ETV Bharat / sports

FIH ସିରିଜ୍ ଫାଇନାଲ୍ସ: ଆଜିଠୁ ଟିକେଟ୍‌ ବିକ୍ରି ଆରମ୍ଭ - online tickets

ଆସନ୍ତା ଜୁନ 6ରୁ ଆରମ୍ଭ ହେବ FIH ସିରିଜ୍ ଫାଇନାଲ୍ସ । ଏଥିପାଇଁ ଆଜି(ମଙ୍ଗଳବାର)ଠାରୁ ଅନଲାଇନ ଟିକେଟ ବିକ୍ରି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ହକି ଇଣ୍ଡିଆ ସୂଚନା ଦେଇଛି ।

ଫଟୋ ସୌଜନୟ- ଟ୍ବିଟର @FIH
author img

By

Published : May 14, 2019, 7:21 AM IST

ଭୁବନେଶ୍ବର: ପୁଣିଥରେ ହକି ଫିଭର ଘାରିବ ରାଜଧାନୀକୁ । ହକିମୟ ହେବ ସ୍ମାର୍ଟ ସିଟି । ଆସନ୍ତା ଜୁନ 6ରୁ ଆରମ୍ଭ ହେବ FIH ସିରିଜ୍ ଫାଇନାଲ୍ସ । ଏଥିପାଇଁ ଆଜି(ମଙ୍ଗଳବାର)ଠାରୁ ଅନଲାଇନ ଟିକେଟ ବିକ୍ରି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ହକି ଇଣ୍ଡିଆ ସୂଚନା ଦେଇଛି । ତେବେ ଆପଣ ଯଦି ହକିର ମଜା ନେବାକୁ ଚାହୁଁଛନ୍ତି, https://ticketgenie.in/ ୱେବସାଇଟରେ ଯାଇ ଆପଣ ନିଜରକ ଟିକେଟ୍‌ ବୁକ କରିପାରିବେ ।

HOCKEYINDIA
ଫଟୋ ସୌଜନୟ- ଟ୍ବିଟର @HOCKEYINDIA

ଆଜି ଦିନ 11ଟା ପରଠାରୁ ଅଲଲାଇନରେ ଟିକେଟ ଉପଲବ୍ଧ ହେବ । ଟୁର୍ଣାମେଣ୍ଟ ପାଖାପାଖି 10ଦିନ ଧରି ଚାଲିବ । ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ ଅନୁଷ୍ଠିତ ହେବ । ସଂଧ୍ୟା 5ଟା ଓ 7ଟାରେ ମ୍ୟାଚ ଗୁଡିକ ଖେଳାଯିବ । ତେବେ ଗ୍ରୁପ୍ ଷ୍ଟେଜ୍ ମୁକାବିଲା ପାଇଁ ଇଷ୍ଟ ଷ୍ଟାଣ୍ଡ୍ ଟିକେଟର ମୂଲ୍ୟ ୨୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସାଉଥ୍ ଓ ନର୍ଥ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଲେଖାଏଁ ରଖାଯାଇଛି।

HOCKEY
ଫଟୋ ସୌଜନୟ- ଟ୍ବିଟର @ODISHASPORTS

ସେହିପରି ୧୪ ଓ ୧୫ ତାରିଖରେ ହେବାକୁଥିବା ସେମିଫାଇନାଲ୍ ଓ ଫାଇନାଲ୍ ପାଇଁ ଇଷ୍ଟ ଷ୍ଟାଣ୍ଡ ଟିକେଟର ମୂଲ୍ୟ ୨୫୦ ଏବଂ ସାଉଥ ଓ ନର୍ଥ ଷ୍ଟାଣ୍ଡ ପାଇଁ ୧୫୦ ଟଙ୍କା ଲେଖାଏଁ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ, ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ସହିତ ଏସିଆନ୍ ଗେମ୍ସ ଚାମ୍ପିଅନ୍ ଜାପାନ, ମେକ୍ସିକୋ, ଆମେରିକା, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ରୁଷ୍, ଉଜବେକିସ୍ତାନ ଟିମ୍ ଭାଗ ନେଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.