ଭୁବନେଶ୍ବର: ପୁଣି କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ କଡା ଟକ୍କର । ଗୋଲ୍ ପାଇଁ ହେବ ଘମାଘୋଟ ଲଢେଇ । ତେବେ ଏଥର ହକି ନୁହେଁ ବରଂ ଫୁଟବଲ ଖେଳାଳିଙ୍କ ପ୍ରଦର୍ଶନ ଦେଖିବ ଓଡିଶା ।
ଚଳିତ ମାସ 28 ତାରିଖରୁ ମାର୍ଚ୍ଚ 27 ପର୍ଯ୍ୟନ୍ତ ଖେଳାଯିବ ଓଡିଶା ମହିଳା ଫୁଟବଲ ଲିଗ । ସେଥିପାଇଁ ଶନିବାର କଳିଙ୍ଗ ଷ୍ଟାଡିୟମରେ ଜର୍ସି ଲଞ୍ଚ୍ ହୋଇଛି । ଏହି କାର୍ଯ୍ୟକ୍ରମରେ କ୍ରୀଡା ସଚିବ ବିଶାଲ ଦେବ ଓ ଫୁଟବଲ ଓଡିଶାର ସମ୍ପାଦକ ଆର୍ଶୀବାଦ ବେହେରା ଉପସ୍ଥିତ ରହିଥିଲେ ।
ମୋଟ 6ଟି ଟିମ ଏହି ଲିଗ୍ରେ ଅଂଶଗ୍ରହଣ କରିବାନେଇ ସ୍ପଷ୍ଟ ହୋଇଛି । ପ୍ରତିଦିନ ଦୁଇଟି ଲେଖାଏଁ ଅର୍ଥାତ ଡବଲ ହେଡର ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ କ୍ୟାପିଟାଲ ହାଇସ୍କୁଲ ଗ୍ରାଉଣ୍ଡ ଓ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।
-
The jersey 🎽 launch ceremony of the #Odisha Women's League was held today in the presence of Principal Secy, Sports, Mr. @vishaldevk & Mr. Ashirbad Behera, Hony. Secy, @FootballOdisha at Kalinga Stadium. ⚽@IndianFootball pic.twitter.com/BG6cz12DFq
— Odisha Sports (@sports_odisha) February 27, 2021 " class="align-text-top noRightClick twitterSection" data="
">The jersey 🎽 launch ceremony of the #Odisha Women's League was held today in the presence of Principal Secy, Sports, Mr. @vishaldevk & Mr. Ashirbad Behera, Hony. Secy, @FootballOdisha at Kalinga Stadium. ⚽@IndianFootball pic.twitter.com/BG6cz12DFq
— Odisha Sports (@sports_odisha) February 27, 2021The jersey 🎽 launch ceremony of the #Odisha Women's League was held today in the presence of Principal Secy, Sports, Mr. @vishaldevk & Mr. Ashirbad Behera, Hony. Secy, @FootballOdisha at Kalinga Stadium. ⚽@IndianFootball pic.twitter.com/BG6cz12DFq
— Odisha Sports (@sports_odisha) February 27, 2021
ପୂର୍ବରୁ ଏହା କେବଳ ଓଡ଼ିଶା ଫୁଟବଲ ଆସୋସିଏସନ ଦ୍ବାରା ଆୟୋଜିତ ହେଉଥିବାବେଳେ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି । ଏହି ପ୍ରତିଯୋଗୀତାରେ ବିଜେତା ଟିମ ଭାରତୀୟ ମହିଳା ଫୁଟବଲ ଲିଗରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବ। ପୂର୍ବରୁ ଓଡ଼ିଶାର ଅନେକ ଟିମ ଭାରତୀୟ ମହିଳା ଲିଗରେ ଖେଳିବାର ସୁଯୋଗ ପାଇଥିବାବେଳେ ରାଇଜିଙ୍ଗ ଷ୍ଟୁଡେଣ୍ଟସ କ୍ଳବ 2017-18 ରେ ଚମ୍ପିଆନ ଓ 2016-17 ରେ ରନର୍ସ ଅପ ହେବାର ସୁଯୋଗ ପାଇଥିଲା।
2022 ମସିହାରେ ଓଡିଶା ସରକାର ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏବେ ତୃଣମୂଳ ସ୍ତରରୁ ପ୍ରତିଭା ଚୟନ ଉପରେ ଜୋର ଦିଆଯାଉଥିବା କହିଛନ୍ତି କ୍ରୀଡା ସଚିବ ବିଶାଳ କୁମାର ଦେବ।
ଏହି ପ୍ରତିଯୋଗୀତାରେ ସମୁଦାୟ 30ଟି ମ୍ୟାଚ ଖେଳାଯିବ ଏବଂ ଦର୍ଶକମାନେ କୋରୋନା କଟକଣା ପାଳନ ସହ ଏହାର ମଜା ନେଇ ପାରିବେ ବୋଲି ସେ କହିଛନ୍ତି । ଖେଳାଳିମାନେ ମଧ୍ୟ ବହୁତ ଉତ୍ସାହିତ ଥିବା କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ