ନୂଆଦିଲ୍ଲୀ: ଫିନଲାଣ୍ଡରେ ଚାଲିଥିବା ଆର୍କଟିକ ଓପନ 2023ରେ ଦୁଇ ଥର ଅଲମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି । ସେମି ଫାଇନାଲ ରାଉଣ୍ଡରରେ ଚୀନ ପ୍ରତିପକ୍ଷଙ୍କଠୁ ପରାସ୍ତ ହୋଇ ବିଦା ହୋଇଛନ୍ତି ପିଭି ସିନ୍ଧୁ । ବ୍ୟାଡମିଣ୍ଟନରେ 13ତମ ସ୍ଥାନରେ ଥିବା ପିଭି ସିନ୍ଧୁ ଚୀନ ପ୍ରତିନ୍ଦ୍ବନ୍ଦୀ ୱାଙ୍ଗ ଝି ୟିଙ୍କଠୁ 12-12, 21-11, 7-21 ସେଟରେ ପରାସ୍ତ ହୋଇଛନ୍ତି ।
ସେମି ଫାଇନାଲ ରାଉଣ୍ଡରେ ଏହି ମ୍ୟାଚରେ ଜବରଦସ୍ତ କମବ୍ୟାକ କରିଥିଲେ ଦୁଇ ଥର ଅଲମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ । ଶ୍ରୀଘ୍ର 5-2 ସେଟରେ ଆଗୁଆ ମଧ୍ୟ ରହିଥିଲେ । ପ୍ରଥମ ସେଟ ପୂର୍ବରୁ ଭାରତୀୟ ସଟଲର ଆଉ ଆଗକୁ ବଢି ପାରି ନଥିଲେ । ୱାଙ୍ଗ ଜି ୟି ଗେମ ଜିତିବା ପୂର୍ବରୁ କମବ୍ୟାକ କରିଥିଲେ । ଦ୍ବିତୀୟ ଗେମରେ ପିଭି ସିନ୍ଧୁ ଜବାବ ଦେଇଥିଲେ । ଫାଇନାଲ ଗେମ ଆରମ୍ଭରେ ସିନ୍ଧୁ 4-3ରେ ଆଗୁଆ ଥିଲେ ମାତ୍ର ଚୀନ ପ୍ରତିପକ୍ଷ ସିଧା 6 ପଏଣ୍ଟ ସହ ସ୍ଥିତି ବଦଳାଇ ଦେଇଥିଲେ । 1 ଘଣ୍ଟା 3 ମିନିଟ ଧରି ଚାଲିଥିବା ଏହି ମ୍ୟାଚକୁ ଜିତି ନେଇଥିଲେ 5ମ ସିଡ ଚୀନ ସଟଲର ୱାଙ୍ଗ ଜି ୟି ।
ଏହି ବି ପଢନ୍ତୁ...Spain Masters 2023: ପିଭି ସିନ୍ଧୁ ରନର୍ସଅପ
ଏହା ବି ପଢନ୍ତୁ...World Cup 2023: ଆୟରଙ୍କ ଉପରକୁ ବଲ ଫିଙ୍ଗିଲେ ହାରିସ, ଲାଇଭ୍ ଦେଖିଲେ 3.5 କୋଟି ଦର୍ଶକ
ଆର୍କଟିକ ଓପନ ମହିଳା ଏକକ ରାଉଣ୍ଡ-16 ମୁକାବିଲାରେ 21-11, 21-10 ସିଧାସଳଖ ଗେମରେ ଚାଇଚୀନ ତାଇପେର ୱେନ ଚି ସୁଙ୍କୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ ପିଭି ସିନ୍ଧୁ । ୱେନ ବିପକ୍ଷରେ 3ୟ ମୁକାବିଲାରୁ ସିନ୍ଧୁଙ୍କର ଏହା 3ୟ ବିଜୟ ଥିଲା । ଏହା ପୂର୍ବରୁ 28 ବର୍ଷୀୟ ସିନ୍ଧୁ ପ୍ରଥମ ରାଉଣ୍ଡରେ ଜାପାନାର ନାଓମି ଓକୁହାରାଙ୍କୁ 21-13, 21,16ରେ ମାତ ଦେଇଥିଲେ ।
ଚଳିତ ସିଜନରେ ପିଭି ସିନ୍ଧୁଙ୍କର ଏହା ଚତୁର୍ଥ ସେମିଫାଇନାଲ ଥିଲା । ଆର୍କଟିକ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପିଭି ସିନ୍ଧୁ ସେମିଫାଇନାଲ ଯାଏ ପହଞ୍ଚିଥିବା ଜଣେ ମାତ୍ର ଭାରତୀୟ ସଟଲର । ପୁରୁଷ ଏକକ ରାଉଣ୍ଡ 16ରେ କିଦାମ୍ବି ଶ୍ରୀକାନ୍ତ ତାଙ୍କ ଅଭିଯାନ ଶେଷ କରିଥିଲେ । ଆର୍କଟିକ ଓପନ 2023 ବିଡବ୍ଲୁଏଫ ସୁପର 500ର ଫଳାଫଳ 2024 ପ୍ୟାରିସ ଅଲମ୍ପିକ୍ସ କ୍ବାଲିଫାୟ ରାଙ୍କିଙ୍ଗରେ ଗଣନା କରାଯିବ । ସ୍ପେନ ମାଷ୍ଟର୍ସ 2023ରେ ପିଭି ସିନ୍ଧୁ ରନର୍ସଅପ ହୋଇଥିଲେ ।