ETV Bharat / sports

Asian Games 2023: ଭାରତୀୟ ହକି ଦଳର ବିଜୟ ଅଭିଯାନ, 16-0ଗୋଲରେ ହାରିଲା ଉଜବେକିସ୍ତାନ

19ତମ ଏସୀୟ କ୍ରୀଡାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଦଳ । ପ୍ରଥମ ମ୍ୟାଚରେ ଉଜବେକିସ୍ତାନକୁ ପରାସ୍ତ କରିଛି । ଅଧିକ ପଢ଼ନ୍ତୁ

Asian Games 2023
India vs Uzbekistan
author img

By ETV Bharat Odisha Team

Published : Sep 24, 2023, 12:05 PM IST

ନୂଆଦିଲ୍ଲୀ: ଏସୀୟ କ୍ରୀଡାରେ ଭାରତର ସୁପର ଶୋ' ଦେଖିବାକୁ ମିଳିଛି । ଏସୀୟ କ୍ରୀଡା ହକିରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ଉଜବେକିସ୍ତାନକୁ ପରାସ୍ତ କରି ବିଜୟ ଖାତା ଖୋଲିଛି ଭାରତୀୟ ପୁରୁଷ ହକି ଦଳ । 16-0 ଗୋଲରେ ଉଜବେକିସ୍ତାନ ପରାସ୍ତ ହୋଇଛି । ଏହି ଦମଦାର ବିଜୟ ସହ ଭାରତୀୟ ପୁରୁଷ ହକି ଦଳ ପରବର୍ତ୍ତୀ ରାଉଣ୍ଡକୁ ଉତୀନ୍ନ ହୋଇଛି । ଆସନ୍ତା 26 ତାରିଖରେ ଭାରତ ତାର ଦ୍ବିତୀୟ ମ୍ୟାଚରେ ସିଙ୍ଗାପୋରକୁ ଭେଟିବ । ବରୁଣ କୁମାର ସର୍ବାଧିକ 4ଟି ଗୋଲ କରିଥିଲେ ।

  • The 🇮🇳 Men's Hockey Team shines in the group stage! 🏑🇮🇳

    They've aced the group stage opening match with their exceptional performance after defeating Team 🇺🇿 Uzbekistan. Let's keep the momentum going as we move forward in the competition! 💪

    Go #TeamIndia💪🏻🏑#Cheer4Indiapic.twitter.com/MMjsGWXbBB

    — SAI Media (@Media_SAI) September 24, 2023 " class="align-text-top noRightClick twitterSection" data=" ">

ମ୍ୟାଚରେ ଆଧିପତ୍ୟ ବିସ୍ତାର କରିଥିଲା ଭାରତ । ଗୋଲ ପରେ ଗୋଲ ବର୍ଷା କରି ଚାଲିଥିଲା । ଉଜବେକିସ୍ତାନ ଖାତା ଖୋଲିବାରେ ବି ବିଫଳ ହୋଇଥିଲା । ଦଳ ଗୋଟିଏ ବି ଗୋଲ କରି ପାରନଥିଲା । ମ୍ୟାଚର ସପ୍ତମ ମିନିଟରେ ପ୍ରଥମ ଗୋଲ କରିଥିଲା ଭାରତ । ଲଳିତ ଏହି ଗୋଲ ସ୍କୋର କରି ଭାରତକୁ 1-0 ଗୋଲେରେ ଆଗୁଆ କରିଥିଲେ । ସେହିପରି 12ତମ ମିନିଟରେ ବରୁଣ କୁମାର ଆଉ ଏକ ଗୋଲ କରିଥିଲେ । 17ତମ ମିନିଟରେ ଅଭିଷେକ ଏକ ଗୋଲ କରିଥିଲେ । ଲଳିତ କୁମାର 24 ତମ ଓ 53ତମ ମିନିଟରେ ଆଉ ଦୁଇଟି ଗୋଲ କରିଥିଲେ । ସେହିପରି ବରୁଣ କୁମାର 36ତମ, 50ତମ ଓ 52 ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଉଜବେକିସ୍ତାନ ଗୋଲ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ ।

ଏହା ବି ପଢନ୍ତୁ...Asian Games Semi Final: ବାଂଲଦେଶକୁ ହରାଇ ଫାଇନାଲରେ ଭାରତୀୟ ମହିଳା ଦଳ, ପଦକ ପକ୍କା

ସେହିପରି 18ତମ, 27ତମ ଓ 28ତମ ମିନିଟରେ ମନଦୀପ ସିଂହ 3ଟି ଗୋଲ ସ୍କୋର କରିଥିଲେ । ସେହିପରି 37ତମ ଓ 42ତମ ମିନିଟରେ ସୁଖଜୀତ ସିଂହ ଦୁଇଟି ଗୋଲ ସ୍କୋର କରି ଦଳକୁ 12-0ରେ ଆଗୁଆ କରିଥିଲେ । ମ୍ୟାଚର 38ତମ ମିନିଟରେ ଅମିତ ରୋହିଦାସ ଆଉ ଏକ ଗୋଲ କରିଥିଲେ । 43ତମ ମିନିଟରେ ସମସେର ସିଂହ ଏକ ଗୋଲ୍‌ କରିଥିଲେ । 57ତମ ମିନିଟରେ ସଞ୍ଜୟ ଅନ୍ତିମ ଗୋଲ ଅର୍ଥାତ 16ତମ ଗୋଲ କରିଥିଲେ । ଫୁଲ ଟାଇମ ଖେଳ ସୁଦ୍ଧା ଉଜବେକିସ୍ତାନ ଖାତା ଖୋଲି ପାରିନଥିଲା ।

ଏହା ବି ପଢନ୍ତୁ...Asian Games 2023: ରୋଇଂ ଓ ସୁଟିଂରେ ଭାରତକୁ ପଦକ, ରୌପ୍ୟ ପଦକ ହାତେଇଲେ ଆଥଲେଟ

ପ୍ରକାଶ ଥାଉ କି, ସେପ୍ଟେମ୍ବର 23 ତାରିଖରୁ ଚୀନର ହଙ୍ଗଝୌରେ 19ତମ ଏସୀୟ କ୍ରୀଡା ଆରମ୍ଭ ହୋଇଛି । ଦ୍ବିତୀୟ ଦିନ ଅର୍ଥାତ ଆଜି ଭାରତକୁ ଏସୀୟ କ୍ରୀଡାରେ 5ଟି ପଦକ ମିଳିଛି । ରୋଇଂରେ ଦୁଇଟି ରୌପ୍ୟ ଗୋଟିଏ କାଂସ୍ୟ ପଦକ ମିଳିଥିବା ବେଳେ ମହିଳା ସୁଟିଂରେ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି ଭାରତୀୟ ଅଥଲେଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.