ବେଙ୍ଗାଲୁରୁ: କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି ଭାରତୀୟ ହକି ଖେଳାଳି । ହକି ଟିମ ଇଣ୍ଡିଆ କ୍ୟାପଟେନ ମନପ୍ରିତ ସିଂଙ୍କ ସମେତ 4ଜଣ ଖେଳାଳି ଶୁକ୍ରବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଖେଳାଳିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
-
Deeply concerned to know that five of @TheHockeyIndia players including captain @manpreetpawar07 are hospitalised after being tested positive for #COVID19. Wishing them quick recovery and praying for their good health.
— Naveen Patnaik (@Naveen_Odisha) August 7, 2020 " class="align-text-top noRightClick twitterSection" data="
">Deeply concerned to know that five of @TheHockeyIndia players including captain @manpreetpawar07 are hospitalised after being tested positive for #COVID19. Wishing them quick recovery and praying for their good health.
— Naveen Patnaik (@Naveen_Odisha) August 7, 2020Deeply concerned to know that five of @TheHockeyIndia players including captain @manpreetpawar07 are hospitalised after being tested positive for #COVID19. Wishing them quick recovery and praying for their good health.
— Naveen Patnaik (@Naveen_Odisha) August 7, 2020
ଅନ୍ୟ ଚାରିଜଣ ମଧ୍ୟରେ ସୁରେନ୍ଦର କୁମାର, ଜସକରନସିଂ, ହରୁଣ କୁମାର ରହିଛନ୍ତି । ସମସ୍ତ 4 ଖେଳାଳି ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆର ବେଙ୍ଗାଲୁରୁ ହକି ନ୍ୟାସନାଲ କ୍ୟାମ୍ପରେ ରହିଛନ୍ତି ।
ଗୋଟିଏ ମାସର ବ୍ରେକ ସହ କ୍ୟାମ୍ପକୁ ଫେରିବା ପରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ କୋଭିଡ-19 ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା । ଫଳରେ ଏହି ପରୀକ୍ଷାରେ କ୍ୟାପଟେନ ମନପ୍ରୀତଙ୍କ ସମେତ 4 ଖେଳାଳି ପଜିଟିଭ ଚିହ୍ନଟ ହୋଇଛନ୍ତି । ଖେଳାଳିମାନେ ନିଜ ହୋମଟାଉନରେ ଯାତ୍ରା ବେଳେ, ସଂକ୍ରମଣର ଶିକାର ହୋଇଥିବା ଆଶଙ୍କା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ