ETV Bharat / sports

ଓଡ଼ିଶା ସ୍ପୋର୍ଟ୍ସକୁ AIFFର ପ୍ରଶଂସା

author img

By

Published : Jul 17, 2020, 9:14 PM IST

ଭାରତୀୟ ଫୁଟବଲକୁ ଏତେ ମାତ୍ରାରେ ସମର୍ଥନ ଦେଇଥିବାରୁ ଓଡ଼ିଶା ସ୍ପୋର୍ଟ୍ସକୁ ପ୍ରଶଂସା କଲେ ଫୁଟବଲ ଖେଳାଳି ଓ କୋଚ । ଓଡି଼ଶା ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଏଆଇଏଫଏଫର ସାଧାରଣ ସମ୍ପାଦକ କୁଶଲ ଦାସ । ଅଧିକ ପଢ଼ନ୍ତୁ...

Players, coaches hail Odisha Sports, Odisha Sports support to Indian football, AIFF, All India Football Federation, ଓଡ଼ିଶା ସ୍ପୋର୍ଟ୍ସକୁ AIFFର ପ୍ରଶଂସା, ଓଡ଼ିଶା ସ୍ପୋର୍ଟ୍ସକୁ ପ୍ରଶଂସା, ଏଆଇଏଫଏଫର ସାଧାରଣ ସମ୍ପାଦକ କୁଶଲ ଦାସ, ଓଡି଼ଶା ସରକାରଙ୍କୁ ଧନ୍ୟବାଦ
ଓଡ଼ିଶା ସ୍ପୋର୍ଟ୍ସକୁ AIFFର ପ୍ରଶଂସା

ନୂଆଦିଲ୍ଲୀ: 2018 ରେ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF) ଓଡିଶା ରାଜ୍ୟ ସରକାରଙ୍କ ସହ ଏକ ସ୍ମାରକପତ୍ର (ଏମଓୟୁ) ସ୍ବାକ୍ଷର କରିଥିଲା ​​ଯେଉଁଥିରେ ଅନେକ ଜାତୀୟ ଦଳ 15ବର୍ଷରୁ କମ, 17ବର୍ଷରୁ କମ, ଇଣ୍ଡିଆନ ଏରୋଜ ଏବଂ ଏପରିକି ବରିଷ୍ଠ ମହିଳା ଦଳ ରାଜ୍ୟ ଦ୍ବାରା ଆୟୋଜିତ ହେଉଛନ୍ତି ଏବଂ ଏହି ପ୍ରକ୍ରିୟାରେ ଅତ୍ୟାଧୁନିକ ସୁବିଧା ତଥା ଭିତ୍ତିଭୂମି ମଧ୍ୟ ପାଉଛନ୍ତି।

ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଆଇ-ଲିଗର 2018-19 ସିଜନ୍ ପାଇଁ ଇଣ୍ଡିଆନ ଏରୋସଙ୍କ ପାଇଁ ହୋମ ଭେନ୍ୟୁ ଥିଲା ଏବଂ ଗତ ବର୍ଷ ଫେବୃଆରୀରେ ଗୋଲ୍ଡ କପ୍ ସହିତ ସୁପର କପର ଉଭୟ ସଂସ୍କରଣ ଆୟୋଜନ କରିଥିଲା, ଯେଉଁଠାରେ ଭାରତୀୟ ବରିଷ୍ଠ ମହିଳା ଦଳ ମିଆଁମାର, ନେପାଳ ଏବଂ ଆଇଆର ଇରାନ ବିପକ୍ଷରେ ମୁହାଁମୁହିଁ ହୋଇଥିଲେ।

ଓଡି଼ଶା ସ୍ପୋର୍ଟସ ସହ ସହଭାଗିତାକୁ ଶୁଭେଚ୍ଛା ଜଣାଇ ଏଆଇଏଫଏଫର ସାଧାରଣ ସମ୍ପାଦକ କୁଶଲ ଦାସ ଭାରତରେ ଖେଳ ଉପରେ ଭାଗିଦାରୀର ପ୍ରମୁଖ ପ୍ରଭାବ ଉପରେ ଆଲୋକପାତ କରିଥିଲେ ଏବଂ ଏହି ସହାୟତା ପାଇଁ ଓଡି଼ଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

‘‘ଭାରତୀୟ ଫୁଟବଲର ବିକାଶରେ ଓଡି଼ଶା ସକାରଙ୍କ ସହ ହୋଇଥିବା ଏମଓୟୁ ଏକ ପ୍ରମୁଖ ପ୍ରଭାବ ପକାଇଛି। କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସରେ ଷ୍ଟେଟ୍ ଅଫ୍ ଆର୍ଟ ସୁବିଧା ବ୍ୟବହାର କରି ଅନେକ ଦଳ ଆୟୋଜିତ ଏବଂ ତାଲିମପ୍ରାପ୍ତ ହୋଇଛନ୍ତି । ମୁଁ ଓଡି଼ଶା ସରକାରଙ୍କୁ ଧନ୍ୟବାଦ ଦେଉଛି ସେମାନଙ୍କର ଅମୂଲ୍ୟ ସମର୍ଥନ ପାଇଁ ଏବଂ ଦେଶରେ କ୍ରୀଡ଼ାର ଅଭିବୃଦ୍ଧି ପାଇଁ ପ୍ରୟାସକୁ ଆହୁରି ମଜବୁତ କରିବାକ ପାଇଁ ଏହି ସମ୍ପର୍କକୁ ଜାରି ରଖିବାକୁ ଆଶା କରୁଛୁ,’’ ବୋଲି ସେ ପ୍ରକାଶ କରିଛନ୍ତି।

ଓଡ଼ିଶା ସରକାର କ୍ରୀଡ଼ା ଏବଂ ଯୁବ ସେବା, କମିଶନର କମ ସେକ୍ରେଟାରୀ ବିଶାଲ କୁମାର ଦେବ କ୍ରୀଡ଼ାକୁ ଏକ ପ୍ରାଥମିକତା ବୋଲି ଆଲୋକପାତ କରିଛନ୍ତି।

‘‘ଓଡ଼ିଶା ସରକାରଙ୍କ ପାଇଁ କ୍ରୀଡା ଏକ ପ୍ରମୁଖ ପ୍ରାଥମିକତା ଭାବରେ ରହି ଆସିଛି। ଜାତୀୟ ଯୁବ ଦଳ ପାଇଁ ଓଡି଼ଶାର ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଓଡି଼ଶା ଏବଂ ଅଲ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ ମଧ୍ୟରେ ଏକ ସମ୍ମିଶ୍ରଣକୁ ଚିହ୍ନଟ କରିଛି । ଓଡି଼ଶା ଏବଂ ଭାରତରେ ଯୁବ ସ୍ତରରେ ଭାରତୀୟ ଫୁଟବଲର ମୂଳକୁ ମଜବୁତ କରିବାକୁ AIFF ପ୍ରତିବଦ୍ଧ ଅଟେ। ଏହା ଏକ ନିଆରା ପଦକ୍ଷେପ, ଯାହାକି ଅନ୍ୟ ରାଜ୍ୟମାନେ ମଧ୍ୟ ଅନୁକରଣ କରିବା ପାଇଁ ଇଚ୍ଛା କରିବେ ଏବଂ ଏହା ଦ୍ବାରା ଭାରତୀୟ ଫୁଟବଲର ଦ୍ରୁତ ବିକାଶରେ ସହାୟକ ହେବ, ବୋଲି ଦେବ ପ୍ରକାଶ କରିଛନ୍ତି।

ମିଡଫିଲ୍ଡର ଅମରଜିତ କିୟାମ, ବର୍ତ୍ତମାନ ବରିଷ୍ଠ ଭାରତୀୟ ଦଳର ସଦସ୍ୟ, କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ବିଷୟରେ କହିଥିଲେ, ଯାହା ନେଇ ସେ ଅନୁଭବ କରୁଛନ୍ତି ଯେ ଇଣ୍ଡିଆନ ଏରୋସ (2018-19 ବ୍ୟାଚ୍) ର ସମସ୍ତ ସଦସ୍ୟ ଫୁଟବଲର ଏକ ଷ୍ଟାଇଲିସ୍ ବ୍ରାଣ୍ଡ ଖେଳିବାରେ ସକ୍ଷମ ହୋଇଛନ୍ତି ଏବଂ ଏହି ପ୍ରକ୍ରିୟାରେ କିଛି ସ୍ମରଣୀୟ ଫଳାଫଳ ପାଇଛନ୍ତି।

ମୁଖ୍ୟ ପ୍ରଶିକ୍ଷକ ଶୁଭେନ୍ଦୁ ପଣ୍ଡାଙ୍କ ନେତୃତ୍ବରେ AIFF ଏକାଡେମୀ ଯୁବ ସେଟଅପର 2003ରେ ଜନ୍ମିତ ଦଳ କଳିଙ୍ଗ ଷ୍ଟାଡିୟମରେ ରହି ତାଲିମ ନେଉଛନ୍ତି - ଯେଉଁଠାରେ ସେମାନେ ଷ୍ଟାଡିୟମର ବିଶ୍ବ ସ୍ତରୀୟ ଜିମ୍, ସୁଇମିଂ ପୁଲ୍ ଏବଂ ରାଜ୍ୟର ଅତ୍ୟାଧୁନିକ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ସୁବିଧା ପାଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.