ETV Bharat / sports

ହିରୋ ସୁପର କପ: 2ୟ ଫାଇନାଲିଷ୍ଟ ଚେନ୍ନାଇନ୍‌ ଏଫସି, ଏଟିକେକୁ 2-0ରେ କଲା ପରାସ୍ତ - ATK

ହିରୋ ସୁପର କପ ଫୁଟବଲର ଶେଷ ସେମିଫାଇନାଲରେ ଏଟିକେକୁ 2-0 ଗୋଲରେ ପାରାସ୍ତ କରିଛି ଦଳ । 2ୟ ଫାଇନାଲିଷ୍ଟ ବନିଛି ଚେନ୍ନାଇନ୍‌ ଏଫସି ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର
author img

By

Published : Apr 11, 2019, 7:20 AM IST

ଭୁବନେଶ୍ବର: ରୋମାଞ୍ଚକର ମ୍ୟାଚରେ ବିଜୟ ହାସଲ କରି 2ୟ ଫାଇନାଲିଷ୍ଟ ବନିଛି ଚେନ୍ନାଇନ୍‌ ଏଫସି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ହିରୋ ସୁପର କପ ଫୁଟୁବଲର ଶେଷ ସେମିଫାଇନାଲରେ ଏଟିକେକୁ 2-0 ଗୋଲରେ ପରାସ୍ତ କରିଛି ଦଳ । ତେବେ ଆସନ୍ତା 13 ତାରିଖ ଫାଇନାଲ ମୁକାବିଲାରେ ଗୋଆ ଏଫସିକୁ ଭେଟିବ ଚେନ୍ନାଇନ୍‌ ଏଫସି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ଆଜି ଖେଳ ଆରମ୍ଭରୁ ବେଶ ସଂଘର୍ଷ ପୂର୍ଣ୍ଣ ରହିଥିଲା । ଉଭୟ ଦଳ ପରସ୍ପର ଉପରେ ଘନଘନ ଆକ୍ରମଣ କରୁଥିଲେ । ସେହିଭଳି ଉଭୟ ଦଳର ଡିଫେଣ୍ଡ ମଧ୍ୟ ନିଜର କମାଲ ଦେଖାଉଥିଲେ । ଫଳରେ ମ୍ୟାଚର ପ୍ରଥମାର୍ଦ୍ଧ ଶେଷ ପର୍ଯ୍ୟନ୍ତ କୌଣସି ଗୋଲ ସ୍କୋର ହୋଇ ପାରିନଥିଲା । ଏହି ସମୟ ମଧ୍ୟରେ ଉଭୟ ପକ୍ଷର ଅନେକ ଖେଳାଳି ଆହତ ହୋଇଥିଲେ ।

ମାତ୍ର ଦ୍ଵିତୀୟାର୍ଦ୍ଧରେ ଏହି ସଂଘର୍ଷ ଦେଖିବାକୁ ମିଳିଥିଲେ ସୁଦ୍ଧା ଏଟିକେ ଏହାର ଫାଇଦା ହାସଲ କରିବାରେ ବିଫଳ ରହିଥିଲା । ମାତ୍ର ଏଥର ଚେନ୍ନାଇନ୍‌ ଷ୍ଟାଇକର ଗୋଲ ଦେବାକୁ ସକ୍ଷମ ହୋଇଥିଲେ । ମ୍ୟାଚର 58ତମ ଓ 75ତମ ମିନିଟରେ 2ଟି ଗୋଲ ସ୍କୋର କରିଥିଲା ଚେନ୍ନାଇନ୍‌ । ପ୍ରଥମ ଗୋଲ ସିକେ ଭିନିଥ ଦେଇଥିବା ବେଳେ 2ୟ ଗୋଲ ଅନିରୁଦ୍ଧ ଥାପ୍ପା ଦେଇଥିଲେ । ତେବେ ଉନ୍ନତ ପ୍ରଦର୍ଶନ ପାଇଁ ଅନିରୁଦ୍ଧଙ୍କୁ ହିରୋ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ନ୍ୟୁଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.