ଭୁବନେଶ୍ବର: ହିରୋ ସୁପର କପର ପ୍ରଥମ ସେମିଫାଇନାଲରେ ଗୋଆର ଦମଦାର ବିଜୟ । ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି ଗୋଆ । ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଛି ଏହି ହାଇଭୋଲଟେଜ ମ୍ୟାଚ । ମ୍ୟାଚରେ ଚେନ୍ନାଇ ସିଟିକୁ 3-0 ଗୋଲରେ ଏକତରଫା ଭାବେ ପରାଜୟ କରିଛି ଗୋଆ ।
ଆକ୍ରମଣାତ୍ମକ ରଣନୀତି ନେଇ ପଡ଼ିଆରେ ପ୍ରବେଶ କରିଥିବା ଗୋଆର ଖେଳାଳିମାନେ ମ୍ୟାଚ ଆରମ୍ଭରୁ ଦେଖାଇଥିଲେ ଜଲୱା । ବିପକ୍ଷ ଚେନ୍ନାଇ ଉପରେ ଘନଘନ ଆକ୍ରମଣ କରି ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା 2-0ଗୋଲରେ ଅଗ୍ରଣୀ ରହିଥିଲା ଗୋଆ । ଦଳର କ୍ୟାପ୍ଟେନ ଫେରାନ ଟେଲଚା ଉଭୟ 26 ଓ 35 ମିନିଟରେ ଗୋଲ ଦେଇଥିଲେ ।
ଅଧିକ ପଢନ୍ତୁ: ଟେନିସରୁ ସନ୍ନ୍ୟାସ ନେଲେ ନିକୋଲସ
ସେହିପରି ଦ୍ଵିତୀୟାର୍ଦ୍ଧରେ ନିଜର ଦବଦବା ଜାହିର କରିବା ସହିତ ଖେଳର 69 ମିନିଟ ସମୟରେ ଗୋଆ ଆଉ ଏକ ଗୋଲ ସ୍କୋର କରି ନିଜର ବିଜୟ ଏକ ପ୍ରକାର ପକ୍କା କରିଥିଲା । ଯାହାକୁ ଦଳର ମିଡ ଫିଲ୍ଡର ବ୍ରାଣ୍ଡନ ଫର୍ଣ୍ଣାଡେଶ ଦେଇଥିଲେ । ଖେଳର ଶେଷ ସମୟ ପର୍ଯ୍ୟନ୍ତ ଚେନ୍ନାଇ ସିଟିର ଖେଳାଳିମାନେ ଅନେକ ସଂଘର୍ଷ କରିଥିଲେ । ଏପରିକି ସେମାନଙ୍କ ନିକଟରେ ସୁଯୋଗ ମଧ୍ୟ ରହିଥିଲା । କିନ୍ତୁ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ ।
-
FC Goa barged into Hero Super Cup final, eliminating I-League champs Chennai City FC 3-0 at Kalinga Stadium, Bhubaneswar. Ferran Corominas scored two but Saviour Gama won the Hero of the Match Award.#Odisha2019 @FCGoaOfficial @ChennaiCityFC pic.twitter.com/lsikpv8A56
— Odisha Sports (@sports_odisha) April 9, 2019 " class="align-text-top noRightClick twitterSection" data="
">FC Goa barged into Hero Super Cup final, eliminating I-League champs Chennai City FC 3-0 at Kalinga Stadium, Bhubaneswar. Ferran Corominas scored two but Saviour Gama won the Hero of the Match Award.#Odisha2019 @FCGoaOfficial @ChennaiCityFC pic.twitter.com/lsikpv8A56
— Odisha Sports (@sports_odisha) April 9, 2019FC Goa barged into Hero Super Cup final, eliminating I-League champs Chennai City FC 3-0 at Kalinga Stadium, Bhubaneswar. Ferran Corominas scored two but Saviour Gama won the Hero of the Match Award.#Odisha2019 @FCGoaOfficial @ChennaiCityFC pic.twitter.com/lsikpv8A56
— Odisha Sports (@sports_odisha) April 9, 2019
ଉଲ୍ଲେଖଥାଉକି, ଆସନ୍ତାକାଲି 2ୟ ସେମିଫାଇନାଲ ଏଟିକେ ଓ ଚେନ୍ନାୟାନ ମଧ୍ୟରେ ଖେଳାଯିବ । ବିଜୟ ଟିମ ଆସନ୍ତା13 ତାରିଖରେ ଗୋଆକୁ ଫାଇନାଲରେ ଭେଟିବ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ