ୍କୁ ସ୍ୱର୍ଣ୍ଣ

ଗତ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ଓପନ୍ ସିନିୟର୍ ଇଣ୍ଟରନ୍ୟାସନାଲ୍ ବକ୍ସିଂ ଚମ୍ପିଆନସିପ୍ ପ୍ରତିଯୋଗିତାରେ ଭାରତରୁ ସାତ ଜଣ ବାଳକ ଏବଂ ତିନି ଜଣ ବାଳିକା ଅଂଶଗ୍ରହଣ କରିଥିଲେ । ପ୍ରମୋଦ ୫୨ ରୁ ୫୬ କିଲୋ ବର୍ଗରେ ଭୁଟାନ, ନେପାଳ ଏବଂ ଶ୍ରୀଲଙ୍କାର ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି । ଦୀର୍ଘ ଦିନ ଧରି ବ୍ରହ୍ମପୁର ସହରରେ ବକ୍ସିଂ କୋଚ୍ କବିରାଜ ଗୌଡଙ୍କ ଠାରୁ ତାଲିମ୍ ନେଇ ଆସୁଥିଲେ । ପ୍ରମୋଦ ଏଭଳି ସଫଳତା ପାଇବା ପରେ ଆଗାମୀ ଦିନରେ କମନୱେଲ୍ଥ୍‌ ଏବଂ ଏସିଆନ୍ ଗେମ୍ ପାଇଁ ଅଭ୍ୟାସ କରିବେ ବୋଲି କହିଛନ୍ତି ।

ସେହିପରି ଅନ୍ୟତମ ପ୍ରତିଯୋଗୀ ଦୁର୍ଗା ପ୍ରସାଦ ଦାଶ ମଧ୍ୟ ବକ୍ସିଂ ପ୍ରତିଯୋଗିତାରେ ନେପାଳ ପ୍ରତିନ୍ଦ୍ବନ୍ଦୀଙ୍କୁ ହରାଇଥିଲେ । ମାତ୍ର ଭୁଟାନ ଠାରୁ ପରାଜୟ ପରେ ରୌପ୍ୟ ପଦକ ହାସଲ କରିଥିଲେ । ଆଗାମୀ ଦିନରେ ସ୍ବର୍ଣ୍ଣ ପଦକ ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି । ଟ୍ରେନ ଯୋଗେ ଦୁଇ କୃତି ପ୍ରତିଯୋଗୀ ବ୍ରହ୍ମପୁର ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ କ୍ରୀଡାବିତ୍‌ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Sep 28, 2021, 10:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.