ETV Bharat / sports

ISL-7: ନର୍ଥଇଷ୍ଟ ୟୁନାଇଟେଡ୍‌ FC ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ମ୍ୟାଚ ଡ୍ର - ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି

ଆଇଏସଏଲ-7ରେ ଆଜି(ଗୁରୁବାର) ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଡ୍ର ହୋଇଛି । ଉଭୟ ଦଳ ପରସ୍ପରକୁ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ । ଅଧିକ ପଢ଼ନ୍ତୁ...

ISL-7: ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ମ୍ୟାଚ ଡ୍ର

author img

By

Published : Nov 26, 2020, 10:51 PM IST

ପାଣାଜି: ଆଇଏସଏଲ-7ରେ ଆଜି (ଗୁରୁବାର) ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ଅମିମାଂସୀତ (draw) ହୋଇଛି । ଉଭୟ ଦଳ ପରସ୍ପରକୁ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ । ଫଳରେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଆଇଏସଏଲର ସପ୍ତମ ସଂସ୍କରଣରେ ସପ୍ତମ ମ୍ୟାଚ ଗୋଆର ଜିଏମସି ଷ୍ଟାଡିୟମରେ ଖେଳାଯାଇଥିଲା । ଉଭୟ ୟୁନାଇଟେଡ୍‌ ଏଫସି ଓ କେରଳ ବ୍ଲାଷ୍ଟର୍ସ ନିଜ ନିଜର ଦ୍ବିତୀୟ ମ୍ୟାଚ ଖେଳିଥିଲେ । ମ୍ୟାଚ ଆରମ୍ଭ ହେବାର ପ୍ରଥମାର୍ଦ୍ଧରେ (half time) କେରଳ ବ୍ଲାଷ୍ଟର୍ସ ଦୁଇ ଗୋଲ ସହ ଲିଡରେ ରହିଥିଲା । କେରଳ ସିଡୋ ଓ ହୁପର କେରଳ ପକ୍ଷରୁ ଦୁଇଟି ଗୋଲ ଦେବାରେ ସକ୍ଷମ ହୋଇଥିଲେ । ସିଡୋ ଏକ ଫାଷ୍ଟ ହେଡର ସହ ଗୋଲ ଦେଇଥିବା ବେଳେ ହୁପର ଏକ ପେନାଲ୍ଟି କର୍ଣ୍ଣର ନେଇ ନର୍ଥ ଇଷ୍ଟକୁ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଏହି ଦୁଇଟ ଗୋଲ ମଧ୍ୟରେ କେବଳ 7 ମିନିଟର ଅନ୍ତର ରହିଥିଲା । ଏହାପରେ ମ୍ୟାଚର ପ୍ରଥମାର୍ଦ୍ଧ ଟାଇମ ହୋଇଥିଲା ।

ତେବେ ଦ୍ବିତୀୟାର୍ଦ୍ଧ ଆରମ୍ଭ ବେଳେ ଆକ୍ରାମକ ଖେଳ ଦେଖାଇଥିଲା ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି। ଦ୍ବିତୀୟାର୍ଦ୍ଧ ଆରମ୍ଭ ହେବାର ମାତ୍ର 10 ମନିଟ ମଧ୍ୟରେ କ୍ବେଶି ଆପିହା କେରଳ ବ୍ଲାଷ୍ଟର୍ସକୁ ଏକ ହାଇଲେଣ୍ଡର୍ସ ଗୋଲ ଦେଇଥିଲେ। ଏହାର 15 ମିନିଟ ମଧ୍ୟରେ ତାଙ୍କୁ ଆଉ ଏକ ଗୋଲ ଦେବାରୁ ସୁଯୋଗ ମିଳିଥିବା ବେଳେ ସେ ଏହାର ଫାଇଦା ଉଠାଇ ପାରନଥିଲେ। ମ୍ୟାଚ ଶେଷ ହେବା ଯାଏଁ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବୀତା ଦେଖିବାକୁ ମିଳିଥିଲା । ତେବେ ମ୍ୟାଚ ଶେଷ ହେବାକୁ 10 ମିନିଟ ରହିଥିବା ବେଳେ ଆପିହାଙ୍କ ବଦଳରେ ପଡ଼ିଆକୁ ଓହ୍ଲାଇଥିବା ଡିଫେଣ୍ଡର ସିଲା କେରଳ ବ୍ଲାଷ୍ଟର୍ସକୁ ଆଉ ଏକ ଗୋଲ ଦେଇଥିଲେ । ଏହାପରେ ଦୁଇଟି ଦଳ କେହି କାହା ଉପରେ ଲିଡ ନେବାକୁ ଅସମର୍ଥ ରହିଥିଲେ। ଫଳରେ ଉଭୟ ଟିମକୁ 1-1ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

ବର୍ତ୍ତମାନ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି । ସେପଟେ ପଏଣ୍ଟ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି କେରଳ ବ୍ଲାଷ୍ଟର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.