ETV Bharat / sports

Tokyo Olympics: ଟିମ ଇଣ୍ଡିଆକୁ AIFFର ଶୁଭେଚ୍ଛା

author img

By

Published : Jul 19, 2021, 3:54 PM IST

ଆଗାଗୀ ଅଲମ୍ପିକ୍ସ ଖେଳ ପାଇଁ ଭାରତୀୟ ଅଲମ୍ପିକ ଟିମକୁ ସୋମବାର ଶୁଭେଚ୍ଛା ଜଣାଇଛି ସର୍ବଭାରତୀୟ ଫୁଟବଲ ମହସଂଘ(AIFF) । ଅଧିକ ପଢନ୍ତୁ...

Tokyo Olympics: AIFF sends best wishes to Indian contingent
Tokyo Olympics: ଟିମ ଇଣ୍ଡିଆକୁ ସର୍ବଭାରତୀୟ ଫୁଟବଲ ମହସଂଘର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଗାଗୀ ଅଲମ୍ପିକ୍ସ ଖେଳ ପାଇଁ ଭାରତୀୟ ଅଲମ୍ପିକ ଟିମକୁ ସୋମବାର ଶୁଭେଚ୍ଛା ଜଣାଇଛି ସର୍ବ ଭାରତୀୟ ଫୁଟବଲ ମହସଂଘ(AIFF) । ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ।

ଭାରତୀୟ ଆଥଲେଟ୍‌ସଙ୍କୁ ଅଭିନନ୍ଦନ ଜଣାଇବା ସହ କ୍ରୀଡାର ବଡ ମଞ୍ଚରେ ତ୍ରିରଙ୍ଗା ସବୁଠୁ ଉପରେ ଉଡିବ ବୋଲି ଦୃଢ ବିଶ୍ବାସ ରହିଥିବା ଫୁଟବଲ ସମୂହ ପକ୍ଷରୁ କହିଛନ୍ତି AIFF ସଭାପତି ପ୍ରଫୁଲ୍ଲ ପଟେଲ ।

ସର୍ବଭାରତୀୟ ଫୁଟବଲ ମହାଂସଘ ଓ ଭାରତୀୟ ଫୁଟବଲ ପରିବାର ପକ୍ଷରୁ ଭାରତୀୟ ଆଥଲେଟ୍‌ଙ୍କୁ ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ସଭାପତି ପଟେଲ ।

AIFF ସାଧାରଣ ସମ୍ପାଦକ କୁଶଲ ଦାସ ମଧ୍ୟ ଟୋକିଓ ଖେଳ ପାଇଁ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବା ଆଥଲେଟ୍‌ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । "ଦୀର୍ଘ ବର୍ଷର ନିଷ୍ଠା ଓ ପରିଶ୍ରମ ଫଳରେ ଖେଳାଳିମାନେ କ୍ରୀଡାର ବଡ ମଞ୍ଚରେ ପ୍ରଦର୍ଶନ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଭାରତୀୟ ଖେଳାଳି ନିଶ୍ଚିନ୍ତ ଇତିହାସ ରଚିବେ ବୋଲି ବିଶ୍ବାସ" ଥିବା କହିଛନ୍ତି AIFF ସମ୍ପାଦକ ।

ଭାରତୀୟ ଖେଳାଳି ମୋଟ ୧୮ଟି ଭିନ୍ନ ଖେଳରେ ଅଂଶଗ୍ରହଣ କରିବେ । ଭାରତୀୟ ଅଲମ୍ପିକ୍ସ ଟିମରେ ଏକାଧିକ ଖେଳାଳି ଏପରି ରହିଛନ୍ତି ଯେଉଁମାନେ ପୂର୍ବରୁ ମଧ୍ୟ ଅଲମ୍ପିକ୍ସ ଖେଳିବା ସହ ଦେଶ ପାଇଁ ଗୌରବ ଆଣିଛନ୍ତି । ଏଥିସହ ଅନେକ ଜଣ ଅଲମ୍ପିକ ପଦାର୍ପଣ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.