ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ କୋଚ ଏସଜୋରଡ ମାରିଜିନଙ୍କୁ ନିଜ ଦେଶ ନେଦରଲାଣ୍ଡକୁ ଯାଇପାରିନାହିଁନ୍ତି । ଏୟାରପୋର୍ଟ ଯିବାବାଟରୁ ହିଁ ଫେରିଆସିଛନ୍ତି କୋଚ ମାରିଜିନ ।
ମହାମାରୀ କୋରୋନା ଭାଇରସ ଯୋଗୁଁ ଭାରତ ସରକାର ଏପ୍ରିଲ 15 ପର୍ଯ୍ୟନ୍ତ ସମସ୍ତ ପ୍ରକାର ବିଦେଶୀ ଭିସାକୁ ବାତିଲ କରିଛନ୍ତି । ଫଳରେ ନେଦରଲାଣ୍ଡସ ଯାତ୍ରା ପରେ ଭାରତ ଏପ୍ରିଲ 15 ପର୍ଯ୍ୟନ୍ତ ଭାରତ ଫେରିପାରିବେନି ମାରିଜିନ । ଏହା ଚିନ୍ତା କରି ସେ ଫେରିଆସିଥିବା ଜଣାପଡିଛି ।
ଫଳରେ କୋରୋନା ଭାଇରସ ପାଇଁ ପରିବାରକୁ ଭେଟିବାରୁ ବଞ୍ଚିତ ହୋଇଛନ୍ତି କୋଚ ମାରିଜିନ । ଭାରତୀୟ ମହିଳା ଦଳ ବେଙ୍ଗାଲୁରୁ ସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିର(ନ୍ୟାସନାଲ କୋଚିଂ କ୍ୟାମ୍ପ)ରେ ରହିଥିଲେ । ତେବେ ଆଜି ଏହା ଶେଷ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ