ହାଇଦ୍ରାବାଦ: ଇଣ୍ଡିଆନ ସୁପର ଲିଗ(ISL) ଟିମ ଏଫସି ଗୋଆର ସହକାରୀ କୋଚ ଭାବେ କ୍ଳିଫର୍ଡ ମିରାଣ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି ।
ଭାରତୀୟ ଫୁବଟଲ କିମ୍ବଦନ୍ତୀ ମିରାଣ୍ଡା, ଏଫସି ଗୋଆ କ୍ଳବର କୋଚିଂ ଷ୍ଟାଫଙ୍କ ମଧ୍ୟରେ ଜଣେ ପ୍ରମୁଖ ସଦସ୍ୟ । ନୂଆ କୋଚ ଜୁଆନନ ଫର୍ଣ୍ଣାଣ୍ଡୋଙ୍କ ନେତୃତ୍ବରେ ଆଗାମୀ ଇଣ୍ଡିଆନ ସୁପର ଲିଗ ଓ ଏଫସି ଚମ୍ପିଆନ ଲିଗ ଖେଳିବ ଏଫସି ଗୋଆ ।
2019/20 ସିଜିନ ଆରମ୍ଭରେ କ୍ଳବର ସହକାରୀ କୋଚ ଭାବେ ନିଯୁକ୍ତ ହୋଇଥିଲେ ମିରାଣ୍ଡା । ଏହାପରେ ଅନ୍ତରୀଣ ମୁଖ୍ୟ କୋଚ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ପୂର୍ବତନ ଫୁଟବଲ ଟିମ ଇଣ୍ଡିଆ ମିଡଫିଲ୍ଡର ମିରାଣ୍ଡାଙ୍କ ସମୟରେ ଏଫସି ଗୋଆ ଆଇଏସଏଲ ପଏଣ୍ଟ ଟେବୁଲର ଶୀର୍ଷରେ ଅଭିଯାନ ଶେଷ କରିଥିଲା । ଏଥିସହିତ ଏଫସି ଚମ୍ପିଆନ୍ସ ଲିଗର ଗ୍ରୁପ ପର୍ଯ୍ୟାୟ ଟିକେଟ ହାତେଇସାରିଛି ।