ଭାସକୋ: ବୁଧବାର ଖେଳାଯିବାକୁ ଥିବା ଇଣ୍ଡିଆନ ସୁପର ଲିଗ ମ୍ୟାଚରେ ଜାମସେଦପୁର ଏଫସିକୁ ଭେଟିବ ହାଇଦ୍ରାବାଦ ଏଫସି । ତିଳକ ମଇଦାନ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଜାମସେଦପୁର ଏହି ମ୍ୟାଚରେ ଚଳିତ ଆଇଏସଏଲ ସଂସ୍କରଣରେ ପ୍ରଥମ ବିଜୟ ଲକ୍ଷ୍ୟରେ ଖେଳିବ ।
-
Owen Coyle talks about the team's defence, our upcoming match against Hyderabad, and more.
— Jamshedpur FC (@JamshedpurFC) December 2, 2020 " class="align-text-top noRightClick twitterSection" data="
Watch full press conference now.#JamKeKhelo #HFCOFC pic.twitter.com/sHMBRDvMrW
">Owen Coyle talks about the team's defence, our upcoming match against Hyderabad, and more.
— Jamshedpur FC (@JamshedpurFC) December 2, 2020
Watch full press conference now.#JamKeKhelo #HFCOFC pic.twitter.com/sHMBRDvMrWOwen Coyle talks about the team's defence, our upcoming match against Hyderabad, and more.
— Jamshedpur FC (@JamshedpurFC) December 2, 2020
Watch full press conference now.#JamKeKhelo #HFCOFC pic.twitter.com/sHMBRDvMrW
ଅନ୍ୟପଟେ ହାଇଦ୍ରାବାଦ ଖେଳିଥିବା ଗତ ଦୁଇଟି ମ୍ୟାଚରେ ଅଧିକ ଗୋଲ କରିବାକୁ ସକ୍ଷମ ହୋଇନଥିଲେ ମଧ୍ୟ ଲଢୁଆ ପ୍ରଦର୍ଶନ ସହ ପ୍ରତିପକ୍ଷ ଟିମକୁ ସଫଳ ହେବାକୁ ସୁଯୋଗ ଦେଇନାହିଁ । ଓଡିଶା ଏଫି ବିପକ୍ଷ ମ୍ୟାଚରେ ଏକମାତ୍ର ଗୋଲ, ଷ୍ଟ୍ରାଇକର ଆରିଡାନେ ସାନ୍ତାନା ପେନାଲିଟି ଗୋଲ କରିବାକୁ ସଫଳ ହୋଇଥିଲେ । ତେବେ କ୍ଳବ ପାଇଁ ଆହତ ସମସ୍ୟା ବଡ ସମସ୍ୟା ହେବାକୁ ଯାଉଛି । ମିଡଫିଲ୍ଡର ଲୁଇସ ସାସ୍ତ୍ରେ ଓ ଫରୱାର୍ଡ ଖେଳାଳି ଜୋଏଲ ଚିଆନିଜ ଆହତ ହୋଇଛନ୍ତି ।
ଜାମସେଦପୁର ଏଫସି କୋଚ ଓୱେନ କୋୟଲେ ହାଇଦ୍ରାବାଦକୁ ଶକ୍ତିଶାଳୀ କହିବା ସହ ଆରିଡାନେ ଚମତ୍କାର ଖେଳାଳି ବୋଲି କହିଛନ୍ତି । ତେବେ ଷ୍ଟ୍ରାଇକର ନେରଜସ ଭାଲସ୍କିସଙ୍କୁ ଜାମସେଦପୁର କ୍ୟାମ୍ପ ମଧ୍ୟ ଉତ୍ସାହିତ ରହିଛି । ଫଳରେ ବୁଧବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଚିତାକର୍ଷକ ହେବ ବୋଲି ଅନୁମାନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ