ETV Bharat / sports

ଅଲମ୍ପିକ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଜଣାଇଲେ ଆଥଲେଟ୍‌

ମାସିକ ରେଡିଓ କାର୍ଯ୍ୟକ୍ରମ "ମନ୍‌ କି ବାତ୍‌"ରେ ଭାରତୀୟ ଅଲମ୍ପିକ ଯୋଗ୍ୟ ଆଥଲେଟଙ୍କୁ ଉତ୍ସାହିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶ ତମାମର ଖେଳାଳିମାନେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

Athletes thank PM Modi for encouraging Olympic-bound contingent
ଅଲମ୍ପିକ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଜଣାଇଲେ ଆଥଲେଟ୍‌
author img

By

Published : Jun 27, 2021, 9:56 PM IST

ନୂଆଦିଲ୍ଲୀ: ମାସିକ ରେଡିଓ କାର୍ଯ୍ୟକ୍ରମ "ମନ୍‌ କି ବାତ୍‌"ରେ ଭାରତୀୟ ଅଲମ୍ପିକ ଯୋଗ୍ୟ ଆଥଲେଟଙ୍କୁ ଉତ୍ସାହିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶ ତମାମର ଖେଳାଳିମାନେ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟୋକିଓ ଅଲମ୍ପିକ ଗତବର୍ଷ ହେବାର ଥିଲା, ମାତ୍ର କୋରୋନା ମହାମାରୀ କାରଣରୁ ଚଳିତ ବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ମଧ୍ୟରେ ହେବାନେଇ ସ୍ଥିର ହୋଇଛି । ପ୍ରାୟ 100ରୁ ଅଧିକ ଭାରତୀୟ ଆଥଲେଟ ଏଯାବତ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ମୋଟ ସଂଖ୍ୟା 120ରୁ 130 ହେବ ବୋଲି ଆକଳନ କରାଯାଉଛି ।

"ମନ୍‌ କି ବାତ୍‌" କାର୍ଯ୍ୟକ୍ରମରେ ମୋଦି, ଭବାନୀ ଦେବୀ(ଫେନ୍ସିଂ), ଶିବପାଲ ସିଂହ(ଜାଭେଲିନ ଥ୍ରୋ) ଭଳି ଖେଳାଳିଙ୍କୁ ସ୍ବତନ୍ତ୍ର ଭାବେ ସ୍ମରଣ କରିଥିଲେ । ବନାରସର ପୁଅ ଶିବପାଲଙ୍କ ପୁରା ପରିବାର ଖେଳ ସହ ଜଡିତ । ତାଙ୍କର ପିତା, ଦାଦା ଓ ଭାଇ ସମସ୍ତ ଜାଭେଲିନ ଥ୍ରୋ ରେ ପାରଙ୍ଗମ । ଫଳରେ ପରିବାରିକ ପରମ୍ପରା ତାଙ୍କୁ ଟୋକିଓ ଅଲମ୍ପିକ୍ସରେ ପହଞ୍ଚାଇବାରେ ସହାୟକ ହୋଇଛି ବୋଲି ମୋଦି କହିଛନ୍ତି ।

ସେହପରି ଚିରାଗ ସେଟ୍ଟି ଓ ତାଙ୍କର ପାର୍ଟନର ସାତ୍ବିକ ସାଇରାଜଙ୍କ ଉଦାହରଣ ମଧ୍ୟ ପ୍ରେରଣାଦାୟୀ । ଚିରାଗଙ୍କ ସଂପର୍କୀୟ କୋଭିଡ-19ରେ ପ୍ରାଣ ହରାଇଥିଲେ, ସାତ୍ବିକ ନିଜେ କୋଭିଡ ପଜିଟିଭ ଚିହ୍ନଟ ହୋଇତିଲେ । ମାତ୍ର ଏଥିରେ ଭାଙ୍ଗି ନପଡି ଦୁଇ ଯୁବ ବ୍ୟାଡମିଣ୍ଟନ ଷ୍ଟାର ପୁରୁଷ ଯୁଗଳ ବର୍ଗରେ ଟୋକିଓ ଟିକେଟ ହାତେଇଛନ୍ତି ।

  • Really thankful to our Honourable Prime Minister Shri Narendra Modi for the kind and encouraging words in today’s Mann ki Baat. We surely will give our best at the games and make our country proud! @narendramodi pic.twitter.com/vSnxRfaKvK

    — Chirag Shetty (@Shettychirag04) June 27, 2021 " class="align-text-top noRightClick twitterSection" data=" ">

ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ପ୍ରତ୍ୟେକ ଖେଳାଳି ଟୋକିଓ ଟିକେଟ ହାସଲ କରିବାକୁ କଡା ସଂଘର୍ଷ କରିଛନ୍ତି । ସେମାନେ କେବଳ ନିଜପାଇଁ ନୁହେଁ ବରଂ ଦେଶ ପାଇଁ ସମସ୍ତ କଠିନ ପରିଶ୍ରମ କରିଛନ୍ତି ଓ ଯୋଗ୍ୟତା ଅର୍ଜନ କରିଛନ୍ତି ।" ଏହି ଖେଳାଳିମାନେ ବିଶ୍ବମଞ୍ଚରେ ଦେଶ ପାଇଁ ଗୌରବ ସାଜିଛନ୍ତି ଓ ଲୋକଙ୍କ ଦୃଦୟ ଜିତିଛନ୍ତି । ସେଥିପାଇଁ ଜାଣତରେ କିମ୍ବା ଅଜାଣତରେ କୌଣସି ଚାପ ନ ପକାଇ ସେମାନଙ୍କୁ ସହଯୋଗ ଓ ଖୋଲା ହୃଦୟରେ ସମର୍ଥନ କରିବାକୁ ଆହ୍ବାନ କରିଛନ୍ତି ।

  • I am thankful to Hon'ble @PMOIndia Sri @narendramodi ji 🙏🏻 for his wishes and mentioning my efforts for Olympics games and the sacrifices done by mother Mrs C A Ramani. I will continue to work hard for making my country proud. pic.twitter.com/7DNDdltC7V

    — C A Bhavani Devi (@IamBhavaniDevi) June 27, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.