ETV Bharat / sports

କୋରୋନା ଭୟ, ଚୀନରୁ ଅଲମ୍ପିକ ମହିଳା ଫୁଟବଲ ଯୋଗ୍ୟତା ମ୍ୟାଚ ସ୍ଥାନାନ୍ତରିତ

କୋରୋନା ଭାଇରାସ ଯୋଗୁଁ ଟୋକିଓ ଅଲମ୍ପିକର ମହିଳା ଏସିଆ ଫୁଟବଲ ଯୋଗ୍ୟତା ମ୍ୟାଚ ଚୀନରେ ହେବ ନାହିଁ । ମ୍ୟାଚକୁ ସିଡନୀକୁ ସ୍ଥାନନ୍ତରିତ କରାଯାଇଛି ।

author img

By

Published : Jan 31, 2020, 11:41 PM IST

tokyo
tokyo

ହାଇଦ୍ରାବାଦ: ଚୀନରେ କୋରୋନା ଭାଇରାସ ଆତଙ୍କ । ଏହାକୁ ନଜରରେ ରଖି ଚୀନରେ ହେବାକୁ ଥିବା ଟୋକିଓ ଅଲମ୍ପିକ ପାଇଁ ଗ୍ରୁପ 'ବି' ମହିଳା ଏସିଆ ଫୁଟବଲ ଯୋଗ୍ୟତା ମ୍ୟାଚକୁ ସିଡନୀକୁ ସ୍ଥାନନ୍ତରିତ କରାଯାଇଛି ।

ଇଣ୍ଟରନ୍ୟାସନାଲ ଅଲମ୍ପିକ କମିଟି(ଆଇଓସି) ଗୁରୁବାର ଦିନ ଏହାର ସୂଚନା ଦେଇଛନ୍ତି । ଏହି ଗ୍ରୁପରେ ଚୀନ, ଅଷ୍ଟ୍ରେଲିଆ, ତାଇଓ୍ବାନ ଓ ଥାଇଲାଣ୍ଡ ଟିମ ରହିଛନ୍ତି ।

ଚୀନର ମହିଳା ଟିମ୍‌ ଅଷ୍ଟ୍ରେଲିଆ ପହଞ୍ଚି ଯାଇଛନ୍ତି । ଖେଳାଳିମାନଙ୍କ ମେଡିକାଲ ଯାଞ୍ଚ ପରେ ଅଷ୍ଟ୍ରେଲିଆରେ ପ୍ରବେଶ ମିଳିଛି । 3 ଫେବୃଆରୀରେ ଚୀନର ପ୍ରଥମ ମ୍ୟାଚ ଥାଇଲାଣ୍ଡ ସହ ହେବ।

ସୂଚନାଥାଉକି, ଚୀନରେ କୋରୋନା ଭାଇରାସ ଯୋଗୁଁ 200ରୁ ଉର୍ଦ୍ଧ୍ବ ଜଣଙ୍କ ଜୀବନ ଗଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.