ETV Bharat / sports

ଆଇଏସଏଲ-7: ଫାତୋର୍ଦାରେ ହେବ ଫାଇନାଲ ମ୍ୟାଚ

author img

By

Published : Feb 17, 2021, 10:51 PM IST

ଘୋଷଣା ହେଲା ଇଣ୍ଡିଆନ ସୁପର ଲିଗର ପ୍ଲେ-ଅଫ ସୂଚୀ। ଲଗାତାର ଦ୍ବିତୀୟ ବର୍ଷ ପାଇଁ ଗୋଆର ଫାତୋର୍ଦାରେ ଥିବା ଜବାହରଲାଲ ନେହୁରୁ ଷ୍ଟାଡିୟମରେ ଆଇଏସଏଲ-7ର ଫାଇନାଲ ମ୍ୟାଚ ଖେଳାଯିବ। ଅଧିକ ପଢ଼ନ୍ତୁ...

Fatorda to host final on March 13 of ISL 7
ଆଇଏସଏଲ-7: ଫାତୋର୍ଦାରେ ହେବ ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ: ଘୋଷଣା ହେଲା ଇଣ୍ଡିଆନ ସୁପର ଲିଗର ପ୍ଲେ-ଅଫ ସୂଚୀ। ଲଗାତାର ଦ୍ବିତୀୟ ବର୍ଷ ପାଇଁ ଗୋଆର ଫାତୋର୍ଦାରେ ଥିବା ଜବାହରଲାଲ ନେହୁରୁ ଷ୍ଟାଡିୟମରେ ଆଇଏସଏଲ-7ର ଫାଇନାଲ ମ୍ୟାଚ ଖେଳାଯିବ। ମାର୍ଚ୍ଚା ତାରିଖରେ ଏହି ମ୍ୟାଚ ଖେଳାଯିବ। ଆଇଏସଏଲ-7ର ଆୟୋଜକ ଫୁଟବଲ ସ୍ପୋର୍ଟସ ଡେଭଲପମେଣ୍ଟ ଲିମିଟେଡ ପକ୍ଷରୁ ଏହାକୁ ନେଇ ବୁଧବାର ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି।

ଏହାରି ଭିତରେ 5ରୁ 9 ତାରିଖ ମଧ୍ୟରେ ସେମିଫାଇନାଲ ମୁକାବିଲା ଆରମ୍ଭ ହେବ। ଏହି ସେମିଫାଇନାଲ ମଧ୍ୟ ଗୋଆର ଫାତୋର୍ଦା ଓ ବମ୍ବୋଲିମର ଜିମସି ଷ୍ଟାଡିୟମରେ ଖେଳାଯିବ। ସେମିଫାଇନାଲର ପ୍ରଥମ ଚରଣ ମାର୍ଚ୍ଚ 5 ଓ 6 ତାରିଖ ଖେଳାଯିବ। ଏହାପରେ ଦ୍ବିତୀୟ ଚରଣ ମାର୍ଚ୍ଚ 8 ଓ 9 ତାରିଖରେ ଖେଳାଯିବ। ସେମିଫାଇନାଲରେ କେତେକ ଗୁରୁତ୍ବପୂର୍ଣ୍ଣ ନିୟମ ଲାଗୁ ହେବ।

ଫେବୃଆରୀ 28 ତାରିଖରେ ଆଇଏସଏଲ-7ର ଲିଗ ପର୍ଯ୍ୟାୟ ମ୍ୟାଚ ଶେଷ ହେବ। ଶେଷ ମ୍ୟାଚ ଏଟିକେ ମୋହନ ବାଗାନ ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ଖେଳାଯିବ। ଦୁଇଟି ଯାକ ଟିମ ପ୍ଲେ-ଅଫରେ ପହଞ୍ଚି ସାରିଛନ୍ତି। ଲିଗ ପର୍ଯ୍ୟାୟ ଶେଷ ହେବା ପରେ ଶୀର୍ଷରେ ଥିବା ଟିମକୁ ଲିଗ ଶିଳ୍ଡ ୱିନର୍ସ ସମ୍ମାନରେ ସମ୍ମାନୀତ କରାଯିବ। ସେହି ଟିମକୁ ଆଗାମୀ ଆଇଏସଏଲ ସିଜିନର ଗ୍ରୁପଚରଣକୁ ପ୍ରବେଶ ଟିକଟ ମିଳିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.