ବୁଏନ୍ସ ସିରିଜ୍: ଫୁଟବଲ୍ର ମହାନ ଖେଳାଳି ଲିୟୋନେଲ ମେସି 3ମାସର ବ୍ୟାନ ପରେ ଆର୍ଜେଣ୍ଟିନାର ଜାତୀୟ ଦଳକୁ ଫେରିଛନ୍ତି । ସେ ବ୍ରାଜିଲ ଓ ଉରୁଗୁଏ ବିପକ୍ଷରେ ନିଜର ଜାତୀୟ ଦଳରେ ସାମିଲ ହୋଇଛନ୍ତି।
ଶେଷଥର ପାଇଁ ସେ ଜୁଲାଇରେ ଆୟୋଜିତ ହୋଇଥିବା କୋପା ଆମେରିକା ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ । ଏହି ଚମ୍ପିଆନସିପ୍ରେ 32 ବର୍ଷୀୟ ମେସିଙ୍କୁ ରେଡ କାର୍ଡ ମିଳିଥିଲା । ଏଥିସହ ତାଙ୍କ ଟିମକୁ ଚିଲି 2-1ରେ ପରାସ୍ତ କରିଥିଲା ।
ମିଡିଆ ରିପୋର୍ଟ ଅନୁସାରେ, ମେସି ମ୍ୟାଚ ପରେ କୋପା ଆମେରିକା 'ଭ୍ରଷ୍ଟଚାର' କହିଥିଲେ । ଏନେଇ ତାଙ୍କୁ 50,000 ଡଲାର ଜରିମାନା ଦୋବାକୁ ପଡିଥିଲା । ଏଥିସହ ମ୍ୟାଚରୁ ନିଲମ୍ବିତ ହୋଇଥିଲେ।