ETV Bharat / sports

କୋଭିଡ ପଜିଟିଭ ତୀରନ୍ଦାଜ ତାରକା ଜୟନ୍ତ ତଲୁକଦର ଆଇସିୟୁରେ ଭର୍ତ୍ତି

author img

By

Published : May 3, 2021, 9:20 PM IST

2012 ଲଣ୍ଡନ ଅଲମ୍ପିକ୍ସରେ ଦେଶକୁ ପ୍ରତିନିଧ୍ବତ୍ବ କରିଛନ୍ତି ଜୟନ୍ତ ତଲୁକଦର । ଅଧିକ ପଢନ୍ତୁ...

Archer Jayanta Talukdar in ICU with Covid-19
କୋଭିଡ ପଜିଟିଭ ତୀରନ୍ଦାଜ ତାରକା ଜୟନ୍ତ ତଲୁକଦର ଆଇସିୟୁରେ ଭର୍ତ୍ତି

ଗୌହାଟୀ: ଭାରତୀୟ ଶୀର୍ଷ ତୀରନ୍ଦାଜ ଖେଳାଳି ଜୟନ୍ତ ତଲୁକଦର କୋଭିଡ-19ରେ ଆକ୍ରାନ୍ତ ହେବାପରେ ଗୌହାଟୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତଲୁକଦର 2006 ଦୋହା ଓ 2010 ଗୁଆଞ୍ଜହୋଉ ଏସିଆନ ଗେମ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ଟିମର ସଦସ୍ୟ ରହିଛନ୍ତି । ଅଲମ୍ପିକ ଚ୍ୟାନେଲର ସୂଚନା ଅନୁଯାୟୀ, ଶରୀରରେ ଅକ୍ସିଜେନ ମାତ୍ରା କମ ହେବାପରେ ତାଙ୍କୁ ଜରୁରିକାଳୀନ କେୟାର ୟୁନିଟରେ ରଖାଯାଇଛି ।

2012 ଲଣ୍ଡନ ଅଲମ୍ପିକ୍ସରେ ଦେଶକୁ ପ୍ରତିନିଧ୍ବତ୍ବ କରିଛନ୍ତି ତଲୁକଦର । ମାତ୍ର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ । ଟୋକିଓ ଅଲମ୍ପିକ୍ସ ପାଇଁ ଚୟନ ହୋଇଥିବା 8ଜଣ ପ୍ରମୁଖ ତୀରନ୍ଦାଜ ଖେଳାଳିଙ୍କ ମଧ୍ୟରେ ସେ ରହିଥିଲେ ।

ଅର୍ଜୁନ ଆୱାର୍ଡ ବିଜେତା 35 ବର୍ଷୀୟ ତୀରନ୍ଦାଜ ଷ୍ଟାର 2006 ମେରିଦା ଓ ମେକ୍ସିକୋ ବିଶ୍ବକପରେ ସ୍ବର୍ଣ୍ଣ ପଦକ ବିଜେତା ରହିଛନ୍ତି । ସ୍ପେନର ମାଦ୍ରିଦରେ ଖେଳାଯାଇଥିବା 2005 ବିଶ୍ବ ଚମ୍ପିଆନସିପରେ ମଧ୍ୟ ପୁରୁଷ ଟିମ ପକ୍ଷରୁ ସେ ରୌପ୍ୟ ପଦକ ହାସଲ କରିଥିଲେ ।

ପୂର୍ବରୁ ଏକାଧିକ ଭାରତୀୟ ଆଥଲେଟ୍‌ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ତାଲିକାରେ ବକ୍ସର ସିମ୍ରନଜିତ କୌର ଓ ରେସ୍‌ ୱାକର ପ୍ରିୟଙ୍କା ଗୋସ୍ବାମୀ ସଂକ୍ରମଣର ଶିକାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.