ETV Bharat / sports

ISL: ଓଡିଶା ବିଜୟ ରଥ ରୋକିଲା Chennaiyin FC

author img

By

Published : Dec 18, 2021, 10:33 PM IST

ତିଳକ ମଇଦାନ ଷ୍ଟାଡିୟମରେ ଗୋଆରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡିଶା ୧-୨ ଗୋଲ୍‌ରେ ଚେନ୍ନାଇୟିନ ଠାରୁ ପରାସ୍ତ ହୋଇଛି । ଅଧିକ ପଢନ୍ତୁ

ISL: Chennaiyin FC clinched a 2-1 victory against Odisha FC
ISL: ଓଡିଶାର ବିଜୟ ରଥ ରୋକିଲା ଚେନ୍ନାଇୟିନ ଏଫସି

ହାଇଦ୍ରାବାଦ: ଇଣ୍ଡିଆନ ସୁପର ଲିଗ୍‌ (ISL)ରେ ଓଡିଶା ଏଫସିର ବିଜୟ ରଥ ରୋକିଲା ଚେନ୍ନାଇୟିନ ଏଫସି । ଶନିବାର ତିଳକ ମଇଦାନ ଷ୍ଟାଡିୟମରେ ଗୋଆରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡିଶା ୧-୨ ଗୋଲ୍‌ରେ ଚେନ୍ନାଇୟିନ ଠାରୁ ପରାସ୍ତ ହୋଇଛି । ଏହି ବିଜୟ ସହ ଚେନ୍ନାଇୟିନ ଏଫସି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଥିବାବେଳେ, ଓଡିଶା ପଞ୍ଚମ ସ୍ଥାନକୁ ଖସିଆସିଛି ।

ମ୍ୟାଚ୍‌ର ୨୩ତମ ମିନିଟ୍‌ରେ ଜର୍ମାନ ଚେନ୍ନାଇୟିନ ପକ୍ଷରୁ ପ୍ରଥମ ଗୋଲ୍‌ କରି ଟିମକୁ ଅଗ୍ରଣୀ କରାଇଥିଲେ । ଫଳରେ ଓଡିଶା ଚାପରେ ରହିଥିଲା । ସ୍କୋର ବରାବର ପାଇଁ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ସଫଳ ହୋଇନଥିଲା ।

ଏହାପରେ ୬୩ତମ ମିନିଟ୍‌ରେ ମୁରଜାଏବ ଆଉ ଏକ ଗୋଲ୍‌ କରି ଚେନ୍ନାଇୟିନ ଏଫସିର ଗୋଲ୍‌ ସ୍କୋରକୁ ୨ରେ ପହଞ୍ଚାଇଥିଲେ । ଓଡିଶା ସମସ୍ତ ପ୍ରୟାସ କରିମଧ୍ୟ ନିରାଶ ହୋଇଥିଲା । ମ୍ୟାଚ୍‌ର ଶେଷ ଭାଗରେ ଓଡିଶା ପକ୍ଷରୁ ଜାଭି ଏକମାତ୍ର ଗୋଲ୍‌ କରିଥିଲେ ମଧ୍ୟ ଏହା ପରାଜୟ ଏଡାଇବାରେ ଯଥେଷ୍ଟ ହୋଇନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.