ETV Bharat / sports

ସୁଲତାନ ଜୋହର କପ୍ ହକି: ଜାପାନଠାରୁ ହାରିଲା ଭାରତ

ଚଳିତ ସୁଲତାନ ଜୋହର କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଜୁନିୟର ପୁରୁଷ ହକି ଦଳ ବିପକ୍ଷ ଜାପାନ ଠାରୁ ୩-୪ ଗୋଲରେ ପରାସ୍ତ ହୋଇଛି ।

author img

By

Published : Oct 16, 2019, 1:48 PM IST

ସୁଲତାନ ଜୋହର କପ୍ ହକି: ଜାପାନଠାରୁ ହାରିଲା ଭାରତ

ଜୋହର ବାହରୁ (ମାଲେସିଆ): ବିଜୟ ଧାରରେ ଲାଗିଲା ବ୍ରେକ । ଚଳିତ ସୁଲତାନ ଜୋହର କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଜୁନିୟର ପୁରୁଷ ହକି ଦଳ ବିପକ୍ଷ ଜାପାନ ଠାରୁ ୩-୪ ଗୋଲରେ ପରାସ୍ତ ହୋଇଛି । ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ମାଲେସିୟାକୁ ୪-୨ ଗୋଲରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୮-୨ରେ ହରାଇଥିଲା ।

ମ୍ୟାଚର ଆରମ୍ଭରୁ ଜାପାନ ଆକ୍ରମଣାତ୍ମକ ରୂପ ଦେଖାଇଥିଲା । ମ୍ୟାଚର ପ୍ରଥମ ମିନିଟରେ ଜାପାନ ପକ୍ଷରୁ ମାତସୁମୋତୋ ୱାଟାରୁ ଗୋଟିଏ ଗୋଲ୍ ଦେଇ ଜାପାନକୁ 1-0 ରେ ଆଗୁଆ କରାଇଥିଲେ । ସେହିପରି ୨୨ତମ ମିନିଟରେ କାୱାବେ କୋସେଇ ଜାପାନ ପାଇଁ ଦ୍ୱିତୀୟ ଗୋଲ୍ ଦେଇଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ଜାପାନ ୨-୦ ଗୋଲରେ ଆଗୁଆ ରହିଥିଲା ।

ତେବେ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଭାରତ ପକ୍ଷରୁ ପ୍ରଥମ ଗୋଲ ହିଟ କରିଥିଲେ ଗୁରସାହିବଜିତ୍ ସିଂହ । ଏହା ପରେ ଜାପାନ ଲଗାତାର ଦୁଇଟି ଗୋଲ୍ ଦେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । କାୱାବେ ୩୭ତମ ମିନିଟରେ ଆଉ ଏକ ଗୋଲ୍ ଦେଇ ଜାପାନକୁ ୪-୧ରେ ଅଗ୍ରଣୀ କରାଇଥିଲେ । ତେବେ ପରବର୍ତ୍ତୀ ମିନିଟରେ ଶାରଦା ନନ୍ଦ ଭାରତ ପାଇଁ ଦ୍ୱିତୀୟ ଗୋଲ୍ ଦେଇଥିଲେ । ଓଡ଼ିଆ ତାରକା ପ୍ରତାପ ଲାକ୍ରା ୫୩ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ । ଏହା ପରେ ଭାରତ ମ୍ୟାଚ୍ ବରାବର କରିବାକୁ ଜୋରଦାର ପ୍ରୟାସ କରିଥିଲେ ମଧ୍ୟ କୌଣସି ସଫଳତା ମିଳିନଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.