ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ମହିଳା କୁସ୍ତି ଖେଳାଳି ଅଂଶୁ ମଲ୍ଲିକ ଓ ସୋନମ ମଲ୍ଲିକ। କାଜାଖସ୍ତାନରେ ଚାଲିଥିବା ଏସିଆନ ଅଲମ୍ପିକ୍ସ କ୍ବାଲିଫାୟର୍ସ ଫାଇନାଲରେ ପହଞ୍ଚିଛନ୍ତି ଅଂଶୁ ଓ ସୋନମ। ଫଳରେ ଦୁଇ କୁସ୍ତି ଖେଳାଳି ଆସନ୍ତା ଜୁଲାଇ ମାସରେ ହେବାକୁ ଥିବା ଅଲମ୍ପିକ୍ସ କ୍ବାଲିଫାୟର୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
57 କେଜି ମହିଳା ବର୍ଗରେ ଅଂଶୁ ମଲ୍ଲିକ ଯୋଗ୍ୟତା ହାସଲ କରିଥିବା ବେଳେ ସୋନମ 62 କେଜି ବର୍ଗରେ ଯୋଗ୍ୟତା ହାସଲ କରିଛନ୍ତି। ଏସିଆନ ଅଲମ୍ପିକ୍ସ କ୍ବାଲିଫାୟର୍ସ ଫାଇନାଲରେ 19 ବର୍ଷୀୟ ଅଂଶୁ ମଙ୍ଗୋଲିଆର ଖୋଙ୍ଗୋରଜୁଲ ବୋଲ୍ଦୋସାଇଖାନଙ୍କୁ ଭେଟିବେ। ସେପଟେ ସୋନମ ମଲ୍ଲିକ ମଲ୍ଲିକ ଫାଇନାଲରେ ଚୀନର ଜିୟା ଲୋଙ୍ଗକୁ ଭେଟିବେ।
ଏହାପୂର୍ବରୁ 2019 ବିଶ୍ବ ଚମ୍ପିଆନସିପ ଜରିଆରେ 53 କେଜି ବର୍ଗରେ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି ବିନେଶ ଫୋଗାଟ। ଜୁଲାଇ 24 ତାରିଖରେ ଜାପାନର ଟୋକିଓରେ ଅଲମ୍ପିକ୍ସ ଆରମ୍ଭ ହେବ। ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ପରେ ଦୁହିଁଙ୍କୁ କ୍ରୀଡ଼ାମନ୍ତ୍ରୀ କିରଣ ରିଜି୍ଜୁ ଟ୍ବିଟ୍ କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେମିଫାଇନାଲରେ ଅଂଶୁ ମଲ୍ଲିକ ଉଜେବେଗିସ୍ତାନର ଆଖମେଡୋଭାଙ୍କୁ ପରାସ୍ତ କରିଥିଲେ। ସେହିଭଳି ସୋନମ ମଲ୍ଲିକ ସେମିଫାଇନାଲରେ କାଜାଖସ୍ତାନର ଆୟାୟୁଲୁମ କାସିମୋଭାଙ୍କୁ ଭେଟିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ