ETV Bharat / sports

ମିଡଫିଲ୍ଡର ମାରଉନ୍‌ ଫେଲାଇନି କୋରୋନା ସଂକ୍ରମିତ - ମାରଉନ ଫେଲାଇନି କୋରୋନା ପଜିଟିଭ

କୋରୋନା ଭାଇରସ(COVID-19) ସଂକ୍ରମଣର ଶିକାର ହୋଇଛନ୍ତି ଆଉ ଜଣେ ଫୁଟବଲ ଖେଳାଳି । ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ ମିଡଫିଲ୍ଡର ମାରଉନ ଫେଲାଇନିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି ।

Fellaini tests positive
ମିଡଫିଲ୍ଡର ମାରଉନ ଫେଲାଇନି କୋରୋନା ସଂକ୍ରମିତ
author img

By

Published : Mar 22, 2020, 7:58 PM IST

ଲିଡସ: କୋରୋନା ଭାଇରସ(COVID-19) ସଂକ୍ରମଣର ଶିକାର ହୋଇଛନ୍ତି ଆଉ ଜଣେ ଫୁଟବଲ ଖେଳାଳି । ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ ମିଡଫିଲ୍ଡର ମାରଉନ ଫେଲାଇନିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି ।

ଫେଲାଇନ ବର୍ତ୍ତମାନ ଚାଇନାରେ ଅଛନ୍ତି । ଜିହାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଫେଲାଇନ କୋରୋନା ସଂକ୍ରମିତ ଥିବା ସୂଚନା ଦିଆଯାଇଛି । ତେବେ 32 ବର୍ଷିୟ ଫେଲାଇନି ଚାଇନିଜ ସୁପର ଲିଗ(CSL)ର ସାଣ୍ଡଙ୍ଗ ନ୍ୟୁନେଙ୍ଗ ଟିମର ପ୍ରମୁଖ ଖେଳାଳି ରହିଛିନ୍ତି । ଚାଇନିଜ ସୁପର ଲିଗର ପ୍ରଥମ ଖେଳାଳି ଭାବେ ଫେଲାଇନି କୋରୋନା ସଂକ୍ରମିତ ହୋଇଛନ୍ତି ।

ମହାମାରୀ କୋରୋନା ଭାଇରସ ବିଶ୍ବରେ ଆତଙ୍କ ଖେଳାଇଛି । ମୃତ୍ୟୁସଂଖ୍ୟାରେ ଇଟାଲି ଚାଇନାକୁ ଟପି ଯାଇଛି । ଇଟାଲିରେ ଏଯାବତ 47,000ରୁ ଅଧିକ ଲୋକେ ସଂକ୍ରମିତ ଥିବାବେଳେ, 4000ରୁ ଅଧିକ ଲୋକ ଜୀବନ ହରାଇସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.