ପ୍ୟାରିସ୍: ପ୍ୟାରିସ ସେଣ୍ଟ ଜର୍ମାନ କ୍ଲବ୍ ପାଇଁ ପ୍ରଥମ ଗୋଲ୍ ସ୍କୋର କଲେ ଫୁଟବଲ୍ ଷ୍ଟାର୍ ଲିୟୋନେଲ୍ ମେସୀ । ମେସୀଙ୍କ ଗୋଟିଏ ଗୋଲ ବଳରେ ଚମ୍ପିଆନ୍ସ ଲିଗ୍ର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ମାଞ୍ଚେଷ୍ଟର ସିଟିକୁ ୨-୦ରେ ମାତ ଦେଇଛି ପିଏସଜି । ମ୍ୟାଚର ୭୪ତମ ମିନିଟ୍ରେ ମେସୀ ମାଞ୍ଚେଷ୍ଟ ସିଟିକୁ ଏକ ଗୋଲ ଦେଇଥିଲେ ।
-
Pour Paris 💙❤️ pic.twitter.com/OEGGPEqsnE
— Idrissa Gana Gueye (@IGanaGueye) September 28, 2021 " class="align-text-top noRightClick twitterSection" data="
">Pour Paris 💙❤️ pic.twitter.com/OEGGPEqsnE
— Idrissa Gana Gueye (@IGanaGueye) September 28, 2021Pour Paris 💙❤️ pic.twitter.com/OEGGPEqsnE
— Idrissa Gana Gueye (@IGanaGueye) September 28, 2021
ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଲିୟୋନେଲ ମେସୀ । ସେ କହିଛନ୍ତି ଯେ, "ପିଏସଜି ପକ୍ଷରୁ ମୋର ପ୍ରଥମ ଗୋଲକୁ ନେଇ ଖୁସି ଲାଗୁଛି । ନିକଟ ଅତୀତରେ ମୁଁ ଅଧିକ ଅଭ୍ୟାସ କରିନାହିଁ । ନୂଆ ଟିମ୍ ସହ ଖାପ ଖୁଆଇବାକୁ ମୁଁ ଚେଷ୍ଟା କରୁଛି । ଦଳ ସହ ଯେତେ ଅଧିକ ଖେଳିବି ସେତେ ଅଧିକ ଦଳ ପାଇଁ ମୋ ପାଇଁ ଭଲ ହେବ ।"
-
Messi goal against ManCity#ChampionsLeague pic.twitter.com/IdLTJCNmL8
— Ankit Hooda (@Pulsegaze) September 28, 2021 " class="align-text-top noRightClick twitterSection" data="
">Messi goal against ManCity#ChampionsLeague pic.twitter.com/IdLTJCNmL8
— Ankit Hooda (@Pulsegaze) September 28, 2021Messi goal against ManCity#ChampionsLeague pic.twitter.com/IdLTJCNmL8
— Ankit Hooda (@Pulsegaze) September 28, 2021
ଫିଫା(FIFA)ର ୬ଥରର ସର୍ବଶ୍ରେଷ୍ଠ ଫୁଟବଲର୍ ଲିୟୋନେଲ ମେସୀଙ୍କୁ ମ୍ୟାଚର ୭୪ ମିନିଟ୍ରେ କାଇଲିୟାନ ଏମ୍ବାପେଙ୍କଠାରୁ ଏକ ଫ୍ଲିକ୍ ପାସ୍ ମିଳିଥିଲା । ଯାହାଫଳରେ ମେସୀ ଗୋଲ କରିବାକୁ ସକ୍ଷମ ହୋଇଛନ୍ତି । ବାର୍ସେଲୋନା ପାଇଁ ଖେଳି ମେସୀ ୬୭୨ଟି ଗୋଲ କରିଛନ୍ତି । କିନ୍ତୁ ପିଏସଜି ପକ୍ଷରୁ ୩ଟି ମ୍ୟାଚ ଖେଳିଥିବା ମେସୀଙ୍କ ଏହା ପ୍ରଥମ ଗୋଲ୍ ଥିଲା ।
ଚମ୍ପିଆନ୍ସ ଲିଗ୍ର ଗ୍ରୁପ୍ ଏ'ରେ ଶୀର୍ଷରେ ରହିଛି ପିଏସଜି । କ୍ଲବ କ୍ରେଜ୍ ଓ ପିଏସଜି ୪ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି । ମାଞ୍ଚେଷ୍ଟର ସିଟି ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ