ETV Bharat / sports

ISL: ଓଡିଶା ଏଫସିର ପରାଜୟ ଧାରା ଜାରି

author img

By

Published : Feb 14, 2021, 10:45 PM IST

ନର୍ଥଇଷ୍ଟ ୟୁନାଇଟେଡ ଓଡିଶାକୁ 3-1ରେ ହରାଇ ପ୍ଲେ-ଅଫ ଦୌଡରେ ଆଗରେ ରହିଛି । ଅଧିକ ପଢନ୍ତୁ...

ISL 7: Machado's brace powers NorthEast United to 3-1 win over Odisha
ISL: ଓଡିଶା ଏଫସିର ପରାଜୟ ଧାରା ଜାରି

ଭାସ୍କୋ: ଚଳିତ ଇଣ୍ଡିଆନ ସୁପର ଲିଗରେ ଓଡିଶା ଏଫସିର ଆଉଏକ ପରାଜୟ । ରବିବାର ଖେଳାଯାଇଥିବା ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ ଓଡିଶାକୁ 3-1ରେ ହରାଇ ପ୍ଲେ-ଅଫ ଦୌଡରେ ଆଗରେ ରହିଛି । ଓଡିଶା ବିପକ୍ଷ ବିଜୟ ସହ ଖାଲିଦ ଜାମିଲଙ୍କ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।

ନର୍ଥଇଷ୍ଟ ମ୍ୟାଚ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ ସହ ନବମ ମିନିଟରେ ପ୍ରଥମ ଗୋଲ୍‌ କରିଥିଲା । ପରେ 19ତମ ମିନିଟରେ ଦ୍ବିତୀୟ ଗୋଲ୍‌ କରିଥିଲା । ଏହାର 5 ମିନିଟ ପରେ ହିଁ ତୃତୀୟ ଗୋଲ୍‌ କରିବା ସହ ଓଡିଶା ଉପରେ ଚାପ ସୃଷ୍ଟି କରିଥିଲେ ନର୍ଥଇଷ୍ଟ ଖେଳାଳି ।

ତେବେ ମ୍ୟାଚର ପ୍ରଥମାଅର୍ଦ୍ଧ ଶେଷ ହେବାର ଠିକ୍‌ ପୂର୍ବରୁ ଓଡିଶା ପକ୍ଷରୁ ଏକମାତ୍ର ଗୋଲ୍‌ କରିଥିଲେ ଇନମାନ । ତେବେ ଏହା ଓଡିଶାର ପରାଜୟକୁ ରୋକି ପାରିନଥିଲା ।

ଅନ୍ୟପଟେ ଏହି ବିଜୟ ସହ ଆଇଏସଏଲ ପ୍ଲେ-ଅଫ ଦୌଡରେ ପ୍ରମୁଖ ଦାବିଦାର ହୋଇଛି ନର୍ଥଇଷ୍ଟ ୟୁନାଇଟେଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.