ବାମ୍ବୋଲିମ: ହିରୋ ଇଣ୍ଡିଆନ ସୁପର ଲିଗ(ଆଇଏସଏଲ) ସପ୍ତମ ସଂସ୍କରଣରେ ଦ୍ବିତୀୟ ବିଜୟରୁ ବଞ୍ଚିତ ହୋଇଛି ଓଡିଶା ଏଫସି । ବାମ୍ବୋଲିମର ଜିଏମସି ଷ୍ଟାଡିୟମରେ ଖେଳାଯାଇଥିବା ଚେନ୍ନାଇୟନ ଏଫସି ବିପକ୍ଷ ମ୍ୟାଚ ଗୋଲ୍ ଶୂନ୍ୟ ଭାବେ ଅମୀମାଂସିତ ଶେଷ ହୋଇଛି ।
-
FULL-TIME | #CFCOFC
— Indian Super League (@IndSuperLeague) January 10, 2021 " class="align-text-top noRightClick twitterSection" data="
It ends as it began!#HeroISL #LetsFootball pic.twitter.com/ELWyX0xOes
">FULL-TIME | #CFCOFC
— Indian Super League (@IndSuperLeague) January 10, 2021
It ends as it began!#HeroISL #LetsFootball pic.twitter.com/ELWyX0xOesFULL-TIME | #CFCOFC
— Indian Super League (@IndSuperLeague) January 10, 2021
It ends as it began!#HeroISL #LetsFootball pic.twitter.com/ELWyX0xOes
ଚେନ୍ନାଇୟନକୁ 10ଟି ମ୍ୟାଚରୁ 5ମ ଥର ଡ୍ର ଖେଳିବାକୁ ପଡିଥିବାବେଳେ 11 ପଏଣ୍ଟ ସହ ପଏଣ୍ଟ ତାଲିକାର 8ମ ସ୍ଥାନରେ ରହିଛି । ସେହିପରି 10ମ ମ୍ୟାଚରେ ଓଡିଶାର ଏହା 3ୟ ଡ୍ର । ତେବେ 6 ପଏଣ୍ଟ ସହ ତାଲିକାର 10 ସ୍ଥାନରେ ପହଞ୍ଚିଛି ଟିମ ଓଡିଶା । ଏଯାବତ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିପାରିଛି ଓଡିଶା ଏଫସି ।
ଦୁଇଥର ଚମ୍ପିଆନ ରହିସାରିଥିବା ଚେନ୍ନାଇୟନକୁ ମ୍ୟାଚର ଦ୍ବିତୀୟ ମିନିଟରେ ହିଁ ବଡ ସୁଯୋଗ ମିଳିଥିଲା । ମାତ୍ର ଓଡିଶା ଖେଳାଳି ଏହାକୁ ସଫଳ ହେବାକୁ ଦେଇନଥିଲେ । ପରେ ଓଡିଶା ଏଫସିର ବ୍ରାଜିଲିଆନ ଫରୱାର୍ଡ ଡିଏଗୋ ମୋରିସିୟୋ ଏକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲରେ ପରିଣତ କରିପାରିନଥିଲେ । ଉଭଯ ଦଳର ଖେଳାଳିଙ୍କ ମଧ୍ୟରେ ମ୍ୟାଚର ଶେଷ ପର୍ଯ୍ୟନ୍ତ ଛକା ପଞ୍ଛା ଲାଗିରହିଥିଲା । ମାତ୍ର କଡା ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ମ୍ୟାଚ ଗୋଲ୍ ଶୂନ୍ୟ ଭାବେ ଶେଷ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ